Patient Dies at Bhadrak District Hospital: ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ, ଶୁଣିଲେନି ନର୍ସ! ଚାଲିଗଲା ବୃଦ୍ଧଙ୍କ ଜୀବନ

Nov 02, 2026 - 10:22
Patient Dies at Bhadrak District Hospital: ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ, ଶୁଣିଲେନି ନର୍ସ! ଚାଲିଗଲା ବୃଦ୍ଧଙ୍କ ଜୀବନ

ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା।

ମୃତକ ହେଉଛନ୍ତି ତିହିଡ଼ି ବ୍ଲକ ବିନ୍ଧା ଛକ ଅଞ୍ଚଳର ୭୦ ବର୍ଷୀୟ ନିରଞ୍ଜନ ମହାକୁଡ଼।

ଅଭିଯୋଗ ଅନୁସାରେ, ରବିବାର ସକାଳ ପ୍ରାୟ ୯ଟାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ନିରଞ୍ଜନ।

ଛାତି ଯନ୍ତ୍ରଣାରେ ସେ ଛଟପଟ ହେଉଥିବା ବେଳେ ତାଙ୍କ ସ୍ତ୍ରୀ ବାରମ୍ବାର ନର୍ସଙ୍କୁ ଡାକିଥିଲେ।

Advertisment କିନ୍ତୁ କେହି ଶୁଣିନଥିବା ଏବଂ ଚିକିତ୍ସାରେ ଅବହେଳା ଯୋଗୁଁ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ମୃତ୍ୟୁ ପରେ ମେଡିକାଲ ପରିସରରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା।

ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା।

ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ପ୍ରତିଶ୍ରୁତି ପରେ ଶାନ୍ତ ପଡ଼ିଥିଲା ପରିସ୍ଥିତି।

ଅନ୍ୟପଟେ ଏ ଘଟଣା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।