Emraan Hashmi Upcoming Movies: ଇମ୍ରାନ ହାଶମୀଙ୍କ ଧମାକାଦାର କମବ୍ୟାକ୍! ‘ଆୱାରାପନ୍ ୨’ରୁ ‘ରୁହ୍’ ପର୍ଯ୍ୟନ୍ତ ଆସୁଛି ଚାରି ବଡ଼ ଫିଲ୍ମ

Aug 07, 2026 - 14:54
Emraan Hashmi Upcoming Movies: ଇମ୍ରାନ ହାଶମୀଙ୍କ ଧମାକାଦାର କମବ୍ୟାକ୍! ‘ଆୱାରାପନ୍ ୨’ରୁ ‘ରୁହ୍’ ପର୍ଯ୍ୟନ୍ତ ଆସୁଛି ଚାରି ବଡ଼ ଫିଲ୍ମ

ବଲିଉଡ୍‌ର ସିରିୟଲ୍ କିସର୍ ଭାବେ ପରିଚିତ ଅଭିନେତା ଇମ୍ରାନ ହାଶମୀ ପୁଣିଥରେ ବଡ଼ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ। ଆଗାମୀ ଦିନରେ ତାଙ୍କର ଅନେକ ବଡ଼ ପ୍ରୋଜେକ୍ଟ ରିଲିଜ୍ ହେବାକୁ ଯାଉଛି। ଭିନ୍ନ ଭିନ୍ନ ଜୋନର ଫିଲ୍ମ ସହ ଇମ୍ରାନଙ୍କ ଫ୍ୟାନ୍ସଙ୍କ ପାଇଁ ଆସୁଛି ମନୋରଞ୍ଜନର ବଡ଼ ଡୋଜ୍। ‘ଆୱାରାପନ୍ ୨’ ଠାରୁ ‘ରୁହ୍’ ପର୍ଯ୍ୟନ୍ତ ଅନେକ ଚର୍ଚ୍ଚିତ ପ୍ରୋଜେକ୍ଟରେ ନଜର ଆସିବେ ଏହି ଅଭିନେତା। 

ଶେଷଥର ପାଇଁ ଇମ୍ରାନ ଫିଲ୍ମ ‘ହକ୍’ରେ ଦେଖାଯାଇଥିଲେ। ଏବେ ତାଙ୍କ ଆଗାମୀ ଫିଲ୍ମ ତାଲିକାରେ ‘ଆୱାରାପନ୍ ୨’, ‘ଜି୨’, ‘ଗନମାଷ୍ଟର G9’ ଏବଂ ‘ରୁହ୍’ ଭଳି ଚର୍ଚ୍ଚିତ ପ୍ରୋଜେକ୍ଟ ରହିଛି।

‘ଆୱାରାପନ୍ ୨’କୁ ନେଇ ବଢ଼ୁଛି ଉତ୍ସାହ

ଇମ୍ରାନ ହାଶମୀଙ୍କ ସବୁଠାରୁ ଅଧିକ ଅପେକ୍ଷିତ ଫିଲ୍ମ ହେଉଛି ‘ଆୱାରାପନ୍ ୨’। ଏହା ୨୦୦୭ର ହିଟ୍ ଫିଲ୍ମ ‘ଆୱାରାପନ୍’ର ସିକ୍ୱେଲ୍। ଫିଲ୍ମରେ ଇମ୍ରାନଙ୍କ ସହ ଦିଶା ପାଟନୀ ମୁଖ୍ୟ ଭୂମିକାରେ ରହିଛନ୍ତି। ଦୁହିଁଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକ ଉତ୍ସାହିତ ଅଛନ୍ତି। ଫିଲ୍ମର ଟ୍ରେଲର୍ ମଧ୍ୟ ରିଲିଜ୍ ହୋଇସାରିଛି। ‘ଆୱାରାପନ୍ ୨’ ୧୪ ଅଗଷ୍ଟ ୨୦୨୬ରେ ସିନେମା ହଲ୍‌କୁ ଆସିବ।

ସ୍ପାଇ ଥ୍ରିଲର୍ ‘ଜି୨’ରେ ନୂଆ ଅନ୍ଦାଜରେ ଇମ୍ରାନ

ଇମ୍ରାନ ହାଶମୀ ତେଲୁଗୁ ସ୍ପାଇ ଥ୍ରୀଲର୍ ‘ଗୁଡାଚାରୀ’ର ସିକ୍ୱେଲ୍ ‘ଜି୨’ରେ ନଜର ଆସିବେ। ଏହି ଫିଲ୍ମରେ ରହିବ ଜବରଦସ୍ତ ଆକ୍ସନ୍, ସସ୍ପେନ୍ସ ଓ ରୋମାଞ୍ଚ। ଫିଲ୍ମରେ ଅଦିଭି ଶେଷ ପୁଣିଥରେ ମୁଖ୍ୟ ଭୂମିକାରେ ରହିବେ। ‘ଜି୨’ ପୂର୍ବ ଭାଗଠାରୁ ଅଧିକ ବଡ଼ ସ୍ତରର ଜାସୁସୀ କାହାଣୀ ନେଇ ଆସୁଛି। ତେବେ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ଆକ୍ସନ୍ ଓ କମେଡିର ତଡ଼କା ନେଇ ଆସୁଛି ‘ଗନମାଷ୍ଟର G9’

ଇମ୍ରାନଙ୍କ ଆଉ ଏକ ଆକ୍ସନ୍ ଏଣ୍ଟରଟେନର୍ ଫିଲ୍ମ ହେଉଛି ‘ଗନମାଷ୍ଟର G9’। ଏହି ଫିଲ୍ମ ବଲିଉଡ୍‌ର ପ୍ରସିଦ୍ଧ ଜାସୁସୀ ଚରିତ୍ର ଗନମାଷ୍ଟର G9 ଉପରେ ଆଧାରିତ। ଫିଲ୍ମରେ ଇମ୍ରାନ ହାଶମୀଙ୍କ ସହ ଜେନେଲିଆ ଦେଶମୁଖ ଓ ଅପାରଶକ୍ତି ଖୁରାନା ମଧ୍ୟ ଅଭିନୟ କରୁଛନ୍ତି। ଏଥିରେ ଆକ୍ସନ୍, କମେଡି ଓ ମନୋରଞ୍ଜନର ଭରପୂର ମିଶ୍ରଣ ଦେଖିବାକୁ ମିଳିବ। ଫିଲ୍ମର ଟିଜର୍ ରିଲିଜ୍ ହୋଇସାରିଛି ଏବଂ ଚଳିତ ବର୍ଷ ଏହା ପରଦାକୁ ଆସିବ।

ହରର୍ ଜୋନରକୁ ଫେରିବେ ଇମ୍ରାନ

ହରର୍ ଫିଲ୍ମରେ ନିଜର ଛାପ ଛାଡ଼ିଥିବା ଇମ୍ରାନ ହାଶମୀ ପୁଣିଥରେ ଭୟ ଓ ରୋମାଞ୍ଚ ଭରା କାହାଣୀ ସହ ଫେରୁଛନ୍ତି। ତାଙ୍କ ଆଗାମୀ ଫିଲ୍ମ ‘ରୁହ୍’ ଏକ ମ୍ୟୁଜିକାଲ୍ ହରର୍ ଫିଲ୍ମ। ଏହି ଫିଲ୍ମରେ ଭୟ, ଭାବନା ଓ ସଙ୍ଗୀତର ଏକ ନିଆରା ସମନ୍ୱୟ ଦେଖିବାକୁ ମିଳିବ। ‘ରୁହ୍’ ୨୦୨୭ରେ ରିଲିଜ୍ ହେବାକୁ ଥିବା ବେଳେ ଏହାର ପ୍ରଥମ ଝଲକ ମଧ୍ୟ ସାମ୍ନାକୁ ଆସିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।