Paneer: ବିନା କ୍ଷୀରରୁ ପ୍ରସ୍ତୁତ ପନିର ଉପରେ ଲାଗିବ ରୋକ୍: ୬୦ ଦିନ ଭିତରେ ଆପତ୍ତି ବା ପରାମର୍ଶ ପଠାଇବେ
ଭୁବନେଶ୍ବର: କ୍ଷୀରରୁ ପ୍ରସ୍ତୁତ ହୋଇ ନ ଥିବା ପନିର ବା ଆନାଲଗ ପନିରକୁ ନେଇ ଏବେ ଦେଶବ୍ୟାପୀ ହଇଚଇ। ମହାରାଷ୍ଟ୍ର ସରକାର ଏହାର ବିକ୍ରି ଉପରେ କଟକଣା ଲଗାଇବା ପରେ ଧୀରେ ଧୀରେ ଅନ୍ୟ ରାଜ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଓଡ଼ିଶାରେ ଯଦିଓ ଏଭଳି ପନିର ନିଷିଦ୍ଧ ହୋଇନାହିଁ, ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହା ଉପରେ ଚଢ଼ଉ ଜାରି ରହିଛି। କିଛିଦିନ ତଳେ କଟକରୁ ଜବତ ହୋଇଥିବା ପନିର ନମୁନା ରିପୋର୍ଟରୁ ଏହା ମଇଦା ଓ ଡିଟରଜେଣ୍ଟରୁ ପ୍ରସ୍ତୁତ ହୋଇଥିବା ନଜରକୁ ଆସିଛି। ତେବେ ଏଭଳି ପନିରକୁ ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆନାଲଗ୍ ପନିରକୁ ନେଇ ସଂସ୍ଥା ପକ୍ଷରୁ ଏକ ଚିଠା ବିଜ୍ଞପ୍ତି ଜାରି ହୋଇଛି। ଏଥିପାଇଁ ସାଧାରଣ ଜନତାଙ୍କଠାରୁ ୬୦ଦିନ ଭିତରେ ମତାମତ ଲୋଡ଼ାଯାଇଛି।
Civil Society Forum: ନାଗରିକ ମଞ୍ଚ-ନିର୍ବାଚନ ଆୟୋଗ ମୁହାଁମୁହିଁ
ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଲା ଏଫ୍ଏସ୍ଏସ୍ଏଆଇ
୬୦ ଦିନ ଭିତରେ ଆପତ୍ତି ବା ପରାମର୍ଶ ପଠାଇବେ
ଚିଠା ବିଜ୍ଞପ୍ତି ଅନୁସାରେ, କ୍ଷୀରରୁ ତିଆରି ହୋଇ ନଥିବା ପନିର ବା ଆନାଲଗ ପନିର ଉପରେ କଟକଣା ଲଗାଯିବ। ଖାଉଟିଙ୍କୁ ଭ୍ରମିତ କରି ନକଲି ପନିରକୁ ଅସଲି ପନିର ବୋଲି ଦର୍ଶାଇ ହେଉଥିବା ବିକ୍ରିକୁ ବନ୍ଦ କରାଯିବ। ଯେଉଁ କମ୍ପାନିମାନେ ‘ଆନାଲଗ ଇନ ଡାଏରି କଣ୍ଟେକ୍ସଟ୍’ ନାମରେ ଲାଇସେନ୍ସ ନେଇଛନ୍ତି, ସେମାନେ ଆଉ ନିଜ ଉତ୍ପାଦରେ ପନିର ଶବ୍ଦ ବ୍ୟବହାର କରିପାରିବେ ନାହିଁ। ସେମାନଙ୍କୁ ଲେବଲ୍, ପ୍ୟାକେଟ୍ ଓ ମାର୍କେଟିଂରୁ ପନିର ଶବ୍ଦ ହଟାଇବାକୁ ପଡ଼ିବ। ଖାଦ୍ୟ ସୁରକ୍ଷା ଆଇନ ୨୦୧୧ର ୨.୧.୧ ଧାରାରେ ନୂଆ ନିୟମ ଯୋଡ଼ାଯିବ। ‘କ୍ଷୀର ନୁହେଁ ଅନ୍ୟ ସାମଗ୍ରୀରୁ ପ୍ରସ୍ତୁତ ପନିର’ ବିକ୍ରି ସଂପୂର୍ଣ୍ଣ ନିଷିଦ୍ଧ ହେବ। ଏହି ନିୟମ ଉପରେ ସାଧାରଣ ଜନତାଙ୍କଠୁ ୬୦ ଦିନ ଭିତରେ ମତାମତ ମଗାଯାଇଛି। କେହି ବି ନିଜ ଆପତ୍ତି ବା ପରାମର୍ଶ ଧାର୍ଯ୍ୟ ଇ-ମେଲ୍ ଜରିଆରେ ପଠାଇପାରିବେ। ୬୦ ଦିନ ପରେ ଏହା ଆଇନରେ ପରିଣତ ହେବ ବୋଲି କୁହାଯାଇଛି।
Animal: ଠିଆ ହୋଇ ଶୋଉଥିବା ପ୍ରାଣୀ
ଉଲ୍ଲେଖ ଯେ ରାଖୀ ପୂର୍ଣ୍ଣିମା ପୂର୍ବରୁ ଭୁବନେଶ୍ବର, କଟକ ସମେତ ବ୍ରହ୍ମପୁର, ସମ୍ବଲପୁର ଓ ଅନ୍ୟ ଅଞ୍ଚଳରେ ମିଠା ଓ ପନିର ବିକ୍ରି ଉପରେ ଜୋରଦାର ଚଢ଼ଉ ହୋଇଥିଲା। ବିଶେଷକରି ନିଆଳି ଅଞ୍ଚଳରୁ ଆସୁଥିବା ଛେନା ଓ ପନିର ଯାଞ୍ଚ ହୋଇଥିଲା। ରାପିଡ୍ କିଟ୍ରେ ଏସବୁ ପନିର ନକଲି ଥିବା ଜଣାପଡ଼ିବା ପରେ ସେସବୁକୁ ନଷ୍ଟ କରିଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ। ଭୁବନେଶ୍ବରର ଏକାଧିକ ମିଠା ଦୋକାନକୁ ମଧ୍ୟ ସିଲ୍ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।