Patitapabana Bana Damaged: ନୀଳଚକ୍ରରେ ଏ କି ସଙ୍କେତ; ବାତ୍ୟା ପ୍ରଭାବରେ ପତିତପାବନରେ ଶୂନ୍ୟ ଗଣ୍ଠି! ଝଡ଼ ପବନରେ ଚିରିଗଲା
ଶ୍ରୀମନ୍ଦିର ନୀଳଚକ୍ର ପତିତପାବନରରେ ପଡ଼ିଲା ଶୂନ୍ୟ ଗଣ୍ଠି।
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଝଡ଼ ପବନ ଯୋଗୁଁ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ର କିଛି ଅଂଶ ଚିରି ଯାଇଥିବା ଦେଖିବାକୁ ବି ମିଳିଛି।
କିଛି ବାନା ନୀଳଚକ୍ରରେ ଲାଗି ଥିବା ବେଳେ ଆଉ କିଛି ବାନା ଅଁଳା ବେଢ଼ା ଉପରେ ଉପର ଭାଗରେ ଲାଗିଥିବା ଦେଖିବାକୁ ମିଳିଛି।
Advertisment ଶ୍ରୀମନ୍ଦିର ଉପରେ ପତିତପାବନ ବାନାରେ ଏଭଳି ଶୂନ୍ୟ ଗଣ୍ଠି ପଡ଼ିବାକୁ ନେଇ ଶ୍ରଦ୍ଧାଳୁ ତଥା ସେବାୟତ ମହଲରେ ବିଭିନ୍ନ ପ୍ରକାର ଧାର୍ମିକ ବିଶ୍ୱାସ ଓ ଆଲୋଚନା ଆରମ୍ଭ ହୋଇଯାଇଛି।
କାରଣ ମହାପ୍ରଭୁଙ୍କ ପତିତପାବନ ବାନା କେବଳ ଏକ ପତାକା ନୁହେଁ, ଏହା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ।
ତେଣୁ ବାତ୍ୟା ସମୟରେ ବାନାରେ ଏଭଳି ସ୍ଥିତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ବାତ୍ୟା ପ୍ରଭାବରେ ପତିତପାବନରେ ଶୂନ୍ୟ ଗଣ୍ଠି !
ଝଡ଼ ପବନରେ ପତିତପାବନ ବାନା କିଛି ଅଂଶ ଚିରିଲା ନୀଳଚକ୍ରରେ କିଛି ବାନା ଲାଗିଥିବା ଦେଖିବାକୁ ମିଳିଛି ଅଁଳା ବେଢ଼ା ଉପର ଭାଗରେ ଲାଗିଛି ଅନ୍ୟ ବାନା ପତିତପାବନ ବାନାରେ ଶୂନ୍ୟ ଗଣ୍ଠିକୁ ନେଇ ଚର୍ଚ୍ଚା ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।