Order liquor ଠnline: ମଦ ବ୍ୟବସାୟୀଙ୍କ ଦାଦାଗିରି ଠପ୍; ଅନଲାଇନ ଅର୍ଡର ହେବ ମଦ
"ଚେନ୍ନାଇ: ତାମିଲନାଡୁରେ ମଦ ବିକ୍ରି ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣି ବିଜୟଙ୍କ ନେତୃତ୍ୱାଧୀନ ସରକାର ଶୁକ୍ରବାରଠାରୁ ''ଟାସମାକ୍'' ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଅର୍ଡର ଓ କ୍ୟାସଲେସ୍ ପେମେଣ୍ଟ୍ ସୁବିଧା ଆରମ୍ଭ କରିଛନ୍ତି।
ସରକାରୀ ମଦ ଦୋକାନଗୁଡ଼ିକରେ ଗ୍ରାହକଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗର ସମାଧାନ ପାଇଁ ଏହି ପଦକ୍ଷେପ ନିଆଯାଇଛି।
ନୂଆ ବ୍ୟବସ୍ଥା ଅନୁଯାୟୀ, ଗ୍ରାହକମାନେ ୱେବସାଇଟରେ ଅର୍ଡର ଓ ଅନଲାଇନ୍ ପେମେଣ୍ଟ୍ କରିବା ପରେ ନିର୍ଦ୍ଦିଷ୍ଟ ଟାସମାକ୍ ଆଉଟଲେଟରୁ ମଦ ସଂଗ୍ରହ କରିପାରିବେ।Advertisment ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ମାନ୍ଦ୍ରାଜ ହାଇକୋର୍ଟ ଅଧିକ ଟଙ୍କା ଆଦାୟ ସମସ୍ୟା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ଯଦି କର୍ମଚାରୀମାନେ ଅଧିକ ଟଙ୍କା ଦାବି କରନ୍ତି, ତେବେ ଗ୍ରାହକମାନେ ପୁଲିସରେ ଅଭିଯୋଗ କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ମଦ ଦୋକାନଗୁଡ଼ିକରେ ପୁଲିସ୍ ମୁତୟନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୯ ହଜାର ଟଙ୍କା ଦାବି କରିଥିଲେ; ୫ହଜାର ଆଗରୁ ନେଇଥିଲେ ଏହାସହ ଅନ୍ୟ ରାଜ୍ୟ ଭଳି ତାମିଲନାଡୁରେ ମଦ ବିକ୍ରି ସମୟରେ ଗ୍ରାହକଙ୍କୁ ବିଲ୍ ପ୍ରଦାନ କାହିଁକି କରାଯାଇପାରିବ ନାହିଁ ବୋଲି ବିଚାରପତି ଜଷ୍ଟିସ୍ ଜି.କେ.
ଇଲାନ୍ଥିରାଇୟନ୍ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପଟେ, ସରକାର ମହାନଗର ନିଗମ ଓ ପୌରାଞ୍ଚଳଗୁଡ଼ିକରେ ଟାସମାକ୍ ଦୋକାନଗୁଡ଼ିକର ଘରୋଇକରଣ କରିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
ଯଦି ଏହା ଲାଗୁ ହୁଏ, ତେବେ ୨୦୦୩ ପରେ ରାଜ୍ୟରେ ଏହା ପ୍ରଥମ ବଡ଼ ଘରୋଇକରଣ ପଦକ୍ଷେପ ହେବ।
ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନଥିବା ବେଳେ, ବିରୋଧୀ ଦଳଗୁଡ଼ିକ ଏହାକୁ ସମାଲୋଚନା କରି କହିଛନ୍ତି ଯେ ଘରୋଇକରଣ ଦ୍ୱାରା ରାଜ୍ୟରେ ମଦ୍ୟପାନ ଆହୁରି ବୃଦ୍ଧି ପାଇବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।