PM Modi: ୯/୧୧ ଆକ୍ରମଣକୁ ୨୫ ବର୍ଷ: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Sep 11, 2026 - 13:17
PM Modi: ୯/୧୧ ଆକ୍ରମଣକୁ ୨୫ ବର୍ଷ: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

"ନୂଆଦିଲ୍ଲୀ: ଆମେରିକାରେ ଘଟିଥିବା ଭୟଙ୍କର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏହି ଆକ୍ରମଣର ଶିକାର ହୋଇଥିବା ମୃତକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହାସହ ସମଗ୍ର ବିଶ୍ୱରୁ ଆତଙ୍କବାଦକୁ ମୂଳରୁ ନିପାତ କରିବା ପାଇଁ ଭାରତର ଦୃଢ଼ ସଙ୍କଳ୍ପକୁ ସେ ପୁନର୍ବାର ଦୋହରାଇଛନ୍ତି।

ନିଜର ସୋସିଆଲ ମିଡିଆ ''ଏକ୍ସ''ରେ ଏକ ବାର୍ତ୍ତା ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଘଟଣାର ୨୫ ବର୍ଷ ପରେ ବି ଭାରତ ସେହି ଭୟାନକ ସ୍ମୃତିକୁ ମନେ ରଖିଛି ଏବଂ ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ସହ ଦୃଢ଼ତାର ସହ ଛିଡ଼ା ହୋଇଛି।Advertisment ସ୍ମାରକୀ ଓ ସଂଗ୍ରହାଳୟ ପରିଦର୍ଶନ ସୀମାପାର ଆତଙ୍କବାଦର ଶିକାର ହୋଇଥିବା ଭାରତ ଗତ କେତେକ ଦଶନ୍ଧି ଧରି ଏହି ଲଢ଼େଇର ସର୍ବୋଚ୍ଚରେ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ଆତଙ୍କବାଦର ରୂପ ଏବଂ କୌଶଳ ବଦଳୁଥିଲେ ହେଁ, ସବୁ ପ୍ରକାରର ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଓ ବିରୋଧ ସଦାସର୍ବଦା ଅପରିବର୍ତ୍ତିତ ରହିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ଆମେରିକାର ୯/୧୧ ସ୍ମାରକୀ ଓ ସଂଗ୍ରହାଳୟ ପରିଦର୍ଶନ କରିଥିବା ସମୟର କିଛି ଫଟୋଚିତ୍ର ମଧ୍ୟ ସେୟାର କରିଛନ୍ତି।

US Terror Attack: ୯/୧୧ ଆକ୍ରମଣ: ୨୫ ବର୍ଷ ପରେ ବି ମନେପଡ଼ନ୍ତି ''ଫ୍ଲାଇଟ୍ ୯୩''ର ସେହି ସାହସୀ ଯାତ୍ରୀ ସୂଚନାଯୋଗ୍ୟ, ୨୦୦୧ ସେପ୍ଟେମ୍ବର ୧୧ରେ ଆଲ-କାଏଦା ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୨,୯୭୭ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ।

୨୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆମେରିକାରେ ବିଭିନ୍ନ ଶ୍ରଦ୍ଧାଞ୍ଜଳି ସଭା, ନୀରବ ପ୍ରାର୍ଥନା ଏବଂ ମୃତକଙ୍କ ନାମ ପାଠ କରାଯାଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପେଣ୍ଟାଗନରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।