Door-to-Door Campaigning: ଜମିଲା ରବିବାରିଆ ଡୋର୍‌ କ୍ୟାମ୍ପନିଂ: କ୍ୟାମ୍ପସରେ ପୋଷ୍ଟର ୱାର୍‌

Oct 12, 2026 - 06:32
Door-to-Door Campaigning: ଜମିଲା ରବିବାରିଆ ଡୋର୍‌ କ୍ୟାମ୍ପନିଂ: କ୍ୟାମ୍ପସରେ ପୋଷ୍ଟର ୱାର୍‌

"ଭୁବନେଶ୍ବର: ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ନିର୍ବାଚନ ମଇଦାନରେ ଲଢ଼ିବାକୁ ଯୋଗ୍ୟ ପ୍ରାର୍ଥୀମାନଙ୍କ ନାଁ ଚୂଡ଼ାନ୍ତ ହୋଇଯାଇଛି।

ତେଣୁ ସମସ୍ତ ଯୋଗ୍ୟ ପ୍ରାର୍ଥୀ ପ୍ରଚାରକୁ ଜୋର୍‌ଦାର କରିବା ଲାଗି ଦଳବଳ ସହ ସଜବାଜ ହେବାରେ ଲାଗିପଡ଼ିଛନ୍ତି।

ଗତକାଲି ରାତିରୁ ହିଁ ପ୍ରଚାର ପାଇଁ ପ୍ରାର୍ଥୀମାନେ ନିଜ ସମର୍ଥକମାନଙ୍କ ପରାମର୍ଶରେ ନିଜ ନିଜର ରଣକୌଶଳ ପ୍ରସ୍ତୁତ କରିଛନ୍ତି।

୧୪ ତାରିଖରେ ହେବାକୁ ଥିବା " ମୁଁ କାହିଁକି ପ୍ରାର୍ଥୀ ହୋଇଛି" କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ପ୍ରଚାର ଜୋର୍‌ଦାର କରାଯିବ।

ପ୍ରାର୍ଥୀମାନେ କିଭଳି ସବୁ ଭୋଟର ବା ଛାତ୍ରଛାତ୍ରୀମାନଙ୍କୁ ସାକ୍ଷାତ କରିବେ ଏବଂ ଭୋଟ୍‌ ଦେବାକୁ ନିବେଦନ କରିବେ, ସେନେଇ ରଣନୀତି ତିଆରି ଚାଲିଛି।

ଆଜିଠୁ ଡୋର୍‌ କ୍ୟାମ୍ପନିଂ ଆରମ୍ଭ ହୋଇଯାଇଛି।

ପ୍ରାର୍ଥୀମାନଙ୍କ ସମର୍ଥକଙ୍କୁ ନେଇ ଅଞ୍ଚଳଭିତ୍ତିରେ ଗ୍ରୁପ୍‌ କରାଯାଇଛି ଏବଂ ଗ୍ରୁପ୍‌ ଲିଡରଙ୍କ ମାର୍ଗଦର୍ଶନରେ ପ୍ରାର୍ଥୀମାନେ ପିଲାଙ୍କ ଘରକୁ ଯିବା ଆରମ୍ଭ କରିଛନ୍ତି।

Advertisment Utkal campus: ବୋମାମାଡ଼ରେ କମ୍ପିଲା ଉତ୍କଳ କ୍ୟାମ୍ପସ୍‌: ଗୋପବନ୍ଧୁ ଛାତ୍ରାବାସ ନିକଟରେ ବିସ୍ଫୋରଣ ଅଭିଯୋଗ ଆଜି ରବିବାର ଛୁଟିଦିନ ଥିବାରୁ କଲେଜ କ୍ୟାମ୍ପସ୍‌ରେ ଫାଙ୍କା ପଡ଼ିଥିଲା।

କିନ୍ତୁ ପ୍ରାର୍ଥୀମାନଙ୍କ ସମର୍ଥକମାନେ କଲେଜ କ୍ୟାମ୍ପସ୍‌ରେ ପୋଷ୍ଟର ଓ ବ୍ୟାନର୍‌ ଲଗାଇଥିଲେ।

ଭଲ ଜାଗା ଦେଖି ପୋଷ୍ଟର ଓ ବ୍ୟାନର୍‌ ଲଗାଇବାକୁ ନେଇ ଆଜି କିଛି କଲେଜ କ୍ୟାମ୍ପସ୍‌ରେ ଛକାପଞ୍ଝା ଦେଖିବାକୁ ମିଳିଥିଲା।

ଅବଶ୍ୟ ଏହି ପୋଷ୍ଟର ୱାର୍‌କୁ ନେଇ କୌଣସି ସ୍ଥାନରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଘଟଣା ପଦାକୁ ଆସିନାହିଁ।

ବାଣୀବିହାରଠାରୁ ଆରମ୍ଭ କରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବିଜେବି, ରାଜଧାନୀ ଓ ମହର୍ଷି ମହାବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଆରମ୍ଭ ହୋଇଯାଇଛି ବ୍ୟାନର୍‌, ପୋଷ୍ଟର୍‌ ୱାର୍‌।

କ୍ୟାମ୍ପସ୍‌ର କାନ୍ଥବାଡ଼, ମୁଖ୍ୟ ଫାଟକଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ପୋଷ୍ଟର୍‌ ଓ ବ୍ୟାନର୍‌ ଛାଇଯାଇଛି।

ଏବିଭିପି, ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଜୋର୍‌ଦାର ପ୍ରତିଯୋଗିତା।

ରବିବାର ଥିବାରୁ ଆଜି ବିଭିନ୍ନ ଛାତ୍ରାବାସରେ ବିରିଆନି ଆସର ଜମିଥିଲା।

ପ୍ରାର୍ଥୀମାନଙ୍କ ପକ୍ଷରୁ ନନ୍‌ଭେଜ୍‌ ଓ ଭେଜ୍‌ ବିରିଆନି ବରାଦ କରାଯାଇଥିଲା ଏବଂ ରୁମ୍‌ରୁ ରୁମ୍‌କୁ ବିରିଆନି ପ୍ୟାକେଟ୍‌ ପଠାଇଦିଆଯାଇଥିଲା।

ସେହିଭଳି ରବିବାର ପାଇଁ ପ୍ରାର୍ଥୀମାନେ ଡୋର୍‌ କ୍ୟାମ୍ପନିଂ ଜୋର୍‌ଦାର କରିଛନ୍ତି।

ପୂର୍ବରୁ ଭୋଟର ବା ଛାତ୍ରଛାତ୍ରୀମାନଙ୍କ ଘର ଠିକଣା ତାଲିକା କରାଯାଇଛି।

ସେହି ତାଲିକା ଅନୁସାରେ ପ୍ରାର୍ଥୀମାନେ ଉକ୍ତ ଅଞ୍ଚଳର ସମର୍ଥକମାନଙ୍କୁ ଧରି ପିଲାଙ୍କ ଘରକୁ ଯାଇ ଭୋଟ୍‌ ଦେବାକୁ ଅନୁରୋଧ କରିଛନ୍ତି।

ଆଜି ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଏହି ଡୋର୍‌ କ୍ୟାମ୍ପନିଂ ବେଶ୍‌ ଜମିଥିବା ଜଣାପଡ଼ିଛି।

କିଛି କିଛି ଜାଗାରେ ଛକାପଞ୍ଝାରୁ ଗଣ୍ଡ‌ଗୋଳ ହୋଇଥିବା ଜଣାପଡ଼ିଛି।

ରାଜଧାନୀରୁ ପ୍ରଚାର ପାଇଁ ପିପିଲି ଯାଇଥିବା କିଛି ଛାତ୍ର ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

Congress protest in Delhi: ଦିଲ୍ଲୀରେ କଂଗ୍ରେସର ପ୍ରତିବାଦ ଆଜି: ଇଣ୍ଡିଆ ଗେଟ୍‌ରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା ଛାତ୍ରନେତାଙ୍କ ହାତରେ ସୋସିଆଲ୍‌ ମିଡିଆ, ଏଆଇପ୍ରଚାର ମଇଦାନର ପ୍ରଚ୍ଛଦପଟ୍ଟରେ ରହି ମଙ୍ଗ ଧରିଛନ୍ତି ପୁରୁଣା ଛାତ୍ରନେତା।

ପୁରୁଣା ସମ୍ପର୍କ ଓ ସାଂଗଠନିକ ନେଟ୍‌ୱର୍କକୁ ବ୍ୟବହାର କରି ସେମାନେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଯୋଗାଡ଼ରେ ଲାଗିପଡ଼ିଛନ୍ତି।

ସେମାନଙ୍କ ହାତରେ ପ୍ରମୁଖ ଅସ୍ତ୍ର ଭାବେ ସୋସିଆଲ୍‌ ମିଡିଆ ରହିଛି।

ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ବାଟ୍‌ସଆପ୍‌ ଆଦିରେ ପ୍ରଚାର ଜୋର୍‌ଦାର କରାଯାଉଛି।

ବଡ଼ କଥା ହେଉଛି ଏଥର ପ୍ରଚାରକୁ ଆକର୍ଷଣୀୟ କରୁଛି ଏଆଇ।

ଏଆଇ ପ୍ରସ୍ତୁତ କଣ୍ଟେଣ୍ଟଗୁଡ଼ିକ ଖୁବ୍‌ ମଜାଦାର ବୋଲି ଚର୍ଚ୍ଚା ହେଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।