Manipur Violence: ମଣିପୁର ହିଂସା: ନାଗା ଗାଁ ଉପରେ ଆକ୍ରମଣ କରି ୫ ଘର ପୋଡ଼ିଦେଲେ କୁକି ଆତଙ୍କବାଦୀ
"ଇମ୍ଫାଲ: ଜାତିଗତ ହିଂସା ପ୍ରଭାବିତ ମଣିପୁରର କାଙ୍ଗପୋକପିର ନାଗା ଗ୍ରାମ ଚାୱାଙ୍ଗକିନିଙ୍ଗରେ ସନ୍ଦିଗ୍ଧ କୁକି ଆତଙ୍କବାଦୀ ଆକ୍ରମଣ କରିବା ପରେ ଅତି କମ୍ରେ ପାଞ୍ଚଟି ଘର ପୋଡ଼ି ଦିଆଯାଇଛି।
ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଛି।
ଗତ ଚାରି ଦିନ ମଧ୍ୟରେ ରାଜ୍ୟରେ ଛଅ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମଙ୍ଗଳବାର ତାମେଙ୍ଗଲଙ୍ଗରେ ଦୁଇ ଜଣ କୁକି ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା, ଦୁଇ ଦିନ ପରେ କୁକି ସମ୍ପ୍ରଦାୟର ଆଉ ଚାରି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ତେବେ ଚାୱାଙ୍ଗକିନିଙ୍ଗରେ ହିଂସା ପାଇଁ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି ଗୋଷ୍ଠୀ ନିଆଁ ଲଗାଇବା ପାଇଁ ନିଜକୁ ଦାୟୀ କରିନାହାନ୍ତି।
ଚାୱାଙ୍ଗକିନିଙ୍ଗର ବାସିନ୍ଦା ଡାନିଏଲ ଚାରେନାମଲାଇ କହିଛନ୍ତି, ସଶସ୍ତ୍ର କୁକି ଆତଙ୍କବାଦୀ ମଙ୍ଗଳବାର ରାତି ୧୦ଟା ୩୦ ବେଳେ ଗାଁ ଉପରେ ଆକ୍ରମଣ କରିଥିଲେ।
ବୁଧବାର ସକାଳ ୫ଟା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିଥିଲା।Advertisment ସୁରକ୍ଷାକର୍ମୀଙ୍କ ନିଷ୍କ୍ରିୟତାକୁ ଏଥିପାଇଁ ସେ ଦାୟୀ କାଙ୍ଗପୋକପି ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୧୩ କିଲୋମିଟର ଦୂରରେ ଅବସ୍ଥିତ ଚାୱାଙ୍ଗକିନିଙ୍ଗ୍ ହେଉଛି ନାଗା ଓ କୁକି ଗ୍ରାମ ମଧ୍ୟରେ ଅବସ୍ଥିତ ଏକ ନାଗା ଲିଆଙ୍ଗମାଇ ଗ୍ରାମ।
ନେପାଳୀ, ମାଓ, ରଙ୍ଗମେଇ ଓ ପାଓମେଇ ସମେତ ଅନ୍ୟାନ୍ୟ ସମ୍ପ୍ରଦାୟ ମଧ୍ୟ ଏହି ଗ୍ରାମରେ ବାସ କରନ୍ତି।
ପ୍ରାୟ ୧୦୦ ଜଣ ସଶସ୍ତ୍ର ଆତଙ୍କବାଦୀ ମଙ୍ଗଳବାର ସେମାନଙ୍କ ଗାଁ ଉପରେ ଆକ୍ରମଣ କରିଥିଲେ ଓ ଅତି କମ୍ରେ ପାଞ୍ଚଟି ଘର ଓ ତାଙ୍କ ଦୋକାନ ପୋଡ଼ି ଦେଇଥିବା ଡାନିଏଲ୍ କହିଛନ୍ତି।
ସୁରକ୍ଷାକର୍ମୀଙ୍କ ନିଷ୍କ୍ରିୟତାକୁ ଏଥିପାଇଁ ସେ ଦାୟୀ କରିଛନ୍ତି।
ନାଗା ଭିଲେଜ ଗାର୍ଡସ ପାଲଟା ଆକ୍ରମଣ କରିଥିଲେ ଓ କେହି ଆହତ ହୋଇନାହାନ୍ତି।
ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ହିଂସା ପରଠାରୁ ଉଭୟ ସମ୍ପ୍ରଦାୟର ୩୦ ଜଣଙ୍କୁ ହତ୍ୟା କରାଯାଇଛି।
ରବିବାର ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାରେ ପ୍ରାଣ ହରାଇଥିବା ଚାରି ଜଣ କୁକିଙ୍କ ମଧ୍ୟରେ ଏକ ଦମ୍ପତି ଥିଲେ ଓ ଜଣେ ଛଅ ବର୍ଷର ଶିଶୁ ଗୁଳିରେ ଆହତ ହୋଇଥିଲେ।
Kenstar: କେନଷ୍ଟାର୍ର ନୂଆ ଏୟାର ଫ୍ରାୟର୍ ସିରିଜ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।