PM Modi’s Odisha Schedule Out: ୨୫ରେ ଓଡ଼ିଶା ଆସିବେ ମୋଦୀ, ଜାରି ହେଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ
ଆସନ୍ତା ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ।
୨୫ତାରିଖ ଅପରାହ୍ନ ୪ଟା ୧୦ରେ ଭୁବନେଶ୍ବରରେ ପହଞ୍ଚିବେ ପିଏମ୍।
ଏହାପରେ ୪ଟା ୧୫ରେ ହେଲିକପ୍ଟରରେ ଯାଇ ଖୋର୍ଦ୍ଧା ହେଲିପ୍ୟାଡରେ ୪ଟା ୩୫ରେ ପହଞ୍ଚିବେ।
ଖୋର୍ଦ୍ଧା ହେଲିପ୍ୟାଡରୁ ବାହାରି ୪ଟା ୪୫ରେ ଆରବିଆଇ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
୪ଟା ୪୫ରୁ ୫ଟା ୪୫ ଯାଏଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ।
Advertisment ଏହାପରେ ୫ଟା ୫୦ରୁ ସେଠାରୁ ବାହାରି ରୋଡରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ୬ଟା ୩୦ରେ ପହଞ୍ଚି ଦିଲ୍ଲୀ ଫେରିଯିବେ ମୋଦୀ।
ଏପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ଏବଂ ଆନୁଷଙ୍ଗିକ ବ୍ୟବସ୍ଥାର କରାଯାଉଛି ସମୀକ୍ଷା।
ଚାଲିଛି ଜୋରଦାର ପ୍ରସ୍ତୁତି।
ସଜେଇ ହେଉଛି ରାସ୍ତାଘାଟ,ପିଏମଙ୍କ କାରକେଡ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ତିଆରି ହୋଇଛି ସ୍ୱତନ୍ତ୍ର ବ୍ୟାରିକେଡ୍।
ପୋଲିସ ପକ୍ଷରୁ ଏବେଠାରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।
ନିର୍ମିତ ଅସ୍ଥାୟୀ ହେଲିପ୍ୟାଡଠାରୁ RBI ଡାଟା ସେଣ୍ଟର୍ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି।
Advertisment ଆସନ୍ତା ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ ଅପରାହ୍ନ ୪ଟା ୧୦ରେ ଭୁବନେଶ୍ବରରେ ପହଞ୍ଚିବେ ପିଏମ୍ ହେଲିକପ୍ଟର ଯୋଗେ ଖୋର୍ଦ୍ଧାରେ ୪ଟା ୩୫ରେ ପହଞ୍ଚିବେ ୪ଟା ୪୫ରେ ଆରବିଆଇ କାର୍ଯ୍ୟକ୍ରମରେ ସାମିଲ ହେବେ ୧ଘଣ୍ଟା ଧରି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପିଏମ୍ କାର୍ଯ୍ୟକ୍ରମରୁ ଫେରି ସନ୍ଧ୍ୟା ୬ଟା ୩୦ରେ ଦିଲ୍ଲୀ ଫେରିଯିବେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।