Packaged Food: ପ୍ୟାକେଟ୍ ଖାଦ୍ୟର ଅଭ୍ୟାସ କିପରି ଛାଡ଼ିବେ?
"ଭୁବନେଶ୍ବର: ଆଜିକାଲି ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ପ୍ୟାକେଟ୍ରେ ମିଳୁଥିବା ସ୍ନାକ୍ସ, ପୂର୍ବରୁ ପ୍ରସ୍ତୁତ ଖାଦ୍ୟ ଏବଂ ଶୀଘ୍ର ପ୍ରସ୍ତୁତ ହୋଇପାରୁଥିବା ଖାଦ୍ୟ ଅନେକଙ୍କ ଦୈନନ୍ଦିନ ଖାଦ୍ୟର ଅଂଶ ପାଲଟିଛି।
ସୁବିଧାଜନକ ହୋଇଥିବାରୁ ଲୋକେ ଏହାକୁ ସହଜରେ ବାଛି ନେଉଛନ୍ତି।
ତେବେ ତାଜା ଓ ଘରୋଇ ଖାଦ୍ୟ ବଦଳରେ ଯଦି ପ୍ୟାକେଟ୍ ଖାଦ୍ୟ ନିୟମିତ ଖାଦ୍ୟର ସ୍ଥାନ ନେବାକୁ ଲାଗେ, ତେବେ ତାହା ସ୍ବାସ୍ଥ୍ୟ ଉପରେ ଖରପ ପ୍ରଭାବ ପକାଇପାରେ।
ପ୍ୟାକେଟ୍ ଖାଦ୍ୟକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ିବା ଜରୁରୀ ନୁହେଁ।
ଏହା ବଦଳରେ ଦୈନନ୍ଦିନ ଖାଦ୍ୟରେ ସତେଜ ଓ ପୌଷ୍ଟିକ ବିକଳ୍ପକୁ ଅଧିକ ସ୍ଥାନ ଦେଇ ଧୀରେ ଧୀରେ ପ୍ୟାକେଟ୍ ଖାଦ୍ୟର ନିର୍ଭରଶୀଳତା କମାଇପାରିବେ।Advertisment ଜଳଖିଆକୁ ଗୁରୁତ୍ୱ ଦେବା ଆବଶ୍ୟକ ଦିନର ପ୍ରଥମ ଖାଦ୍ୟ ଭାବେ ଜଳଖିଆକୁ ଗୁରୁତ୍ୱ ଦେବା ଆବଶ୍ୟକ।
ଯଦି ଜଳଖିଆରେ ନିୟମିତ ଭାବେ ମିଠା କିମ୍ବା ପ୍ୟାକେଟ୍ ଖାଦ୍ୟ ଖାଉଛନ୍ତି, ତେବେ ଏହା ବଦଳରେ ଘରେ ସହଜରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ବାଛିପାରିବେ।
କ୍ଷୀର, ବିଭିନ୍ନ ଡ୍ରାଏ ଫୁଡ୍ସ ଓ ଅଳ୍ପ ପରିମାଣର ବାଦାମ ସହ ଓଟ୍ସ, ଚୁଡ଼ା, ପନିପରିବା ଉପମା କିମ୍ବା ଚିନାବାଦାମ ଭଳି ଖାଦ୍ୟ ଖାଅନ୍ତୁ।
ଅନେକ ସମୟରେ ପ୍ରକୃତ ଭୋକ ନ ଲାଗିଲେ ମଧ୍ୟ ଅଭ୍ୟାସବଶତଃ ଆମେ କିଛି ନା କିଛି ଖାଇଥାଉ।
ବିଶେଷକରି ଚା" କିମ୍ବା କଫି ସହ ସ୍ନାକ୍ସ ଖାଇବା ଅଭ୍ୟାସ ଅନେକଙ୍କର ରହିଛି।
ଏପରି ସମୟରେ ପ୍ୟାକେଟ୍ ସ୍ନାକ୍ସ ବଦଳରେ ଘରେ ଭଜା ବୁଟ, ମଖାନା, ଫଳ କିମ୍ବା ଅଳ୍ପ ପରିମାଣର ବାଦାମ ରଖିପାରିବେ।ଦହି କିମ୍ବା ଯୋଗର୍ଟକୁ ଅନେକେ ହାଲୁକା ଖାଦ୍ୟ ଭାବେ ଗ୍ରହଣ କରନ୍ତି।
କିନ୍ତୁ ସ୍ୱାଦଯୁକ୍ତ ଯୋଗର୍ଟରେ ଚିନିର ପରିମାଣ ଅଧିକ ଥାଇପାରେ।
ତେଣୁ ଏଭଳି ଖାଦ୍ୟ କିଣିବା ସମୟରେ ପ୍ୟାକେଟ୍ରେ ଥିବା ପୋଷଣ ସୂଚନା ଓ ଚିନିର ପରିମାଣ ଯାଞ୍ଚ କରିବା ଭଲ।
ସାଧା ଦହିରେ ଫଳ କିମ୍ବା କିଛି ବାଦାମ ମିଶାଇ ଖାଇବା ଏକ ବିକଳ୍ପ ହୋଇପାରେ।ଫଳକୁ ଖାଦ୍ୟରେ ସାମିଲ କରିବା ପାଇଁ ଲୋକମାନେ ସାଧାରଣତ ବଜାରରେ ମିଳୁଥିବା ଜୁସ୍ ନେଇଆସନ୍ତି।
ଯାହା ବଦଳରେ ସେଓ, ପିଜୁଳି, କମଳା, ଅମୃତଭଣ୍ଡା ଭଳି ଫଳକୁ ସିଧା ଖାଇପାରିବେ।
ପୂରା ଫଳରେ ତନ୍ତୁ ରହିଥାଏ, ଯାହା ଜୁସ୍ ପ୍ରସ୍ତୁତ କରିବା ସମୟରେ କମିଯାଇପାରେ।
ଘରେ ପ୍ରସ୍ତୁତ ଖାଦ୍ୟ ସହ କେଚପ୍ ବ୍ୟବହାର କରିବା ଅନେକଙ୍କ ଅଭ୍ୟାସ।
ଏଗୁଡ଼ିକ ଅଳ୍ପ ପରିମାଣରେ ବ୍ୟବହାର ହେଉଥିଲେ ମଧ୍ୟ ଖାଦ୍ୟାଭ୍ୟାସର ଅଂଶ ହୋଇଥାଏ।
ତେଣୁ ସ୍ୱାଦ ବଢ଼ାଇବା ପାଇଁ ଲେମ୍ବୁ, ଘରୋଇ ଧନିଆପତ୍ର ଚଟଣି, ଦହି କିମ୍ବା ଘରେ ବ୍ୟବହୃତ ମସଲା ଭଳି ବିକଳ୍ପ ନେଇପାରିବେ।
Dismissed: କର୍ଣ୍ଣାଟକ ବିଧାୟକଙ୍କ ଭାଣିଜୀ ଚାକିରିକୁ ନଯାଇ ସରକାରୀ ଦରମା ନେଉଥିବା ଅଭିଯୋଗ ପ୍ୟାକେଟ୍ ଖାଦ୍ୟକୁ ହଠାତ୍ ସମ୍ପୂର୍ଣ୍ଣ ବନ୍ଦ କରିବା ପରିବର୍ତ୍ତେ ଦୈନନ୍ଦିନ ଖାଦ୍ୟରେ ଧୀରେ ଧୀରେ ତାଜା ଫଳ, ପନିପରିବା, ଘରୋଇ ଖାଦ୍ୟ ଓ ଅନ୍ୟ ପୌଷ୍ଟିକ ବିକଳ୍ପ ସାମିଲ କରିବା ଏକ ସହଜ ପଦକ୍ଷେପ ହୋଇପାରେ।
ପ୍ୟାକେଟ୍ ଖାଦ୍ୟ କିଣିବା ବେଳେ ଲେବଲ୍ ଯାଞ୍ଚ କରିବା ଏବଂ ଚିନି, ଲୁଣ ଓ ଅନ୍ୟ ଉପାଦାନର ପରିମାଣ ଦେଖିବା ମଧ୍ୟ ଖାଦ୍ୟ ବାଛିବାରେ ସହାୟକ ହୋଇପାରେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।