OTV Dream Home Expo 2026: ଓଟିଭି ଡ୍ରିମ୍ ହୋମ୍ ଏକ୍ସପୋ ଆଣ୍ଡ କନକ୍ଲେଭ୍-୨୦୨୬, ଗୋଟିଏ ସ୍ଥାନରେ ସବୁ ସମାଧାନ

Nov 06, 2026 - 22:13
OTV Dream Home Expo 2026: ଓଟିଭି ଡ୍ରିମ୍ ହୋମ୍ ଏକ୍ସପୋ ଆଣ୍ଡ କନକ୍ଲେଭ୍-୨୦୨୬, ଗୋଟିଏ ସ୍ଥାନରେ ସବୁ ସମାଧାନ

ସ୍ବପ୍ନର ଘର ନିର୍ମାଣ ହେଉ କି ଆପାର୍ଟମେଣ୍ଟ, ପ୍ଲଟ୍ ରୁ ପ୍ରିମିୟମ୍ ହାଉସିଂ ପ୍ରୋଜେକ୍ଟ, ଗୋଟିଏ ଛାତ ତଳେ ଜମିଛି ଆସର।

ହାତ ପାଆନ୍ତାରେ ମିଳୁଛି ଟିକିନିଖି ସୂଚନା।

ଭୁବନେଶ୍ୱରରେ ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ନେଟୱର୍କ ପକ୍ଷରୁ ଆୟୋଜିତ ହେଇଛି ଡ୍ରିମ୍ ହୋମ ଏକ୍ସପୋ' ୨୦୨୬।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ୍ସପୋ ଓ କନକ୍ଲେଭକୁ ଉଦଘାଟନ କରିଛନ୍ତି।

ଏକ୍ସପୋରେ ପ୍ରଦର୍ଶିତ ହୋଇଛି ପ୍ରିମିୟମ ହାଉସିଂ ପ୍ରୋଜେକ୍ଟ, ଆପାର୍ଟମେଣ୍ଟ ଓ ପ୍ଲଟ୍।

ଏକାଠି ହୋଇଛନ୍ତି ରାଜ୍ୟର ପ୍ରମୁଖ ରିଅଲ୍ ଇଷ୍ଟେଟ୍ ଡେଭଲପର୍ସ, ହାଉସିଂ ଫାଇନାନ୍ସ ସଂସ୍ଥା, ଇନ୍ସ୍ୟୁରାନ୍ସ କମ୍ପାନୀ, ଇଣ୍ଟେରିୟର ଡିଜାଇନର୍, ଆର୍କିଟେକ୍ଟ, ବିଲ୍ଡିଂ ମ୍ୟାଟେରିଆଲ୍ କମ୍ପାନୀ ଓ ହୋମ୍ ଟେକ୍ନୋଲୋଜି ବ୍ରାଣ୍ଡ।

ବିଭିନ୍ନ ହାଉସିଂ ପ୍ରୋଜେକ୍ଟ ସମ୍ପର୍କରେ ଜାଣିବା ସହ ବ୍ୟାଙ୍କ ପକ୍ଷରୁ ସ୍ପେଶାଲ ହୋମ୍ ଲୋନ୍ ଅଫର, ତୁରନ୍ତ ଲୋନ୍ ମଞ୍ଜୁରୀ, କମ୍ ସୁଧହାର ଓ ବୀମା ସମ୍ପର୍କରେ ମିଳୁଛି ବିସ୍ତୃତ ସୂଚନା।

Advertisment OTV DREAM HOME EXPOରେ କେବଳ ଘର କିଣାବିକା ନୁହେଁ, ଆବାସିକ ବିକାଶର ଭବିଷ୍ୟତ ଦିଗ ନିର୍ଦ୍ଧାରଣ ଉପରେ ମଧ୍ୟ ରହିଛି ଗୁରୁତ୍ୱ।

ଏଥିପାଇଁ ଏକ୍ସପୋ ସହ ଆୟୋଜିତ ହୋଇଛି ନଲେଜ୍ କନକ୍ଲେଭ୍।

ପ୍ରଥମ ଦିନରେ ୫ଟି ପର୍ଯ୍ୟାୟରେ ପେନାଲ ଆଲୋଚନା ହେଇଥିବା ବେଳେ ଘର ଓ ଜମିକୁ ନେଇ ଥିବା ଦ୍ବନ୍ଦ୍ବ ଉପରେ ହୋଇଛି ମାନସ ମନ୍ଥନ।

ଘର କିଣିବା ସମୟରେ ଗ୍ରାହକଙ୍କ ଅଧିକାର, ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ସ୍ୱଚ୍ଛତା, ଦାୟିତ୍ୱପୂର୍ଣ୍ଣ ନିର୍ମାଣ ଓ ହାଉସିଂ ଫାଇନାନ୍ସ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଛି କନକ୍ଲେଭରେ।

ରାଜଧାନୀରେ ପ୍ରଥମ ଥର ପାଇଁ ଓଟିଭି ଡ୍ରିମ ହୋମ ଏକ୍ସପୋ ଆୟୋଜିତ ହୋଇଛି।

ଗ୍ରାହକ ଓ ଗୃହ ନିର୍ମାଣ ସଂସ୍ଥା ମଧ୍ୟରେ ଭରସା ଓ ସମନ୍ୱୟ ବଢ଼ାଇବା ମଧ୍ୟ କାର୍ଯ୍ୟକ୍ରମର ଆଉ ଏକ ଉଦ୍ଦେଶ୍ୟ।

ଘର କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ଏହି ଦୁଇ ଦିନିଆ ଏକ୍ସପୋରେ ଅଂଶ ଗ୍ରହଣ କରିପାରିବେ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।