PDS Rice Diversion Allegations Surface: ଗରିବଙ୍କ ଚାଉଳରେ ଚାଲିଛି କି ବେପାର ? ସାମ୍ନାକୁ ଆସିଲା ଅଭିଯୋଗ
ବାଟମାରଣା ହେଉଛି ପିଡ଼ିଏସ ଚାଉଳ। ହିତାଧିକାରୀଙ୍କୁ ମିଳୁଛି ଆବଶ୍ୟକତାଠାରୁ ଅଧିକ ଚାଉଳ। ବଳକା ଚାଉଳକୁ ଚଢା ଦରରେ ବିକ୍ରି କରିଦେଉଛନ୍ତି ହିତାଧିକାରୀ। ଜଗତସିଂହପୁରରୁ ଆସିଛି ଏଭଳି ଅଭିଯୋଗ। ପୂର୍ବରୁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ମୁଣ୍ଡ ପିଛା ୫ କେଜି ଚାଉଳ ମିଳୁଥିଲା। ଏବେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅଧିକ ୫କେଜି ଚାଉଳ ମିଶି ମୁଣ୍ଡ ପିଛା ୧୦ କେଜି ଚାଉଳ ମିଳୁଛି ।
ଅଧିକ ପରିମାଣର ଚାଉଳ ମିଳିବାରୁ ହିତାଧିକାରୀମାନେ ନିଜ ଖାଇବା ପାଇଁ ଚାଉଳ ରଖି ଅବଶିଷ୍ଟ ଚାଉଳକୁ ୨୨ରୁ ୨୫ ଟଙ୍କାରେ ଡିଲରଙ୍କୁ ବିକ୍ରି କରିଦେଉଥିବା ଜଣାପଡିଛି। ହିତାଧିକାରୀଙ୍କଠାରୁ କମ୍ ଦାମରେ ଚାଉଳ କିଣି, ଡିଲର ଓ ମିଲରମାନେ ଏହାକୁ ପୁଣି ବଜାରରେ ୬୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ତଦାରଖ ଚାଲିଛି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।