Patient Dies After Ambulance Catches Fire on Road: ରାସ୍ତାରେ ଜଳିଗଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ
ରୋଗୀ ନେଇ ଯାଉଥିବା ବେଳେ ଜଳିଗଲା ଆମ୍ବୁଲାନ୍ସ। ଚାଲିଗଲା ରୋଗୀଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜଳଙ୍ଗ ଛକ ନିକଟରେ ଏପରି ଅଘଟଣ ଘଟିଛି । ଆଜି ସକାଳେ ଖଇରା ଥାନା ତୁରାଣୀପଦା ଗ୍ରାମର ଜଣେ ବ୍ୟକ୍ତି ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଉଥିଲା।
ଏହି ସମୟରେ ଜଳଙ୍ଗ ଛକ ନିକଟରେ ଆମ୍ବୁଲାନ୍ସର ଇଂଜିନରୁ ଧୂଆଁ ବାହାରିଥିଲା। ଯେଉଁ କାରଣରୁ ଗାଡିଟି ଆଗକୁ ଯାଇପାରିନଥିଲା। ଗାଡି ଚାଳକ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସ ସହ ଯୋଗଯୋଗ କରିଥିଲେ। ମାତ୍ର ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ସେତେବେଳକୁ ରୋଗୀ ଜଣଙ୍କ ମୃତ୍ୟୁବରଣ କରିସାରିଥିଲେ। ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।....
ରୋଗୀ ନେଇ ଯାଉଥିବା ବେଳେ ରାସ୍ତାରେ ଜଳିଗଲା ଆମ୍ବୁଲାନ୍ସ
ଚାଲିଗଲା ରୋଗୀଙ୍କ ଜୀବନ
ସିମୁଳିଆ ଥାନା ଜଳଙ୍ଗ ଛକ ନିକଟରେ ଅଘଟଣ
ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି
ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।