OSSSC Recruitment 2026: ସରକାରୀ ଚାକିରି ଆଶାୟୀଙ୍କ ପାଇଁ OSSSC ଆଣିଛି ସୁଯୋଗ; ୨୯ ଜିଲ୍ଲାରେ ନିଯୁକ୍ତି! ଜାଣନ୍ତୁ କେବେ ଆବେଦନ?
ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା OSSSC ପକ୍ଷରୁ ନେତ୍ର ଅଧିକାରୀ ନିଯୁକ୍ତି ୨୦୨୬ ପାଇଁ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ମୋଟ ୨୩୮ଟି ପଦ ପୂରଣ କରାଯିବ।
ଏସବୁ ଜିଲ୍ଲାସ୍ତରୀୟ ଗ୍ରୁପ୍-ସି ପଦ ହୋଇଥିବା ବେଳେ ରାଜ୍ୟର ୨୯ଟି ଜିଲ୍ଲା କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯିବ।
Advertisment ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଏବଂ ଚକ୍ଷୁ ଚିକିତ୍ସା ସମ୍ବନ୍ଧୀୟ କ୍ଷେତ୍ରରେ କାମ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ହୋଇପାରେ।
ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ରେ କରାଯିବ।
କେବେଠାରୁ ଆବେଦନ?
OSSSC ପକ୍ଷରୁ ଜାରି ସୂଚନା ଅନୁସାରେ, ଅନଲାଇନ୍ ରେଜିଷ୍ଟ୍ରେସନ୍ ଏବଂ ରି-ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ୫ ନଭେମ୍ବର ୨୦୨୬ରୁ ଆରମ୍ଭ ହେବ।
ପ୍ରାର୍ଥୀମାନେ ୨୯ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ କରିପାରିବେ।
ତେବେ ଅନ୍ତିମ ଆବେଦନ ଦାଖଲ କରିବାର ଶେଷ ତାରିଖ ୫ ଡିସେମ୍ବର ୨୦୨୬ ଧାର୍ଯ୍ୟ କରାଯାଇଛି।
Advertisment ଏଠାରେ ଧ୍ୟାନ ଦେବାକୁ ହେବ ଯେ ରେଜିଷ୍ଟ୍ରେସନ୍ ଓ ଫାଇନାଲ୍ ଆପ୍ଲିକେସନ୍ ଦାଖଲର ଶେଷ ତାରିଖ ଭିନ୍ନ।
ତେଣୁ ଶେଷ ମୁହୂର୍ତ୍ତରେ ୱେବସାଇଟ୍ରେ ଟେକ୍ନିକାଲ୍ ସମସ୍ୟା କିମ୍ବା ଅଧିକ ଟ୍ରାଫିକ୍ରୁ ରକ୍ଷା ପାଇବାକୁ ପ୍ରାର୍ଥୀମାନେ ସମୟ ପୂର୍ବରୁ ଆବେଦନ ସମ୍ପୂର୍ଣ୍ଣ କରିବା ଉଚିତ।
ମୋଟ କେତେ ପଦ?
ଏହି ନିଯୁକ୍ତିରେ ନେତ୍ର ଅଧିକାରୀ ପଦରେ ମୋଟ ୨୩୮ଟି ଖାଲି ପଦ ରହିଛି।
ଏଗୁଡ଼ିକ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନର ୨୯ଟି ଜିଲ୍ଲା କାର୍ଯ୍ୟାଳୟରେ ପୂରଣ ହେବ।
ତେବେ କେଉଁ ଜିଲ୍ଲାରେ କେତେ ପଦ ଏବଂ କେଉଁ ବର୍ଗ ପାଇଁ କେତେ ପଦ ସଂରକ୍ଷିତ ରହିଛି, ସେ ସମ୍ପର୍କରେ ବର୍ତ୍ତମାନର ସଂକ୍ଷିପ୍ତ ବିଜ୍ଞପ୍ତିରେ ସୂଚନା ଦିଆଯାଇନାହିଁ।
ଯୋଗ୍ୟତା ଓ ବୟସ ସୀମା: OSSSC ପକ୍ଷରୁ ଏପର୍ଯ୍ୟନ୍ତ ଏହି ପଦ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ଏବଂ ଅନ୍ୟାନ୍ୟ ଯୋଗ୍ୟତା ସର୍ତ୍ତ ସ୍ପଷ୍ଟ କରାଯାଇନାହିଁ।
ବିସ୍ତୃତ ନିଯୁକ୍ତି ବିଜ୍ଞପ୍ତିରେ ଏ ସମ୍ପର୍କିତ ସମସ୍ତ ସୂଚନା ଦିଆଯିବ।
ତେଣୁ ପୁରୁଣା ନିଯୁକ୍ତିର ଯୋଗ୍ୟତା ଆଧାରରେ ଆବେଦନ କରିବା ପୂର୍ବରୁ ୨୦୨୬ର ବିସ୍ତୃତ ନୋଟିସ୍ ନିଶ୍ଚିତ ପଢ଼ିବା ଜରୁରୀ।
କେମିତି କରିବେ ଆବେଦନ?
ପ୍ରାର୍ଥୀମାନେ OSSSCର ଅଫିସିଆଲ୍ ୱେବସାଇଟ୍ osssc.gov.inକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ।
ପ୍ରଥମେ ନିଯୁକ୍ତି ବା ଅନଲାଇନ୍ ଆପ୍ଲିକେସନ୍ ବିଭାଗକୁ ଯାଇ ନେତ୍ର ଅଧିକାରୀ ନିଯୁକ୍ତି ୨୦୨୬ ଲିଙ୍କରେ କ୍ଲିକ୍ କରିବାକୁ ପଡ଼ିବ।
ହାପରେ ରେଜିଷ୍ଟ୍ରେସନ୍ ସମ୍ପୂର୍ଣ୍ଣ କରି ବ୍ୟକ୍ତିଗତ ଓ ଶିକ୍ଷାଗତ ତଥ୍ୟ ଦେବା ସହ ଆବଶ୍ୟକ ଦସ୍ତାବିଜ ଅପଲୋଡ୍ କରିବାକୁ ହେବ।
ଶେଷରେ ସମସ୍ତ ତଥ୍ୟ ଯାଞ୍ଚ କରି ୫ ଡିସେମ୍ବର ୨୦୨୬ ମଧ୍ୟରେ ଅନ୍ତିମ ଆବେଦନ ଦାଖଲ କରିବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।