PM Modi Sets Big Vision for Viksit Bharat by 2047: ବଡ଼ ସ୍ୱପ୍ନ ଦେଖ, ବଡ଼ ସଂକଳ୍ପ କର; ଦେଶବାସୀଙ୍କୁ ମୋଦିଙ୍କ ଆହ୍ୱାନ

Aug 15, 2026 - 13:56
PM Modi Sets Big Vision for Viksit Bharat by 2047: ବଡ଼ ସ୍ୱପ୍ନ ଦେଖ, ବଡ଼ ସଂକଳ୍ପ କର; ଦେଶବାସୀଙ୍କୁ ମୋଦିଙ୍କ ଆହ୍ୱାନ

ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶ ନୂଆ ସଂକଳ୍ପର ସହ ଆଗକୁ ବଢୁଛି। ବଡ଼ ସ୍ବପ୍ନ ଦେଖିବାକୁ ହେବ ବୋଲି କହିଛନ୍ତି ମୋଦି। ସ୍ବପ୍ନ, ସଂକଳ୍ପ ବଡ଼ ହେଲେ ସାମର୍ଥ୍ୟ ବି ବଡ଼ ହେବ। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା। ବିଶ୍ବର ଦୃଷ୍ଟିଭଙ୍ଗୀ ଆମ ପ୍ରତି ବଦଳିଛି, ଆମକୁ ସମ୍ମାନ ଦୃଷ୍ଟିରେ ଦେଖୁଛି ବିଶ୍ବ। ୧୨ ବର୍ଷରେ ଦେଶ ଦ୍ରୁତ ଗତିରେ ବିକାଶ ଅଭିମୁଖେ ଅଗ୍ରସର ହୋଇଛି। ସମର୍ପଣ ଭାବ ସହ ଦେଶ ଶୀର୍ଷକୁ ଛୁଉଁଛି।

୧୨ ବର୍ଷରେ ୨୫ କୋଟି ଗରିବୀରୁ ମୁକ୍ତି ପାଇଛନ୍ତି। ପ୍ରତିରକ୍ଷା ଉତ୍ପାଦନ ୪ ଗୁଣ ବୃଦ୍ଧି ପାଇଛି। ମେଟ୍ରୋର ବିସ୍ତାର କରିଛୁ, ପବ୍ଲିକ ଟ୍ରାନ୍ସପୋର୍ଟକୁ ଗୁରୁତ୍ବ ଦେଇଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ଦେଶରେ ୩ ସେମି କଣ୍ଡକ୍ଚର ପ୍ଲାଣ୍ଟ ସକ୍ରିୟ ରହିଛି। ଖୁବଶୀଘ୍ର ୫ରୁ ୮ ନୂଆ ସେମି କଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ହେବ। ୫ ନୂଆ ପରମାଣୁ ରିଆକ୍ଟର ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛି ଭାରତ।

ସମୁଦ୍ର ମନ୍ଥନ ଯୋଜନାକୁ ମଞ୍ଜୁରୀ ଦେଇଛୁ। ୨୦୧୪ ପୂର୍ବରୁ ୭୦ଟି ସହରରେ ପାଇପ୍ ରେ ଗ୍ୟାସ୍ ଯୋଗାଣ ହେଉଥିଲା, ଏବେ ୭୦୦ ସହରକୁ ବିସ୍ତାର ହୋଇଛି, ୧.୭୫ କୋଟି ଘରେ ପହଞ୍ଚିଛି। ଦେଶକୁ ବିଭ୍ରାନ୍ତ କରୁଥିବା ଶକ୍ତି ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ମୋଦି। ଆମ ସରକାରର ମୂଳ ମନ୍ତ୍ର ନାଗରିକ ଦେବୋ ଭବଃ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।