Pimples Removal Tips: ୧୫ ଦିନରେ ଚମକିବ ଚେହେରା! ବ୍ରଣରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ସ୍କିନ୍ କେୟାର ରୁଟିନ୍

Aug 07, 2026 - 14:54
Pimples Removal Tips: ୧୫ ଦିନରେ ଚମକିବ ଚେହେରା! ବ୍ରଣରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ସ୍କିନ୍ କେୟାର ରୁଟିନ୍

ଆଇନାରେ ନିଜ ଚେହେରା ଦେଖିବା ସମୟରେ ବ୍ରଣ ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ। ବୟସରେ ବୃଦ୍ଧି, ଧୂଳି-ମାଟି, ଚର୍ମରେ ଅଧିକ ତେଲ, ଭୁଲ ଖାଦ୍ୟ ଅଭ୍ୟାସ ଏବଂ ଚାପ ଯୋଗୁଁ ମୁହଁରେ ବାରମ୍ବାର ବ୍ରଣ ଆସିଥାଏ। ତେବେ ଦୈନିକ ଜୀବନରେ କିଛି ସହଜ ଅଭ୍ୟାସ ଆପଣାଇଲେ ଚର୍ମରେ ପରିବର୍ତ୍ତନ ଆସିବ। କିଛି ଲୋକଙ୍କଠାରେ ୧୫ ଦିନ ମଧ୍ୟରେ ଫରକ୍ ଦେଖାଯାଇପାରେ। ହେଲେ ପ୍ରତ୍ୟେକଙ୍କ ଚର୍ମ ଭିନ୍ନ ହୋଇଥିବାରୁ ଫଳାଫଳ ମଧ୍ୟ ଅଲଗା ହୋଇଥାଏ।

ମୁହଁରେ ବାରମ୍ଭାର ବ୍ରଣ ହେଉଛି କି? କେମିତି ନେବେ ସ୍କିନର ଯତ୍ନ? ଆପଣାନ୍ତୁ କିଛିଟା ସତର୍କତା କମାଇପାରେ ବ୍ରଣ, ଆଇନା ପରି ଚମକିବ ଚେହେରା

କାହିଁକି ହୁଏ ବ୍ରଣ?

ଚର୍ମରେ ଅଧିକ ତେଲ ବାହାରିବା ଏବଂ ରୋମଛିଦ୍ର ବନ୍ଦ ହୋଇଯିବା ବ୍ରଣର ମୁଖ୍ୟ କାରଣ ହୋଇଥାଏ। ଏହା ସହିତ ହର୍ମୋନର ପରିବର୍ତ୍ତନ, କମ୍ ପାଣି ପିଇବା, ଅଧିକ ଜଙ୍କ ଫୁଡ୍ ଖାଇବା, ରାତିରେ ଅଧିକ ସମୟ ଚେଇଁ ରହିବା, ଅଧିକ ଚାପ ନେବା ଏବଂ ଅପରିଷ୍କାର ହାତରେ ମୁହଁକୁ ବାରମ୍ବାର ଛୁଇଁବା ଭଳି କାରଣ ବ୍ରଣ ସମସ୍ୟାକୁ ବଢ଼ାଇଥାଏ।

ସକାଳର ଛୋଟ ରୁଟିନ୍, ଚର୍ମରେ ବଡ଼ ପରିବର୍ତ୍ତନ

ସକାଳେ ଉଠିବା ପରେ ହାଲୁକା ଫେସୱାଶ୍‌ରେ ମୁହଁ ସଫା କରନ୍ତୁ। ବାରମ୍ବାର ମୁହଁ ଧୋଇବାରୁ ଚର୍ମ ଶୁଷ୍କ ହୋଇପାରେ, ତେଣୁ ଏହାକୁ ଏଡ଼ାନ୍ତୁ। ମୁହଁ ଧୋଇବା ପରେ ହାଲୁକା ମଏଶ୍ଚରାଇଜର ଲଗାନ୍ତୁ। ବାହାରକୁ ଯିବା ସମୟରେ ସନସ୍କ୍ରିନ୍ ବ୍ୟବହାର କରନ୍ତୁ। ଦିନରେ ଧୂଳି-ମାଟିରୁ ଚର୍ମକୁ ସୁରକ୍ଷା ଦେବା ପାଇଁ ମୁହଁ ସଫା ରଖିବା ଜରୁରୀ।

ରାତିରେ ଚର୍ମକୁ ଦିଅନ୍ତୁ ବିଶେଷ ଯତ୍ନ

ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବରେ ସଫା କରନ୍ତୁ। ମେକଅପ୍ କରିଥିଲେ ତାହାକୁ ସମ୍ପୂର୍ଣ୍ଣ କ୍ଲିନ କରି ଶୁଅନ୍ତୁ। ଡାକ୍ତରଙ୍କ ପରାମର୍ଶରେ ଦିଆଯାଇଥିବା କ୍ରିମ୍ କିମ୍ବା ଜେଲ୍ ବ୍ୟବହାର କରନ୍ତୁ। ନିଜ ଇଚ୍ଛାରେ ବାରମ୍ବାର ନୂଆ ପ୍ରଡକ୍ଟ କିମ୍ବା ଔଷଧ ବ୍ୟବହାର କରିବା ଚର୍ମ ପାଇଁ କ୍ଷତିକାରକ ହୋଇପାରେ।

ବ୍ରଣକୁ ଫଟାନ୍ତୁ ନାହିଁ, ନଚେତ୍ ହୋଇପାରେ ଦାଗ

ଅନେକ ଲୋକ ବ୍ରଣକୁ ହାତରେ ଚିପି ଦିଅନ୍ତି। ଏହି ଅଭ୍ୟାସ ସେହି ସ୍ଥାନରେ ଦାଗ ସୃଷ୍ଟି କରିପାରେ। ତେଣୁ ବ୍ରଣକୁ ଛୁଇଁବା କିମ୍ବା ଫଟାଇବାରୁ ଦୂରେଇ ରୁହନ୍ତୁ।

କେବେ ଡାକ୍ତରଙ୍କ ପାଖକୁ ଯିବେ?

ଯଦି ବ୍ରଣ ଅଧିକ ହୋଇଯାଏ, ଦୀର୍ଘ ସମୟ ରହିଥାଏ କିମ୍ବା ଦାଗ ହେଉଛି, ତେବେ ଘରୋଇ ଉପାୟ ଉପରେ ନିର୍ଭର ନ କରି ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ସୁସ୍ଥ ଚର୍ମ ପାଇଁ ନିୟମିତ ଯତ୍ନ, ସଠିକ୍ ଖାଦ୍ୟ ଓ ଭଲ ଜୀବନଶୈଳୀ ହିଁ ସବୁଠାରୁ ବଡ଼ ମନ୍ତ୍ର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।