MMDR: ଏମ୍‌ଏମ୍‌ଡିଆର୍‌, ଓରିସେଡ୍‌ ଆଇନ: ଲାଭକ୍ଷତିର ହିସାବ ହୋଇନି, ୨୬୯୫ କୋଟିର ଜରିମାନା ଆଦାୟ ହୋଇପାରିନି

Sep 25, 2026 - 07:51
MMDR: ଏମ୍‌ଏମ୍‌ଡିଆର୍‌, ଓରିସେଡ୍‌ ଆଇନ: ଲାଭକ୍ଷତିର ହିସାବ ହୋଇନି, ୨୬୯୫ କୋଟିର ଜରିମାନା ଆଦାୟ ହୋଇପାରିନି

"ଭୁବନେଶ୍ବର: ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ ୨୦୨୬କୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରି ଅଡ଼ୁଆରେ ପକାଇବାକୁ ପ୍ରୟାସ କରୁଛନ୍ତି।

ନାଗରିକ ସଂଗଠନଗୁଡ଼ିକ ମଧ୍ୟ ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରିଛନ୍ତି।

କିନ୍ତୁ ଏହି ସଂଶୋଧିତ ଆଇନର ଆର୍ଥିକ ପ୍ରଭାବ ସମ୍ପର୍କରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ଆକଳନ କରିନାହାନ୍ତି।

ଏ ସମ୍ପର୍କରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ବର୍ତ୍ତମାନ ସମୟରେ କୌଣସି ନିର୍ଦ୍ଦିଷ୍ଟ ପରିମାଣର ଲାଭ କିମ୍ବା କ୍ଷତିର ଆକଳନ କରାଯାଇନାହିଁ।

ଏ ସମ୍ପର୍କିତ ଆବଶ୍ୟକ ନିୟମ ସମ୍ବନ୍ଧିତ ସର୍ତ୍ତାବଳୀ କେନ୍ଦ୍ର ସରକାର ପ୍ରଣୟନ କରିବା ପରେ ତାହାର ଆର୍ଥିକ ପ୍ରଭାବକୁ ରାଜ୍ୟ ସରକାର ନିରୀକ୍ଷଣ କରିବେ।

ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ବ ସ୍ବାର୍ଥ ସୁରକ୍ଷିତ ରହିବା ପାଇଁ ପ୍ରଚଳିତ ଆଇନ ଓ ବିଧି ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଏହା ମଧ୍ୟ ଜଣାଇଛନ୍ତି ଯେ ୨୦୨୪ ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ଓରିସେଡ୍‌ ନିୟମ ଅଧୀନରେ କେତେ ରାଜସ୍ବ ମିଳିବ ତାହାର ମଧ୍ୟ କୌଣସି ଆକଳନ କରାଯାଇନାହିଁ।

ଓରି‌ସେଡ୍‌ ନିୟମ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

୨୦୦୫ ପରଠାରୁ ଓ ବାର୍ଷିକ ଟିକସ ବକେୟା ବାବଦରେ କେତେ ମିଳିବ ତାହାର ମଧ୍ୟ କୌଣସି ଆକଳନ ହୋଇନଥିବା ମନ୍ତ୍ରୀ ଜଣାଇଛନ୍ତି।

Advertisment National Antyodaya Diwas: ଜାତୀୟ ଅନ୍ତ୍ୟୋଦୟ ଦିବସ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୨୩-୨୪ରେ ରାଜ୍ୟ ସରକାର ୪୬,୩୯୬.୫୦ କୋଟି ଟଙ୍କାର ଖଣିଜ ରାଜସ୍ବ ଆଦାୟ କରିଥିଲେ।

୨୦୨୬-୨୭ରେ ଚଳିତ ସେପ୍ଟେମ୍ବର ୧୫ ସୁଦ୍ଧା ୨୧,୫୮୬.୧୯ କୋଟି ଟଙ୍କାର ଖଣିଜ ରାଜସ୍ବ ଆଦାୟ କରାଯାଇଛି।

ସମଗ୍ର ଆର୍ଥିକ ବର୍ଷରେ କେତେ ରାଜସ୍ବ ମିଳିବ ତାହା ଆକଳନ କରାଯାଇନଥିବା ମନ୍ତ୍ରୀ ଶ୍ରୀ ଜେନା ଜଣାଇଛନ୍ତି।

ରାଜ୍ୟରେ ହୋଇଥିବା ଖଣି ନିଲାମ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ୧୮୭ଟି ଲୁହାପଥର, ମାଙ୍ଗାନିଜ, କୋଇଲା, ବକ୍ସାଇଟ୍‌ ଓ କ୍ରୋମାଇଟ୍‌ ଖଣି ଲିଜ୍‌ ସୂତ୍ରରେ ଦିଆଯାଇଛି।

ନିଲାମ ହୋଇଥିବା ଖଣି ମଧ୍ୟରୁ ୩୫ଟି କାର୍ଯ୍ୟକ୍ଷମ ରହିଛି।

୨୦୨୩-୨୪ରୁ ୨୦୨୫-୨୬ ମଧ୍ୟରେ ବାର୍ଷିକ ହାରାହାରି ୧୭୩.୩୪ ନିୟୁତ ଟନ୍‌ ଲୁହାପଥର ଉତ୍ତୋଳନ କରାଯାଇଛି।

ସେହି ଅନୁସାରେ ଉତ୍ତୋଳନ ଜାରି ରହିଲେ ରାଜ୍ୟରେ ଗଚ୍ଛିତ ଥିବା ୯୪୦୯.୩୩ ନିୟୁତ ଟନ୍‌ ଲୁହାପଥର ଆସନ୍ତା ୨୦ ବର୍ଷରେ ଶେଷ ହେବାର ଆଶଙ୍କା ଓ ଅବକାଶ ନାହିଁ ବୋଲି ସେ କହିଛନ୍ତି।

ଉତ୍ତୋଳନର ସୀମା ନିର୍ଦ୍ଧାରଣ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସେ କହିଛନ୍ତି।

Road: ସୀମାନ୍ତ ଦୁଇ ରାସ୍ତାର ଭିନ୍ନଚିତ୍ର: ଓଡ଼ିଶା ପଟେ ବରବାଦ୍‌, ଝାଡ଼ଖଣ୍ଡରେ ଚକାଚକ୍‌ ୨୬୯୫ କୋଟିର ଜରିମାନା ଆଦାୟ ହୋଇପାରିନିବେଆଇନ ଖଣି ବାବଦରେ ଆଦାୟ ହୋଇଥିବା ଜରିମାନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ୨୦୧୭ ଅଗଷ୍ଟ ୨ରେ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଲୁହାପଥର ଓ ମାଙ୍ଗାନିଜ ଖଣି ମାଲିକମାନଙ୍କଠାରୁ ୨୦,୪୧୭.୬୪ କୋଟି ଟଙ୍କାର ଜରିମାନା ଦାବି କରାଯାଇଥିଲା।

ପରିବେଶ ଓ ଜଙ୍ଗଲ ମଞ୍ଜୁରି ଉଲ୍ଲଂଘନ ବାବଦରେ ୧୮,୧୬୯.୧୪ କୋଟି ଟଙ୍କା, ନିଷ୍କାସନ ହୋଇନଥିବା ଖଣିଜ ଉଲ୍ଲଂଘନ ବାବଦରେ ୩୫୭.୬୭ କୋଟି ଟଙ୍କା ଏବଂ ଖଣି ଯୋଜନା ଓ କନ୍‌ସେଣ୍ଟ ଟୁ ଅପରେଟ୍‌ (ସିଟିଓ) ଉଲ୍ଲଂଘନ ପାଇଁ ୧୮୯୦.୮୩ କୋଟି ଟଙ୍କାର ଜରିମାନା ଦାବି କରାଯାଇଥିଲା।

ଏହି ତିନି ଦାବି ବର୍ଗରେ ରାଜ୍ୟ ସରକାର ସୁଧ ସମେତ ଯଥାକ୍ରମେ ୧୬,୧୮୨.୪୬ କୋଟି ଟଙ୍କା, ୩୫୦.୮୩ କୋଟି ଟଙ୍କା ଓ ୧୧୬୭.୯୪ କୋଟି ଟଙ୍କା ଆକାରରେ ମୋଟ ୧୭,୭୦୧.୨୩ କୋଟି ଟଙ୍କା ଅସୁଲ କରିଛନ୍ତି।

୨୬୯୫.୨୬ କୋଟି ଟଙ୍କାର ଜରିମାନା ଆଦାୟ ହୋଇପାରିନାହିଁ।

ସେହି ଖିଲାପୀ ପଟ୍ଟାଧାରୀମାନଙ୍କ ବିରୋଧରେ ସାର୍ଟିଫିକେଟ୍‌ ଅଫିସର୍‌ ଓପିଡିଆର୍‌ କେସ୍‌ କରିଥିବା ମନ୍ତ୍ରୀ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।