Three Satellites Capture Cyclone Murasu: ୩ଟି ସାଟେଲାଇଟ୍‌ରେ କଏଦ୍‌ ମୁରାସୁର ଭୟଙ୍କର ଚିତ୍ର, ବଢ଼ିଲା ଚିନ୍ତା

Nov 02, 2026 - 12:52
Three Satellites Capture Cyclone Murasu: ୩ଟି ସାଟେଲାଇଟ୍‌ରେ କଏଦ୍‌ ମୁରାସୁର ଭୟଙ୍କର ଚିତ୍ର, ବଢ଼ିଲା ଚିନ୍ତା

ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇ ଭାରତୀୟ ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ 'ମୁରାସୁ'।

ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେଉଥିବା ଏହି ବାତ୍ୟା ଉପରେ ଏବେ ୩ଟି ସାଟେଲାଇଟ୍‌ର ନଜର ରହିଛି।

ମହାକାଶରୁ ଉତ୍ତୋଳିତ ଚିତ୍ରରେ ବାତ୍ୟାର ବିଶାଳ ମେଘମାଳା, ଘୂର୍ଣ୍ଣିବଳୟ ଓ ଭୟଙ୍କର ରୂପ ସ୍ପଷ୍ଟ ଦେଖିବାକୁ ମିଳିଛି।

Advertisment ଭାରତର INSAT-3DS ସମେତ ଅନ୍ୟ ଅନ୍ତର୍ଜାତୀୟ ସାଟେଲାଇଟ୍‌ ଏହି ବାତ୍ୟାର ଗତିବିଧି ଉପରେ ନଜର ରଖିଛନ୍ତି।

ନଭେମ୍ବର ୨ ତାରିଖ ସକାଳ ୧୦ଟାରୁ ୧୦ଟା ୨୭ ମିନିଟ୍‌ ମଧ୍ୟରେ INSAT-3DS ଦ୍ୱାରା ଉଠାଯାଇଥିବା ଥର୍ମାଲ୍ ଇନ୍‌ଫ୍ରାରେଡ୍‌ ଚିତ୍ରରେ ବାତ୍ୟାର ଘନ ମେଘମାଳା ସ୍ପଷ୍ଟ ହୋଇଛି।

କେଉଁଠି ରହିଛି ବାତ୍ୟା?

ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ସୋମବାର ସକାଳ ୮ଟା ୩୦ ସୁଦ୍ଧା ବାତ୍ୟା ଘଣ୍ଟାପ୍ରତି ପ୍ରାୟ ୨୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିଲା।

ଏହା ନେଲୋରଠାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ରହିଥିଲା।

Advertisment କେବେ ହେବ ଲ୍ୟାଣ୍ଡଫଲ୍‌?

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୨ ତାରିଖ ରାତି ୧୧ଟା ୩୦ରୁ ନଭେମ୍ବର ୩ ତାରିଖ ଭୋର ୪ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ ମୁରାସୁ।

ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ରହିବା ଆଶଙ୍କା ରହିଛି।

ଗୋଟିଏ ବାତ୍ୟାର ପ୍ରଭାବ ଶେଷ ନହେଉଣୁ ଆଉ ଏକ ବାତ୍ୟାର ଆଗମନ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଚିନ୍ତା ବଢ଼ାଇଛି।

ଏବେ ସମସ୍ତଙ୍କ ନଜର ମୁରାସୁର ଗତିପଥ ଓ ସ୍ଥଳଭାଗ ଅତିକ୍ରମ ଉପରେ ରହିଛି।

ଏହି ବାତ୍ୟାରେ ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ତାମିଲନାଡୁ ପ୍ରଭାବିତ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।