PM Modi May Visit US And Canada: ଆମେରିକା ଓ କାନାଡା ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ, ମୋଦୀ-ଟ୍ରମ୍ପ ବୈଠକ ଉପରେ ନଜର

Sep 23, 2026 - 14:31
PM Modi May Visit US And Canada: ଆମେରିକା ଓ କାନାଡା ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ, ମୋଦୀ-ଟ୍ରମ୍ପ ବୈଠକ ଉପରେ ନଜର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ମାସରେ ଆମେରିକା ଏବଂ କାନାଡା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଆମେରିକାରେ ଅନୁଷ୍ଠିତ ହେବାକୁଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଏବଂ କାନାଡା ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆତିଥ୍ୟରେ ଆମେରିକାର ଫ୍ଲୋରିଡା ଠାରେ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଯୋଗ ଦେବା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏଥିରେ ଭାରତ-ଆମେରିକା ବାଣିଜ୍ୟ, ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ଉପରେ ଆଲୋଚନା ହୋଇପାରେ।

ଆମେରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀ କାନାଡାକୁ ମଧ୍ୟ ଏକ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଗସ୍ତରେ ଯିବେ। କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହି ଆଗାମୀ ଗସ୍ତକୁ ନିଶ୍ଚିତ କରିଛନ୍ତି। ସେ ଭାରତ ସହିତ କୂଟନୈତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ଉଭୟ ଦେଶ ଶକ୍ତି ସମ୍ପଦ, ବାଣିଜ୍ୟ ଏବଂ ରଣନୈତିକ ଭାଗିଦାରୀ କ୍ଷେତ୍ରରେ ପରସ୍ପର ସହଯୋଗକୁ ଆହୁରି ଗଭୀର କରିବା ପାଇଁ ପଦକ୍ଷେପ ନେଉଛନ୍ତି।

ଏହି ଗସ୍ତ ବିଶ୍ୱସ୍ତରରେ ଭାରତର ବଢ଼ୁଥିବା ପ୍ରଭାବ ଏବଂ ପ୍ରମୁଖ ପାଶ୍ଚାତ୍ୟ ଦେଶଗୁଡ଼ିକ ସହିତ ଏହାର ସୁଦୃଢ଼ କୂଟନୈତିକ ସମ୍ପର୍କକୁ ଦର୍ଶାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।