Passenger Thrown Off Bus: ମରିଗଲା ମାନବିକତା, ମାତ୍ର ଟଙ୍କାଟେ ପାଇଁ ଯାତ୍ରୀଙ୍କୁ ଧକ୍କା ମାରି ବାହାର କଲା କଣ୍ଡକ୍ଟର

Jun 26, 2026 - 15:43
Passenger Thrown Off Bus: ମରିଗଲା ମାନବିକତା, ମାତ୍ର ଟଙ୍କାଟେ ପାଇଁ ଯାତ୍ରୀଙ୍କୁ ଧକ୍କା ମାରି ବାହାର କଲା କଣ୍ଡକ୍ଟର

ଟଙ୍କାଟେ ପାଇଁ ଯାତ୍ରୀଙ୍କୁ ଧକ୍କା ମାରି ବାହାର କରିଦେଲେ କଣ୍ଡକ୍ଟର। ୪୧ ଟଙ୍କା ଜାଗାରେ ୪୦ ଟଙ୍କା ଦେବାରୁ ଅଧା ରାସ୍ତାରେ ଓହ୍ଲାଇ ଦେଲେ ବସ୍ କଣ୍ଡକ୍ଟର। ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୋଇଡା ବ୍ଲକ୍ ମୁଖ୍ୟ ବସ ଷ୍ଟାଣ୍ଡରୁ ଚୋରଧରା ପଞ୍ଚାୟତ ଅଭିମୁଖେ ଯାଉଥିବା ବସ୍ ରୁ କିଛି ଯାତ୍ରୀଙ୍କୁ ଓହ୍ଲାଇଦେଇଥିବା ଅଭିଯୋଗ ହୋଇଛି। 

କଣ୍ଡକ୍ଟର ୪୧ ଟଙ୍କା ମାଗିଥିବା ବେଳେ ଯାତ୍ରୀ ୪୦ ଟଙ୍କା ଦେଇଥିଲେ। ଯେଉଁଥିରେ ଉତକ୍ଷିପ୍ତ ହୋଇ ବସ୍ କଣ୍ଡକ୍ଟର ଧକ୍କା ମାରି ବାହାର କରିଦେଇଥିବା ଜଣାପଡିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏନେଇ ସଂପୃକ୍ତ ବସ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।