Paddy registration: ଖରିଫ ଧାନ ପଞ୍ଜୀକରଣ ପାଇଁ ରାତିରେ ଲ୍ୟାମ୍ପସରେ ଭିଡ଼
"ନବରଙ୍ଗପୁର (ସୁରେଶ ନାଇଡୁ): ଖରିଫ ଧାନ ମଣ୍ଡି ୨୦୨୬-୨୭ ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଅବଧି ୩୧ ତାରିଖ ରାତି ୧୨ଟାରେ ଶେଷ ହେବ।
ସରକାର ସବୁ ଡିଇଓଙ୍କ ଛୁଟି ବାତିଲ କରିବା ସହ ଚାଷୀମାନେ ଲ୍ୟାମ୍ପସ୍ ଆଦିରେ ପଞ୍ଜୀକରଣ ପାଇଁ ଯେତେ ସମୟ ରହିବେ ସେତେ ସମୟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏପରିକି ଖାଇବା ଛୁଟିକୁ ମଧ୍ୟ ବାତିଲ କରିଛନ୍ତି।
ଫଳରେ ଦିନ ରାତି ପଞ୍ଜୀକରଣ ଚାଳିଛି।
ଶନିବାର ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ଚାଷୀମାନେ ବିଭିନ୍ନ ଲ୍ୟାମ୍ପସରେ ଖାଇବା ପିଇବା ଛାଡ଼ି ପଞ୍ଜୀକରଣ ପାଇଁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା।
ତେବେ ଚାଷୀ ଓ ଚାଷୀ ପ୍ରତିନିଧିମାନେ ତାରିଖ ବୃଦ୍ଦି କରିବାକୁ ଦାବି କରିଛନ୍ତି।
Advertisment ଜିଲ୍ଲାରେ ଗତ ୨୦୨୫-୨୬ ଖରିଫ ଋତୁରେ ୫୦,୯୧୯ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଚଳିତ ଖରିଫରେ ଧାନବିକ୍ରୀ ପାଇଁ ଆଜି ସଂଧ୍ୟା ୬ଟା ସୁଦ୍ଧା ୩୫,୪୩୫ଚାଷୀ ପଞ୍ଜୀକରଣ କରିବାକୁ ସକ୍ଷମ ହୋଇଥିବା ବେଳେ ୩୪,୪୧୧ଜଣଙ୍କର ଏଥି ମଧ୍ୟରୁ ଫାର୍ମର କୋଡ ରହିଛି।
ପଞ୍ଜୀକରଣ ପାଇଁ ସର୍ଭର ଡାଉନ, ଏଗ୍ରୀଷ୍ଟିକ୍ ଓଇଣ୍ଟରନେଟ୍ ବାଧକ ସାଜିଛି।
ଏହାରି ମଧ୍ୟରେ ୭୦ପ୍ରତିଶତ ପଞ୍ଜିକରଣ ସରିଛି।
ବଳକା ୧୫,୪୮୪ସଂଖ୍ୟକ ଚାଷୀଙ୍କ ପୁନଃ ନବୀକରଣ ଆସନ୍ତା ଦିନକରେ ହୋଇ ପାରିବ କି ବୋଲି ପ୍ରଶ୍ନ ସୃଷ୍ଟି କରିଛି।
Kharif Paddy Procurement ୨୦୨୬-୨୭ ଖରିଫ ଧାନ ବିକ୍ରି: ୧୫ ଦିନରେ ପଞ୍ଜୀକରଣ କଲେଣି ୫ଲକ୍ଷରୁ ଅଧିକ ଚାଷୀ ଜିଲ୍ଲାର ୧୩ ଗୋଟି ଲ୍ୟାମ୍ପ ମଧ୍ୟରୁ ସର୍ବାଧିକ ଚନ୍ଦାହାଣ୍ଡି ଲ୍ୟାମ୍ପରେ ୪୬୪୯ ଓ ସର୍ବନିମ୍ନ ତେନ୍ତୁଳିଖୁଣ୍ଟି ଲ୍ୟାମ୍ପସରେ ୧୬୮୯ଜଣ ଚାଷୀ ପଞ୍ଜିକରଣ କରିଛନ୍ତି।
ଅଞ୍ଚଳଗୁମ୍ମାରେ ୨୫୯୧, ଡାବୁଗାଁରେ ୧୯୧୭, କୋଡିଙ୍ଗାରେ ୨୩୨୨, ଝରିଗାଁରେ ୨୫୭୫, କୋଷାଗୁମୁଡାରେ୨୮୬୩ , ନବରଙ୍ଗପୁରରେ ୩୨୩୬, ମୌଦଲପୁରରେ୨୫୪୨, ଉମରକୋଟରେ ୨୭୭୩, ରାଇଘରରେ ୨୬୦୫, ନନ୍ଦାହାଣ୍ଡିରେ ୩୦୬୭ ଓ ପାପାଡାହାଣ୍ଡିରେ ୨୫୮୬ଚାଷୀଙ୍କ ପଞ୍ଜିକରଣ ହୋଇଛି।
ସରକାର ପଞ୍ଜୀକରଣ ପାଇଁ ତାରିଖ ବୃଦ୍ଧି ଘୋଷଣା କରିଥିବା ଚିଠି କିଛି ପହଚିଂନଥିବା କହିଚନ୍ତି ଡିଆରସିଏସ୍ ଅନିଲ ପାଣିଗ୍ରାହୀ।
ତେବେ କିଛି ଟିଭି ଗଣମାଧ୍ୟମରେ ୭ଦିନ ବୃଦ୍ଧି ସମ୍ପର୍କରେ ସେ ସୂଚନା ପାଇଛନ୍ତି।
ଅପରପକ୍ଷରେ ଗତ ବର୍ଷ ଜିଲ୍ଲାରେ ଏସଏଚଜି ଗ୍ରୁପ୍ ଗୁଡିକ ସାମିଲ ରହି ପଞ୍ଜୀକରଣରେ କିଛି ଅନିମିୟତତା କରିଥାଇପାରନ୍ତି।
ତେଣୁ ଏତେ ସଂଖ୍ୟକ ବୃଦ୍ଧି ପାଇଥିଲା।
ଏଥରକ ଲ୍ୟାମ୍ପସ ମାନେ ପଞ୍ଜୀକରଣ କରୁଥିବାରୁ ପ୍ରକୃତ ଚାଷୀ ହିଁ ପଞ୍ଜିକରଣ ହେଉଛି।
ଅପରପକ୍ଷରେ ଭାଗଚାଷୀ ଓ ପୂର୍ବପୁରଷଙ୍କ ନାଁରେ ଜମିର ମାଲିକାନାସତ୍ତ୍ବ ଥିବା ଚାଷୀଙ୍କ ପାଇଁ ଏଗ୍ରିଷ୍ଟିକ ସମସ୍ୟା ଉପୁଜାଉଥିବା ବହୁ ଚାଷୀ କହିଛନ୍ତି।
ଯଦିଓ ସରକାର ଏଗ୍ରିଷ୍ଟିକକୁ ବାଦ୍ ଦେବାକୁ କହିବା ପରେ ବି କିଛି ଲ୍ୟାମ୍ପସ୍ ମାନୁନଥିବା ଅଭିଯୋଗ ହୋଇଛି।
ତା ସହ କୃଷିବିଭାଗର ଗ୍ରାମସେବକମାନେ ଲ୍ୟାମ୍ପସରେ ପଞ୍ଜିକରଣ ବେଳେ ଉପସ୍ଥିତ ରହି ଏହା କରିବାକୁ ବାଧ୍ୟ କରୁଛନ୍ତି।
ଏଥି ପାଇଁ ପଞ୍ଜୀକରଣ କମିଛି ବୋଲି ଚାଷୀ ପ୍ରତିନିଧି କହୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।