Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକ ଅଭିଯୋଗରେ ୨୮ରେ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା
"ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଥାନାରେ ୨୮ ତାରଖରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା କରାଯିବ।Advertisment ସୂଚନାଯୋଗ୍ୟ, ଗତ ୬ ତାରିଖରେ ଗୋସାଣୀନୂଆଗାଁ ଥାନାରେ ହାଜର ହୋଇଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା।
ତାଙ୍କୁ ପ୍ରାୟ ଚାରିଘଣ୍ଟା ଧରି ବିକ୍ରମଙ୍କୁ ପୁଲିସ ଝାଳବୁହା ଜେରା କରିଥିଲା।
ଜେଲ୍ ଡାକ୍ତର ଡା.
ସୁଶାନ୍ତ ପାଣିଗ୍ରାହୀଙ୍କ ଭଳି ବିକ୍ରମ ପଣ୍ଡାଙ୍କୁ ପୁଲିସ୍ ଗିରଫ କରିପାରେ ବୋଲି ବି ସେତେବେଳେ ଚର୍ଚ୍ଚା ହେଉଥିଲା।
ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ନିଲମ୍ବନ କରିଥିଲେ ସରକାର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଥିବା ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମଦନ ଦଳାଇ ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍ ରେ ବାରମ୍ବାର ଫୋନ କଲ କରି ସାକ୍ଷୀଙ୍କୁ କେତେବେଳେ ଧମକ ତ ପୁଣି କେତେବେଳେ ପ୍ରଲୋଭନ ଦେଖାଇଥିବା ସାକ୍ଷୀଙ୍କ ଦ୍ୱାରା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା।
ଆଉ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ପ୍ରାୟ ତିନିଘଣ୍ଟାର ଜେରା ପରେ ଡାକ୍ତର ସବୁ ସତ ମାନିଥିଲେ।
ତେଣୁ ସାକ୍ଷୀଙ୍କୁ ଧମକ ଦେବାରେ ସହଯୋଗ ଅଭିଯୋଗରେ ରାଜ୍ୟ ସରକାର ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିଥିଲେ | ସାକ୍ଷୀଙ୍କୁ ଧମକାଇବା ଅଭିଯୋଗରେ ଏତଲା ରୁଜୁ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ।
ବିକ୍ରମ ମୋବାଇଲ୍ ନେଇ ସାକ୍ଷୀଙ୍କୁ ଧମକ ଦେଇଥିଲେ ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୮ ତାରିଖରେ ବିକ୍ରମ ଓ ମଦନ ଜେଲ୍ ଡାକ୍ତର ଡା.
ସୁଶାନ୍ତ ପାଣିଗ୍ରାହୀଙ୍କ ଚାମ୍ବରକୁ ଯାଇଥିଲେ।
ସେଠାରେ ଡାକ୍ତର ପାଣିଗ୍ରାହୀ ଉକ୍ତ ସାକ୍ଷୀଙ୍କୁ ହ୍ୱାଟସଆପ୍ରେ କଲ୍ କରି କଥା ହୋଇଥିଲେ। "ତୁମ ସହ ବିକ୍ରମ କଥା ହେବାକୁ ଚାହୁଁଛନ୍ତି" କହିବା ସହ ବିକ୍ରମଙ୍କୁ ଫୋନ ଦେଇଥିଲେ।
ସିସିଟିଭିରୁ ବର୍ତ୍ତିବା ପାଇଁ ବିକ୍ରମ ମୋବାଇଲ୍ ନେଇ ଅନ୍ୟ ଏକ କୋଠରିକୁ ଯାଇ ସାକ୍ଷୀଙ୍କୁ ଧମକ ଦେଇଥିଲେ।
ଏହାସହ ମଦନ ବି ତାଙ୍କୁ ଧମକ ଦେଇଥିବା ସଂକ୍ରାନ୍ତରେ ଚଳିତ ମାସ ୧ ତାରିଖରେ ସାକ୍ଷୀ ଶ୍ରୀ ମଙ୍ଗରାଜ ଗୋସାଣୀନୂଆଗାଁ ଥାନାରେ ଏତଲା ଦେଇଥିଲେ।
ଫୋନ ବାର୍ତ୍ତାଳାପର ଅଡିଓ ରେକର୍ଡିଂ ସେ ପୁଲିସ ନିକଟରେ ଦାଖଲ କରିଥିଲେ।
ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରିଥିବାବେଳେ ଏକ ଟିମ୍ ଜେଲ୍କୁ ଯାଇ ଡା.ସୁଶାନ୍ତଙ୍କୁ ପଚରାଉଚରା କରିବା ସହ ମୋବାଇଲ ଏବଂ ସିସିଟିଭି ଫୁଟେଜ୍ ଜବତ କରିଥିଲେ।
ସମସ୍ତ ବୈଷୟିକ ପ୍ରମାଣ ହାସଲ ପରେ ମାମଲା ରୁଜୁ ହୋଇଥିଲା ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ ପରେ ଏ ନେଇ ପୁଲିସ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଥିଲା।
ଆଉ ଏବେ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ | ABVP: ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାଜିମାତ୍, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।