Pen cap: ପେନ୍ କ୍ୟାପ୍ରେ ଛିଦ୍ର କାହିଁକି?
"କଲମ ବା ପେନ୍ ଆମ ଦୈନନ୍ଦିନ ଜୀବନରେ କିଛି ନା କିଛି କାମରେ ନିଶ୍ଚୟ ଆସେ।
ଛାତ୍ରଛାତ୍ରୀମାନଙ୍କ ଲାଗି ତ ଏହା ଜରୁରୀ ସାମଗ୍ରୀ।
ପ୍ରାୟ ସମସ୍ତେ ନିଜ ଜୀବନରେ ବିଭିନ୍ନ କିସମର ଶହ ଶହ ପେନ୍ ବ୍ୟବହାର କରିଥିବେ, ହେଲେ ବ୍ୟବହାର କରୁଥିବା ପେନ୍ର ଠିପି ବା କ୍ୟାପ୍ ଉପରେ ଛୋଟ କଣାଟିଏ କାହିଁକି ରହିଛି, କେବେ ସେ ନେଇ ପ୍ରଶ୍ନ କରି ନଥିବେ।
Advertisment ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନସ୍ୟୁରାନ୍ସ ନୂତନ ବ୍ରାଣ୍ଡ୍ ପରିଚୟ ଉନ୍ମୋଚନ ଏହି କ୍ଷୁଦ୍ର ଛିଦ୍ରଟି କୌଣସି ସାଧାରଣ ଡିଜାଇନ୍ର ଅଂଶବିଶେଷ ନୁହେଁ, ବରଂ ଏହା ଏକ ଜୀବନ ରକ୍ଷାକାରୀ ବ୍ୟବସ୍ଥା।
ପ୍ରଥମ କଥା ହେଲା, ଏହା ଶ୍ୱାସରୁଦ୍ଧ ହେବାରୁ ରକ୍ଷା କରିଥାଏ।
ବିଶେଷ କରି ଛୋଟ ପିଲାମାନେ, ଅନେକ ସମୟରେ ବଡ଼ମାନେ ମଧ୍ୟ ପଢ଼ିବା ଅଥବା ଲେଖିବା ସମୟରେ ଚିନ୍ତା କଲାବେଳେ ପେନ୍ର କ୍ୟାପ୍କୁ ପାଟିରେ ପୂରାଇ ଚୋବାଇଥାନ୍ତି।
ଯଦି ଭୁଲ୍ବଶତଃ ଏହି କ୍ୟାପ୍ଟି ଗଳା ଭିତରକୁ ଚାଲିଯାଏ, ତେବେ ଏହା ଶ୍ୱାସନଳୀରେ ଫସିଯାଇପାରେ।
କ୍ୟାପ୍ରେ ଛୋଟ ଛିଦ୍ର ନଥିଲେ ବାୟୁ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ସମ୍ପୃକ୍ତ ବ୍ୟକ୍ତିଜଣକ ଶ୍ୱାସରୁଦ୍ଧ ହେବାର ଆଶଙ୍କା ରହିଛି।
ତେବେ ଏହି ଛିଦ୍ର ଯୋଗୁଁ ଗଳାରେ ଫସିବା ପରେ ମଧ୍ୟ ଅଳ୍ପ ପରିମାଣରେ ଅମ୍ଳଜାନ ଶରୀର ଭିତରକୁ ଯାଇପାରେ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇପାରେ।
ଏହି ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ତରରେ ଅର୍ଗାନାଇଜେସନ୍ ଫର୍ ଷ୍ଟାଣ୍ଡାର୍ଡାଇଜେସନ୍ ବା ଆଇଏସ୍ଓ ୧୧୫୪୦:୨୦୨୧ ସୁରକ୍ଷା ନିୟମ ଲାଗୁ କରାଯାଇଛି।
ଏହି ନିୟମ ଅନୁଯାୟୀ, ୧୪ ବର୍ଷରୁ କମ୍ ବୟସର ପିଲାମାନେ ବ୍ୟବହାର କରୁଥିବା ପେନ୍ର କ୍ୟାପ୍ରେ ଏହି ଛିଦ୍ର ରହିବା ବାଧ୍ୟତାମୂଳକ।
Horoscope 2026 October 07: ଜାଣନ୍ତୁ ଆଜିର ରାଶିଫଳ...
ଏହି ଛିଦ୍ର ମଧ୍ୟ ବାୟୁ ଚାପର ସନ୍ତୁଳନ ରକ୍ଷା କରେ, ଅର୍ଥାତ୍ ଏହା ପେନ୍ ଭିତରେ ଏବଂ ବାହାରେ ବାୟୁର ଚାପକୁ ସମାନ ରଖେ।
ଯଦି ଏହି ଛିଦ୍ର ନଥାନ୍ତା, ତେବେ କ୍ୟାପ୍ ବନ୍ଦ କରିବା ସମୟରେ ସୃଷ୍ଟି ହେଉଥିବା ଚାପ ଯୋଗୁଁ ପେନ୍ରୁ କାଳି ବାହାରିଯିବାର ଆଶଙ୍କା ବି ରହିଛି।
ତେଣୁ, ଏକ ସାଧାରଣ ଦେଖାଯାଉଥିବା ପେନ୍ କ୍ୟାପ୍ର ଛୋଟିଆ ଛିଦ୍ର ପ୍ରକୃତରେ ସୁରକ୍ଷା ଓ ବିଜ୍ଞାନର ଏକ ଅଦ୍ଭୁତ ନିଦର୍ଶନ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।