Paddy Procurement: ଧାନ ବିକ୍ରି ପାଇଁ ସମସ୍ୟା ଭୋଗିବେନି ଭାଗ ଚାଷୀ, ଦ୍ବନ୍ଦ୍ବ ନେଇ ସ୍ପଷ୍ଟୀକରଣ ରଖିଲେ ରାଜସ୍ୱ ମନ୍ତ୍ରୀ

Aug 10, 2026 - 15:08
Paddy Procurement: ଧାନ ବିକ୍ରି ପାଇଁ ସମସ୍ୟା ଭୋଗିବେନି ଭାଗ ଚାଷୀ, ଦ୍ବନ୍ଦ୍ବ ନେଇ ସ୍ପଷ୍ଟୀକରଣ ରଖିଲେ ରାଜସ୍ୱ ମନ୍ତ୍ରୀ

ଧାନ ବିକ୍ରି ପାଇଁ ସମସ୍ୟା ଭୋଗିବେନି ଭାଗ ଚାଷୀ। ପଞ୍ଜୀକରଣ ସମ୍ପର୍କରେ ଉପୁଜିଥିବା ଦ୍ବନ୍ଦ୍ବ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ଭାଗ ଚାଷୀଙ୍କ ପାଇଁ କୌଣସି ଜଟିଳତା ନାହିଁ। ଆବଶ୍ୟକ କାଗଜପତ୍ର ଦାଖଲ କଲେ ସେମାନେ ପଞ୍ଜୀକରଣ କରିପାରିବେ। ମାଲିକଙ୍କ ଉପସ୍ଥିତି ନ ହେଲେ ମଧ୍ୟ ସରକାର ଏକ ଆପ୍ଲିକେସନ୍ ଆଣୁଛନ୍ତି।

ଏହି ଆପ୍ ମାଧ୍ୟମରେ ମାଲିକ ନିଜ ଅନୁମତି ରଖିପାରିବେ। ଯେଉଁମାନେ ଆସିପାରିବେ ନାହିଁ ସେମାନେ ଏହି ଆପ ଜରିଆରେ ସହମତି ଜଣାଇପାରିବେ। ଏଯାଏଁ ରାଜ୍ୟରେ ୫ ହଜାର ୯୩ ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ୩ ହଜାର ୧୦୮ ଜଣଙ୍କର ଆଗ୍ରିଷ୍ଟେକ୍ ଆଇଡି ବା କୃଷକ ପଞ୍ଜୀକରଣ ଆଇଡି ରହିଛି। ତେବେ ବିନା ଆଗ୍ରିଷ୍ଟେକ୍ ଆଇଡିରେ ମଧ୍ୟ ଚାଷୀ ପଞ୍ଜିକରଣ କରିପାରିବ। ଧାନ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା ୩୧ ତାରିଖ ଯାଏଁ ରହିଛି। ଆବଶ୍ୟକ ହେଲେ ଏହାକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।... 

ଭାଗ ଚାଷୀଙ୍କ ପାଇଁ କୌଣସି ଜଟିଳତା ନାହିଁ
ଆବଶ୍ୟକ କାଗଜ ପାତ୍ର ଦାଖଲ କଲେ ପଞ୍ଜୀକରଣ କରିପାରିବେ
ମାଲିକଙ୍କ ଅନୁପସ୍ଥିତି ପାଇଁ ଆସିବ ସ୍ପେଶାଲ୍ ଆପ୍ଲିକେସନ୍
ଆପ୍ ମାଧ୍ୟମରେ ମାଲିକ ଅନୁମତି ରଖିପାରିବେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।