PM Modi Receives Uzbekistan’s Highest Honour: ଭାରତ-ଉଜବେକିସ୍ତାନ ସମ୍ପର୍କ ମଜବୁତ, ୨୦୩୦ ସୁଦ୍ଧା ୫ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

Aug 30, 2026 - 22:36
PM Modi Receives Uzbekistan’s Highest Honour: ଭାରତ-ଉଜବେକିସ୍ତାନ ସମ୍ପର୍କ ମଜବୁତ, ୨୦୩୦ ସୁଦ୍ଧା ୫ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ଭାରତ-ଉଜବେକିସ୍ତାନ ଦ୍ବିପାକ୍ଷିକ ସମ୍ପର୍କ ମଜବୁତ କ୍ଷେତ୍ରରେ ନୂଆ ପଦକ୍ଷେପ। ୨୦୩୦ ସୁଦ୍ଧା ଉଭୟ ଦେଶର ବାଣିଜ୍ୟ କାରବାରକୁ ୫ ବିଲିୟନ ଡଲାରକୁ ବଢାଇବାକୁ ଦୁଇ ଦେଶ ମଧ୍ୟରେ ବୁଝାମଣା। ସେହିଭଳି ଉଭୟ ଦେଶ ଭିତ୍ତିଭୂମି, ଖଣିଜ, ଶକ୍ତି, AI କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି।ସେହିଭଳି ଦୁଇ ଦେଶ ପାରସ୍ପରିକ ରଣନୈତିକ ସହଭାଗୀତାକୁ ବ୍ୟାପକ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। 

ମଧ୍ୟ ଏସୀୟ ଦେଶ ଭାରତକୁ ଦୀର୍ଘକାଳୀନ ୟୁରାନିୟମ ଯୋଗାଣ ପାଇଁ ଏକ ଢାଞ୍ଚା ସ୍ଥାପନ କରିବାକୁ ଏବଂ ବିରଳ ଖଣିଜ ପଦାର୍ଥ ପାଇଁ ଖଣି ସ୍ଥାନ ବିଷୟରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି।ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ଉଜବେକିସ୍ତାନର ମର୍ଯ୍ୟାଦାଜନକ 'ଓଲି ଦାରାଜାଲି ଦୋ' ଷ୍ଟଲିକ୍' ଅର୍ଡରରେ ସମ୍ମାନିତ କରିଛି ଉଜବେକିସ୍ତାନ।  ପ୍ରଧାନମନ୍ତ୍ରୀ, ଏହି ସମ୍ମାନକୁ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଉତ୍ସର୍ଗ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।