Found Dead କାଂଶବାଂଶ ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
"ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବଇଁଶୀଖାର୍ଜୀ ଗ୍ରାମର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଆଜି କାଂଶବାଂଶ ନଦୀରୁ ଉଦ୍ଧାର କରାଯାଇଛି।
ମୃତକ ଜଣକ ହେଲେ ବଇଁଶୀଖାର୍ଜୀ ଗ୍ରାମର ସଞ୍ଜୟ ସିଂ (୨୫)।
Advertisment ଥାନାରୁ ଫେରାର ହେଲା, ମହାନଦୀରୁ ମୃତଦେହ ମିଳିଲା!
ସଞ୍ଜୟ ଗତକାଲି (ଗୁରୁବାର) ସନ୍ଧ୍ୟାରେ ଶୌଚ ହେବାକୁ ନିକଟରେ ଥିବା ନଈକୁ ଯାଇଥିବା ବେଳେ ଦୀର୍ଘସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ।
ଆଜି (ଶୁକ୍ରବାର) ମଧ୍ୟହ୍ଣରେ ସ୍ଥାନୀୟ ଲୋକେ ଘର ନିକଟ ଦେଇ ଯାଇଥିବା ନଦୀ ପ୍ରବାହର ୧ କିମି ଦୂରରେ ତାଙ୍କ ଶବ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ।
ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ।
ସୋର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।