PM Modi to Honour Usha Mangeshkar: ମୋଦିଙ୍କ ହାତରୁ ବଡ଼ ସମ୍ମାନ! ଉଷା ମଙ୍ଗେଶକରଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ଜାତୀୟ ପୁରସ୍କାର
ନଭେମ୍ବର ୨୯ରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଉଷା ମଙ୍ଗେଶକରଙ୍କୁ ସମ୍ମାନିତ କରାଯିବ।
ପୁରସ୍କାର ବାବଦରେ ୧୦ ଲକ୍ଷ ଟଙ୍କା ସହ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ।
Advertisment ଭାରତୀୟ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ଉଷା ମଙ୍ଗେଶକରଙ୍କୁ ମିଳିବ ସମ୍ମାନଜନକ 'ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକା ଜାତୀୟ ପୁରସ୍କାର'।
ଆସାମ ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରଦାନ କରାଯିବାକୁ ଥିବା ଏହି ପୁରସ୍କାର ପାଇଁ ୯୦ ବର୍ଷୀୟା ଉଷା ମଙ୍ଗେଶକରଙ୍କୁ ମନୋନୀତ କରାଯାଇଛି।
ନଭେମ୍ବର ୨୯ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ମାନିତ କରିବେ।
ମିଳିବ ୧୦ ଲକ୍ଷ ଟଙ୍କାର ପୁରସ୍କାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏନେଇ ଘୋଷଣା କରିଛନ୍ତି।
ଏହି ପୁରସ୍କାର ଅଧୀନରେ ଉଷା ମଙ୍ଗେଶକରଙ୍କୁ ୧୦ ଲକ୍ଷ ଟଙ୍କାର ନଗଦ ରାଶି ସହ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ।
ପ୍ରତି ୩ ବର୍ଷରେ ଥରେ ସଙ୍ଗୀତ, କଳା ଓ ସିନେମା କ୍ଷେତ୍ରରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ମିଳିବ।
Advertisment ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କିମ୍ବଦନ୍ତୀ ସଙ୍ଗୀତଜ୍ଞ ଡକ୍ଟର ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ଉତ୍ସବର ସମାପନ ଅବସରରେ ଏହି ସମ୍ମାନ ସମାରୋହ ଆୟୋଜିତ ହେବ।
କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫ରୁ ୭ ହଜାର ଲୋକ ଯୋଗଦେବାର ସମ୍ଭାବନା ରହିଛି।
ଭୂପେନ ହଜାରିକାଙ୍କ ସଙ୍ଗୀତ, କଳା ଓ ସାଂସ୍କୃତିକ ଐତିହ୍ୟକୁ ଆଗକୁ ବଢ଼ାଇବା ଏହି ପୁରସ୍କାରର ମୁଖ୍ୟ ଉଦ୍ଦେଶ୍ୟ।
ଅନେକ ଭାଷାରେ ଗୀତ ଗାଇଛନ୍ତି ଉଷା ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର ଓ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ସାନ ଭଉଣୀ ହେଉଛନ୍ତି ଉଷା ମଙ୍ଗେଶକର।
ସେ ହିନ୍ଦୀ, ମରାଠୀ, ବଙ୍ଗଳା, ଓଡ଼ିଆ, ଅସମୀୟା, ଗୁଜରାଟୀ, ଭୋଜପୁରୀ ସମେତ ଅନେକ ଭାଷାରେ କଣ୍ଠଦାନ କରିଛନ୍ତି।
୧୯୭୫ ମସିହାର ଚଳଚ୍ଚିତ୍ର 'ଜୟ ସନ୍ତୋଷୀ ମା'ର ଭକ୍ତିଗୀତ ତାଙ୍କୁ ବିଶେଷ ଲୋକପ୍ରିୟତା ଆଣିଦେଇଥିଲା।
ମରାଠୀ ଚଳଚ୍ଚିତ୍ର 'ପିଞ୍ଜରା'ର 'ମୁଙ୍ଗଡା' ଗୀତ ପାଇଁ ମଧ୍ୟ ସେ ବେଶ୍ ପରିଚିତ।
ଦୀର୍ଘ ସଙ୍ଗୀତ ଯାତ୍ରାରେ ତାଙ୍କର ଅବଦାନ ପାଇଁ ଏହି ଜାତୀୟ ପୁରସ୍କାର ଆଉ ଏକ ସ୍ୱତନ୍ତ୍ର ସ୍ୱୀକୃତି ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।