Major Relief Move for Flood-Hit People: ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ପଦକ୍ଷେପ, ତୁରନ୍ତ ମିଳିବ ଅତିରିକ୍ତ ରିଲିଫ୍ ଚାଉଳ

Aug 20, 2026 - 18:59
Major Relief Move for Flood-Hit People: ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ପଦକ୍ଷେପ, ତୁରନ୍ତ ମିଳିବ ଅତିରିକ୍ତ ରିଲିଫ୍ ଚାଉଳ

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ପଦକ୍ଷେପ । ତୁରନ୍ତ ମିଳିବ ଅତିରିକ୍ତ ରିଲିଫ୍ ଚାଉଳ । ବନ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ଅତିରିକ୍ତ ଚାଉଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଲେ ଏସଆରସି। ଲଗାଣ ବର୍ଷା ଓ ନଦୀର ଜଳସ୍ତର ବଢ଼ିବାରୁ ଏକାଧିକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଜଳବନ୍ଦୀ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ଏବେ ଗୁରୁତ୍ୱ ଦିଆଯାଇଛି ।

ସାମୂହିକ ରୋଷେଇ କେନ୍ଦ୍ର ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଣ ସହ ଜଳବନ୍ଦୀ ଅଞ୍ଚଳରେ ଚାଉଳ ବଣ୍ଟନ ଜାରି ରହିବ । ପ୍ରାପ୍ତବୟସ୍କଙ୍କୁ ଦୈନିକ ୧ କିଲୋ ଏବଂ ୧୨ ବର୍ଷରୁ କମ୍ ଶିଶୁଙ୍କୁ ଦୈନିକ ୫୦୦ ଗ୍ରାମ ଚାଉଳ ଦିଆଯିବ । ଆବଶ୍ୟକତା ଅନୁସାରେ କେତେଦିନ ପାଇଁ କେତେ ପରିମାଣର ଚାଉଳ ଦରକାର, ତାହାର ଆକଳନ କରି ତୁରନ୍ତ ଜଣାଇବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ।

ବନ୍ୟା ପରିସ୍ଥିତି ସୁଧୁରିବା ଓ ବିସ୍ଥାପିତ ପରିବାର ଘରକୁ ଫେରିବା ପର୍ଯ୍ୟନ୍ତ ରିଲିଫ୍ ବ୍ୟବସ୍ଥା ଜାରି ରହିବ । ଏପଟେ ପ୍ରଭାବିତ ଜିଲ୍ଲାକୁ ଚାଉଳ ପଠାଇବାରେ ଯେପରି ବିଳମ୍ବ ନହୁଏ ସେଥିପାଇଁ ଖାଦ୍ୟ ଯୋଗାଣ ବିଭାଗକୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଚାଉଳ ଯୋଗାଇବାକୁ ନିର୍ଦ୍ଦେଶ ରହିଛି ।

ବନ୍ୟା ବିପନ୍ନଙ୍କୁ ତୁରନ୍ତ ଚାଉଳ ଦିଅ: SRC

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ପଦକ୍ଷେପ
ତୁରନ୍ତ ମିଳିବ ଅତିରିକ୍ତ ରିଲିଫ୍ ଚାଉଳ 
ଅତିରିକ୍ତ ଚାଉଳ ଯୋଗାଣ ପାଇଁ SRCଙ୍କ ନିର୍ଦ୍ଦେଶ
ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ପ୍ରାପ୍ତବୟସ୍କଙ୍କୁ ଦୈନିକ ୧ କିଲୋ ଚାଉଳ ଦିଆଯିବ
୧୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଦୈନିକ ୫୦୦ ଗ୍ରାମ ଚାଉଳ
କେତେ ପରିମାଣର ଚାଉଳ ଦରକାର, ତୁରନ୍ତ ଜଣାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ବିପନ୍ନ ପରିବାର ଘରକୁ ଫେରିବା ପର୍ଯ୍ୟନ୍ତ ରିଲିଫ୍ ବ୍ୟବସ୍ଥା ଜାରି ରହିବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।