Supreme Court Notice: 'ତଲାକ୍-ଇ-ହସନ୍' ଓ ବହୁବିବାହକୁ ଚ୍ୟାଲେଞ୍ଜ: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ନୋଟିସ୍

Oct 16, 2026 - 15:04
Supreme Court Notice: 'ତଲାକ୍-ଇ-ହସନ୍' ଓ ବହୁବିବାହକୁ ଚ୍ୟାଲେଞ୍ଜ: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ନୋଟିସ୍

"ନୂଆଦିଲ୍ଲୀ:  ମୁସଲିମ୍ ପର୍ସନାଲ୍ ଲ' ଅଧୀନରେ ପ୍ରଚଳିତ 'ତଲାକ୍-ଇ-ହସନ୍' ଏବଂ ସମସ୍ତ ପ୍ରକାର ଏକପାଖିଆ ବିବାହ ବିଚ୍ଛେଦ ପ୍ରକ୍ରିୟା ପାଇଁ ସମାନ ଆଇନଗତ ସୁରକ୍ଷା ଓ ନିୟମାବଳୀ ଲାଗୁ କରିବାକୁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଶୁକ୍ରବାର ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।

ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଟିକୁ ପୂର୍ବରୁ ବିଚାରାଧୀନ ଥିବା ଏକ ସମାନ ଆବେଦନ ସହ ସାମିଲ୍ କରିଛନ୍ତି।Advertisment ନୂତନ ଭାବେ ଦାଖଲ ହୋଇଥିବା ଏହି ଆବେଦନରେ 'ତଲାକ୍-ଇ-ହସନ୍' କୁ ବେଆଇନ ଓ ଅସାମ୍ବିଧାନିକ ଘୋଷଣା କରିବାକୁ ନିବେଦନ କରାଯାଇଛି। 'ତଲାକ୍-ଇ-ହସନ୍' ବ୍ୟବସ୍ଥାରେ ଜଣେ ମୁସଲିମ୍ ପୁରୁଷ ଲଗାତାର ତିନି ମାସ ଧରି ପ୍ରତି ମାସରେ ଥରେ ଲେଖାଏଁ 'ତଲାକ୍' ଶବ୍ଦ ଉଚ୍ଚାରଣ କରି ବିବାହ ବିଚ୍ଛେଦ କରିପାରନ୍ତି।

ଯଦି ଏହି ତିନି ମାସ ମଧ୍ୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁନଃ ସମ୍ପର୍କ ସ୍ଥାପନ ନହୁଏ, ତେବେ ତୃତୀୟ ମାସରେ ବିବାହ ବିଚ୍ଛେଦ ଆଇନଗତ ରୂପ ନିଏ।

ସାମାଜିକ ଏବଂ ଆର୍ଥିକ ସୁରକ୍ଷା ନିଶ୍ଚିତ ଆବେଦନକାରୀ ଦର୍ଶାଇଛନ୍ତି ଯେ, ଏଭଳି ସ୍ୱେଚ୍ଛାଚାରୀ ଛାଡ଼ପତ୍ର ପ୍ରଥା ଯୋଗୁଁ ଆକସ୍ମିକ ଭାବେ ବିଚ୍ଛେଦର ଶିକାର ହେଉଥିବା ମହିଳା ଓ ସେମାନଙ୍କ ସନ୍ତାନମାନଙ୍କ ପାଇଁ ସାମାଜିକ ଏବଂ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ଜରୁରୀ।

ଏହାସହିତ ମୁସଲିମ୍ ପର୍ସନାଲ୍ ଲ' ଅପ୍ଲିକେସନ୍ ଆକ୍ଟ, ୧୯୩୭ ର ଧାରା ୨ କୁ ଅସାମ୍ବିଧାନିକ ଘୋଷଣା କରିବା ସହ ସମସ୍ତ ଧର୍ମର ମହିଳାମାନଙ୍କ ପାଇଁ ସମ୍ବିଧାନର ଧାରା ୧୪ (ସମାନତା), ଧାରା ୧୫ (ଭେଦଭାବମୁକ୍ତ) ଏବଂ ଧାରା ୨୧ (ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା) ଅନୁଯାୟୀ ଲିଙ୍ଗଗତ ସମାନତା ଓ ସମ୍ମାନଜନକ ଜୀବନଜାପନ ପାଇଁ ସମାନ ଆଇନଗତ ମାର୍ଗଦର୍ଶିକା ସ୍ଥିର କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି।

Delhi Ramlila: ଦିଲ୍ଲୀ ରାମଲୀଳାରେ ରାବଣ ସହ ପୋଡ଼ାଯିବ ୩୦ ଫୁଟର କୋକ୍ରୋଚ୍ କୁଶପୁତ୍ତଳିକା ଏହି ମାମଲାରେ ବହୁବିବାହ ପ୍ରଥା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି।

ପ୍ରଥମ ସ୍ତ୍ରୀର ସମ୍ମତି ଓ ଆର୍ଥିକ ସୁରକ୍ଷା ବିନା କିମ୍ବା ତଥ୍ୟ ଲୁଚାଇ ଦ୍ୱିତୀୟ ବିବାହ କରିବା ମହିଳାମାନଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ବୋଲି ଆବେଦନରେ ଦର୍ଶାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ୨୦୧୭ ମସିହାରେ ସୁପ୍ରିମ୍ କୋର୍ଟ 'ତିନ୍ ତଲାକ୍' ପ୍ରଥାକୁ ଅସାମ୍ବିଧାନିକ ଓ ବେଆଇନ ଘୋଷଣା କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।