Pakistan cricket: ପାକିସ୍ତାନ କ୍ରିକେଟ୍‌କୁ ପୁଣି ଗ୍ରାସିଲା ଫିକ୍ସିଂ: ଖେଳାଳିଙ୍କ ‌ମୋବାଇଲ ଜବତ

Sep 08, 2026 - 05:55
Pakistan cricket: ପାକିସ୍ତାନ କ୍ରିକେଟ୍‌କୁ ପୁଣି ଗ୍ରାସିଲା ଫିକ୍ସିଂ: ଖେଳାଳିଙ୍କ ‌ମୋବାଇଲ ଜବତ

"ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ପାକିସ୍ତାନ କ୍ରିକେଟ୍‌ ଦଳର ଖରାପ ପ୍ରଦର୍ଶନ ମଧ୍ୟରେ ବଢ଼ିଛି ଆଉ ଏକ ବଡ଼ ଅନିଶ୍ଚିତତା।

ପାକିସ୍ତାନ କ୍ରିକେଟ୍‌କୁ ପୁଣି ଥରେ ମ୍ୟାଚ୍‌ ଫିକ୍ସିଂ ଭୂତ ଗ୍ରାସିଥିବା ଅନୁମାନ କରାଯାଉଛି।

ଲର୍ଡସ୍‌ ଟେଷ୍ଟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶୃଙ୍ଖଳା ଓ ଆଚରଣ ସମ୍ପର୍କିତ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିବା ଏଭଳି ଆଶଙ୍କାର ମୂଳ କାରଣ ହୋଇଛି।

ତେବେ ଏହି ତଦନ୍ତ ମ୍ୟାଚ୍‌ ଫିକ୍ସିଂ ସହ ଜଡ଼ିତ ବୋଲି ପିସିବି ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ପାକିସ୍ତାନର କେତେକ ଛାପା‌ ଗଣମାଧ୍ୟମ କିନ୍ତୁ ଦଳର କିଛି ଖେଳାଳି ଫିକ୍ସିଂରେ ଲିପ୍ତ ଥିବା ଭଳି ରିପୋର୍ଟ ପ୍ରକାଶ କରି ହଟଚମଟ ସୃଷ୍ଟି କରିଛି।Advertisment Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ ତେବେ ପିସିବି ପ୍ରବକ୍ତା ଆମିର ମୀର୍ ସୋମବାର କହିଛନ୍ତି ଯେ, ଦଳର ଶୃଙ୍ଖଳା ଓ ଆଚରଣକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟଗୁଡ଼ିକୁ ବୋର୍ଡ ଆଭ୍ୟନ୍ତରୀଣ ଭାବେ ସମୀକ୍ଷା କରୁଛି।

ପିସିବିର ନିୟମ ଅନୁସାରେ ଏହି ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପାକିସ୍ତାନର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି।

ପ୍ରଥମ ଟେଷ୍ଟରେ ଦଳ ଏକ ଇନିଂସ ଓ ୧୦୩ ରନ୍‌ରେ ପରାସ୍ତ ହୋଇଥିବାବେଳେ ଲର୍ଡସ୍‌ରେ ଦ୍ୱିତୀୟ ଟେଷ୍ଟରେ ୧୯୪ ରନ୍‌ରେ ହାରିଥିଲା।

ଏହା ପରେ ପିସିବି ଦଳରେ ବଡ଼ଧରଣର ପରିବର୍ତ୍ତନ କରିଛି।

ମହମ୍ମଦ ରିଜୱାନ୍‌, ସଲମାନ ଅଲୀ ଆଘା, ଇମାମ୍‌-ଉଲ୍‌-ହକ୍‌, ଅଲୀ ଉସମାନ୍‌, ଖୁରାମ ଶାହଜାଦ୍‌, ଆମିର ଜମାଲ୍‌ ଓ ମହମ୍ମଦ ଆୱେସ୍‌ ଜାଫରଙ୍କୁ ଦଳରୁ ବାଦ୍‌ ଦିଆଯାଇଛି।

ଏଥିସହ ମୁଖ୍ୟ କୋଚ୍‌ ସରଫରାଜ ଅହମଦ ଓ ବୋଲିଂ କୋଚ୍‌ ଉମର ଗୁଲ୍‌ଙ୍କୁ ମଧ୍ୟ ଦାୟିତ୍ୱରୁ ମୁକ୍ତ କରାଯାଇଛି।

ଖେଳାଳିଙ୍କ ‌ମୋବାଇଲ ଜବତଲର୍ଡସ୍‌ ଟେଷ୍ଟରେ ଓପନର୍‌ ଇମାମ୍‌-ଉଲ୍‌-ହକ୍‌ କାଫ୍‌ ମାଂସପେଶୀରେ ଆଘାତ ପାଇଥିଲେ।

ଏହି କାରଣରୁ ସେ ଦୁଇଟିଯାକ ପାଳିରେ ବ୍ୟାଟିଂ କରିପାରିନଥିଲେ।

କିନ୍ତୁ ପିସିବିର ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ଆକିବ ଜାଭେଦ୍‌ ତାଙ୍କ ଆଘାତକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଆକିବ କହିଥିଲେ, ମାଂସପେଶୀ ସାମାନ୍ୟ ଟାଣ ଲାଗିବା ଯୋଗୁଁ ଜଣେ ବ୍ୟାଟର ସମ୍ପୂର୍ଣ୍ଣ ଭାବେ ବ୍ୟାଟିଂରୁ ଦୂରେଇ ରହିବା ନେଇ ପ୍ରଶ୍ନ ରହିଛି।

ଏହି ଘଟଣାରେ ଇମାମ୍‌ଙ୍କୁ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିପାରେ।

ପାକିସ୍ତାନ ଦଳରେ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ ପରେ ମ୍ୟାଚ୍‌ ଫିକ୍ସିଂ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

Health: ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଗୁରୁତର ଶିଶୁ ଏହାର ମୁଖ୍ୟ କାରଣ ହେଉଛି ୨୦୧୦ ମସିହାର ଲର୍ଡସ୍‌ ସ୍ପଟ୍‌-ଫିକ୍ସିଂ କାଣ୍ଡ।

ସେତେବେଳେ ପାକିସ୍ତାନ ଅଧିନାୟକ ସଲମାନ ବଟ୍‌, ମହମ୍ମଦ ଆସିଫ୍‌ ଓ ମହମ୍ମଦ ଆମିର୍‌ ଜଣେ ବୁକିଙ୍କଠାରୁ ଟଙ୍କା ନେଇ ନିର୍ଦ୍ଦିଷ୍ଟ ସମୟରେ ଜାଣିଶୁଣି ନୋ-ବଲ୍‌ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଏହି ଘଟଣା ପାକିସ୍ତାନ କ୍ରିକେଟ ଇତିହାସର ଏକ ବଡ଼ କଳଙ୍କ ଭାବେ ରହିଛି।

ଏହା ମଧ୍ୟରେ ପାକିସ୍ତାନର କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, କିଛି ଖେଳାଳି ସେମାନଙ୍କ ମୋବାଇଲ୍‌ ଫୋନ୍‌ ପିସିବି ନିକଟରେ ଜମା ଦେଇଛନ୍ତି।

ଫୋନ୍‌ଗୁଡ଼ିକ ଅନ୍ତିମ ଟେଷ୍ଟ ପର୍ଯ୍ୟନ୍ତ ବୋର୍ଡ ହେପାଜତରେ ରହିବ ବୋଲି ମଧ୍ୟ ଦାବି ହୋଇଛି।

ତେବେ ପିସିବି ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

୯ ତାରିଖରୁ ଖେଳାଯିବାକୁ ଥିବା ପାକିସ୍ତାନ-ଇଂଲଣ୍ଡ ଅନ୍ତିମ ଟେଷ୍ଟ ପୂର୍ବରୁ ପାକିସ୍ତାନ ଦଳରେ ବଡ଼ ପରିବର୍ତ୍ତନ ହୋଇଥିବାବେଳେ, ପିସିବିର ଏହି ଆଭ୍ୟନ୍ତରୀଣ ତଦନ୍ତ ଘଟଣାକୁ ଆହୁରି ରୋଚକ କରିଦେଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।