PCC Chief Announces Odisha Bandh: ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା, ଇଣ୍ଡି ମେଣ୍ଟ ସଦସ୍ୟଙ୍କୁ ସାମିଲ ହେବାକୁ କଂଗ୍ରେସର ଅପିଲ୍

Sep 29, 2026 - 14:22
PCC Chief Announces Odisha Bandh: ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା, ଇଣ୍ଡି ମେଣ୍ଟ ସଦସ୍ୟଙ୍କୁ ସାମିଲ ହେବାକୁ କଂଗ୍ରେସର ଅପିଲ୍

ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି।

ଏହି ଓଡ଼ିଶା ବନ୍ଦରେ ସାମିଲ ହେବା ପାଇଁ ଇଣ୍ଡି ମେଣ୍ଟର ସମସ୍ତ ସହଯୋଗୀ ଦଳର ସଦସ୍ୟଙ୍କୁ କଂଗ୍ରେସ ପକ୍ଷରୁ ଅପିଲ୍ କରାଯାଇଛି। ବନ୍ଦକୁ ସଫଳ କରିବା ପାଇଁ ଦଳୀୟ କର୍ମୀ ଓ ନେତାମାନେ ଲୋକଙ୍କ ସହଯୋଗ ଲୋଡ଼ିବେ ବୋଲି କୁହାଯାଇଛି।

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଘୋଷଣା ପରେ ୮ ତାରିଖର ବନ୍ଦକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟ ବିରୋଧୀ ଦଳ ବିଜେଡି ଏହି ବନ୍ଦକୁ ସମର୍ଥନ କରିବ କି ନାହିଁ, ତାହା ଏ ଯାଏଁ ସ୍ପଷ୍ଟ ହୋଇନି ।  ଗତକାଲି ବିଜେଡି ପକ୍ଷରୁ ଏମଏମଡିଆର୍ ପ୍ରସଙ୍ଗକୁ ନେଇ ମହାତ୍ମା ଗାନ୍ଧି ମାର୍ଗରେ ବଡ଼ ଆନ୍ଦୋଳନ କରାଯାଇଥିଲା ।

ଆଜି କଂଗ୍ରେସ ନିର୍ବାଚନ କମିଶନରଙ୍କ ଇସ୍ତଫା, ଏମଏମଡିଆର୍ ପ୍ରସଙ୍ଗ ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରୁଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।