12 OCTOBER 2026

Welcome!

Unlock your personalized experience.
Sign Up

Permanent river embankment: ଆଳି ଧୋୟାଞ୍ଚଳର ଦୁଃଖ କାଣୀ, ଖରସ୍ରୋତା: ନିର୍ମାଣ ହେଉନି ସ୍ଥାୟୀ ନଦୀବନ୍ଧ

Oct 12, 2026 - 04:31
Permanent river embankment: ଆଳି ଧୋୟାଞ୍ଚଳର ଦୁଃଖ କାଣୀ, ଖରସ୍ରୋତା: ନିର୍ମାଣ ହେଉନି ସ୍ଥାୟୀ ନଦୀବନ୍ଧ

ଆଳି (ପ୍ରମୋଦ କୁମାର ମଲ୍ଲିକ): ଖରସ୍ରୋତା ଓ କାଣୀ ନଦୀର ବନ୍ୟା ପ୍ରକୋପରେ ପ୍ରତିବର୍ଷ କେନ୍ଦ୍ରାପଡ଼ାଜିଲ୍ଲା ଆଳି ଧୋୟାଞ୍ଚଳର ୧୦ଟି ପଞ୍ଚାୟତରେ ବସବାସ କରୁଥିବା ୮୦ ହଜାର ଅଧିବାସୀଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ଚଳିତ ବର୍ଷ ପାଖାପାଖି ପାଞ୍ଚଟି ବନ୍ୟାର ଶିକାର ହୋଇଛନ୍ତି ଧୋୟାଞ୍ଚଳବାସୀ। ଫସଲ ଉଜୁଡ଼ି ଯାଇଛି। ପିଇବା ପାଣି ପାଇଁ ନାକେଦମ ହୋଇଛନ୍ତି। କିନ୍ତୁ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବର୍ଷବର୍ଷ ଧରି ଗୁହାରି କରୁଥିଲେ ବି ଏହି ସମସ୍ୟା ପ୍ରତି ସରକାର, ପ୍ରଶାସନ, ଲୋକପ୍ରତିନିଧିଙ୍କ ଉଦାସୀନତା ଉଦ୍‌ବେଗର କାରଣ ହୋଇଛି। ଧୋୟାଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ସଂସିଧା, ଅର୍ଗଳ, କେତୁଆପାଳ, ପେତପଡ଼ା, ଏରଡ଼ଙ୍ଗ, ଜୁଆଣିଆ, ଦେ’ସାହି, ପାଳିମୀ ଆଦି ୧୦ଟି ପଞ୍ଚାୟତର ଅଧିବାସୀ ବନ୍ୟା କବଳରୁ ମୁକ୍ତି ପାଇବା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି। ଅଗଷ୍ଟ ୧୯ ଓ ୨୦ ତାରିଖରେ ବନ୍ୟା ସ୍ରୋତ ଭିତରେ ଛିଡ଼ା ହୋଇ ଧୋୟାଞ୍ଚଳର ଯୁବଗୋଷ୍ଠୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ

ଉଜୁଡ଼ିଛି ୮୦ ହଜାର ଲୋକଙ୍କ ଜୀବନଜୀବିକା

ସେପ୍ଟେମ୍ୱର ୨୦ ତାରିଖରେ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ। ଧୋୟାଞ୍ଚଳବାସୀଙ୍କ ପକ୍ଷରୁ ପରିବେଶବିତ୍ ପ୍ରମୋଦ ଧଳ ଓ ଯୁବ ସାମାଜିକ କର୍ମୀ ପ୍ରକାଶ ମିଶ୍ର ଓଡ଼ିଶା ମାନବାଧିକାର କମିସନ୍‌(ଓଏଚ୍‌ଆର୍‌ସି)ଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାନବାଧିକାର କମିସନଙ୍କ ନିକଟରେ ଦାୟର ହୋଇଥିବା ଆବେଦନରେ ଦର୍ଶାଇଛନ୍ତି ଯେ ଧୋୟାଞ୍ଚଳର ୮୦ହଜାର ଅଧିବାସୀ ବର୍ଷବର୍ଷ ଧରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ହୋଇଆସୁଛନ୍ତି। ବନ୍ୟାରେ ନଳକୂଅ ବୁଡ଼ି ରହିବାରୁ ଲୋକମାନେ ଦୂଷିତ ପାଣି ପିଇବାକୁ ବାଧ୍ୟ ହୋଇଥିଲେ। ଅଞ୍ଚଳର ଏକମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଣିରେ ବୁଡ଼ି ରହିଥିଲା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଆମ୍ବୁଲାନ୍ସ ବି ପହଞ୍ଚିପାଲାନି। ଚାଷଜମି ଜଳାର୍ଣ୍ଣବ ହୋଇ ଫସଲ ଉଜୁଡ଼ି ଯାଇଛି। ତେଣୁ ତୁରନ୍ତ ନଦୀବନ୍ଧ ନିର୍ମାଣ କରି ବନ୍ୟାର ସ୍ଥାୟୀ ପ୍ରତିକାର ଦାବିରେ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରିଛନ୍ତି।

Horoscope 2026 October 12: ଜାଣନ୍ତୁ ଆଜିର ରାଶିଫଳ

ଏ ସଂପର୍କରେ ପରିବେଶବିତ ପ୍ରମୋଦ ଧଳ କହିଛନ୍ତି ଯେ ବନ୍ୟାର ସ୍ଥାୟୀ ପ୍ରତିକାର ବଦଳରେ ଧୋୟାଞ୍ଚଳର ଲକ୍ଷାଧିକ ଅଧିବାସୀଙ୍କ ସହ ତଞ୍ଚକତା କରାଯାଉଛି। ରାଜନୈତିକ ପଶାପାଲିରେ ଧୋୟାଞ୍ଚଳବାସୀଙ୍କ ଧନଜୀବନ କ୍ଷତିଗ୍ରସ୍ତ ହେଉଛି। ବନ୍ୟାର ସ୍ଥାୟୀ ପ୍ରତିକାର ନ ହେଲେ ଆଇନର ଆଶ୍ରୟ ନିଆଯିବା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଶ୍ରୀ ଧଳ କହିଛନ୍ତି। ସାମାଜିକ କର୍ମୀ ପ୍ରକାଶ ମିଶ୍ର କହିଛନ୍ତି ଯେ ପ୍ରତିବର୍ଷ ବନ୍ୟା ଆସି ଧୋୟାଞ୍ଚଳବାସୀଙ୍କ ଘରଦ୍ୱାର, ଜୀବନଜୀବିକା ଉଜାଡ଼ୁଛି। ପ୍ରଶାସନ ପକ୍ଷରୁ କେବଳ ରିଲିଫ୍ ବଣ୍ଟା ଯାଉଛି। ଧୋୟାଞ୍ଚଳବାସୀଙ୍କୁ ରିଲିଫ୍ ନୁହେଁ, ବନ୍ୟାରୁ ସ୍ଥାୟୀ ମୁକ୍ତି ଆବଶ୍ୟକ। ଦଶ ପଞ୍ଚାୟତର ସୁରକ୍ଷା ପାଇଁ ସ୍ଥାୟୀ ତଥା ସୁଦୃଢ଼ ରିଂବନ୍ଧ ନିର୍ମାଣ ନ କରିବା ଯାଏଁ ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।