Poison in vegetables: ଯମୁନା କୂଳରେ ଚାଷ ହେଉଥିବା ପନିପରିବାରେ ବିଷ!
"ବିଭୂତି ପତି ଦିଲ୍ଲୀସ୍ଥିତ ଯମୁନା ନଦୀ କୂଳର ବିସ୍ତୀର୍ଣ୍ଣ ଅଞ୍ଚଳରେ ଚାଷ ହେଉଥିବା ପନିପରିବାରେ ମିଶିରହିଛି ଅନେକ ପ୍ରକାରର ବିଷାକ୍ତ ଭାରୀଧାତୁ।
ଖାଦ୍ୟ ଭାବେ ଗ୍ରହଣ କରୁଥିବା ଏହି ପନିପରିବା ଶରୀରରେ ନାନା ପ୍ରକାରର ମାରାତ୍ମକ ରୋଗ ସୃଷ୍ଟି କରିଥାଏ ବୋଲି "ଏନର୍ଜି ନେକ୍ସସ" ପତ୍ରିକାର ଏକ ଗବେଷଣାଧର୍ମୀ ପ୍ରବନ୍ଧରେ ପ୍ରକାଶ ପାଇଛି।
ମାତ୍ରାଧିକ ବିପଜ୍ଜନକ ଭାରୀଧାତୁକୁ ଖାଦ୍ୟରେ ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ବିପଦ ରହୁଥିବା ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଗବେଷକମାନେ ଚେତାବନୀ ଦେଇଛନ୍ତି।
Advertisment Neglect: ଟ୍ରାନ୍ସଫର୍ମର ପୋଡ଼ିବା ୪ ମାସ ବିତିଲା; ଅନ୍ଧାରରେ ଦହଗଞ୍ଜ ଗୁହିଆଶାଳ ଜୁଆଙ୍ଗ ବିଶିଷ୍ଟ ଓଡ଼ିଆ ଉଦ୍ଭିଦବିଜ୍ଞାନୀ ପ୍ରଫେସର ଦୀନବନ୍ଧୁ ସାହୁଙ୍କ ନେତୃତ୍ୱରେ ଗବେଷକମାନେ ଅଧ୍ୟୟନରେ ୧,୩୭୯ କିଲୋମିଟର ଦୀର୍ଘ ଯମୁନା ନଦୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଉତ୍ପନ୍ନ ହେଉଥିବା ପନିପରିବା ଏବଂ ପାଣି ଓ ମାଟିର ନମୁନାକୁ ସଂଗ୍ରହ କରି ଏହା ଉପରେ ଗବେଷଣା କରିଥିଲେ।
ଗବେଷକମାନେ ସେଠାରେ ଚାଷ ହୋଇଥିବା ପନିପରିବା ନମୁନାରେ ଭାରୀଧାତୁର ମାତ୍ରାକୁ ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ) ଦ୍ୱାରା ନିର୍ଦ୍ଧାରିତ ସୀମା ସହ ତୁଳନା କରିଥିଲେ।
ଏଥିରୁ ଜଣାପଡ଼ିଥିଲା ଯେ, ଆଳୁରେ ନିକେଲ୍ ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ୧୮୧ ଗୁଣ ଅଧିକ ଥିବାବେଳେ ନାଲି ମୂଳାରେ ମଲିବ୍ଡେନମ୍ ମାତ୍ରା ୬୮ ଗୁଣ ଅଧିକ ରହିଛି।
ସେହିପରି ପାଳଙ୍ଗ ଶାଗରେ ନିକେଲ୍ ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ୯୭ ଗୁଣ ଏବଂ ପିଆଜରେ ୬୫ ଗୁଣ ଅଧିକ ରହିଛି।
ସୋରିଷ ଶାଗରେ କ୍ରୋମିୟମ୍ ମାତ୍ରା ୨୨ ଗୁଣ, ପାଳଙ୍ଗ ଶାଗରେ ୧୨ ଗୁଣ ଏବଂ ଧଳା ମୂଳାରେ ୧୧ ଗୁଣ ଅଧିକ ରହିଛି।
ଆଳୁ ଓ ପିଆଜରେ ସୀସାର ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ୧୦ ଗୁଣ ଅଧିକ ଥିବାବେଳେ ପାଳଙ୍ଗ ଶାଗରେ ଏହା ୭ ଗୁଣ ଅଧିକ ରହିଛି।
ବନ୍ଧାକୋବି ଓ ଫୁଲକୋବିରେ ମଧ୍ୟ ବିଷାକ୍ତ ଭାରୀଧାତୁ ସର୍ବାଧିକ ରହିଛି ବୋଲି ଗବେଷକମାନେ କହିଛନ୍ତି।
ପ୍ରଫେସର ସାହୁ "ସମ୍ବାଦ"କୁ କହିଛନ୍ତି, “ଜଳସେଚନ ପାଇଁ ବ୍ୟବହୃତ ନଦୀ ଜଳ କିମ୍ବା ବର୍ଜ୍ୟଜଳରେ ଥିବା ମାତ୍ରାଧିକ ବିଷାକ୍ତ ଧାତୁ ଏହିସବୁ ପନିପରିବାରେ ମିଶି ରହିଛି।
ଏହି ପନିପରିବାଗୁଡ଼ିକ ଲୋକମାନେ ନିୟମିତ ଭାବେ ଖାଇଥା"ନ୍ତି।
ସେସବୁ ପନିପରିବାକୁ ଆମେମାନେ ଖାଦ୍ୟଭାବେ ଗ୍ରହଣ କରିବା ସମୟରେ ସେଗୁଡ଼ିକ ପାକସ୍ଥଳୀରେ ପ୍ରବେଶ କରନ୍ତି ଏବଂ ପରେ ଶରୀରରେ ମିଶି ବିଭିନ୍ନ ମାରାତ୍ମକ ରୋଗ ସୃଷ୍ଟି କରନ୍ତି।
ଏହି ଗବେଷଣାର ଫଳାଫଳ ଦୂଷିତ ଜଳର ବିଶୋଧନ, ଜଳସେଚନ ପାଇଁ ବ୍ୟବହୃତ ଜଳ ଓ ଫସଲର ନିୟମିତ ଯାଞ୍ଚ ଏବଂ ପ୍ରଦୂଷିତ ଅଞ୍ଚଳରେ ଅଧିକ ସୁରକ୍ଷିତ ଫସଲ ଚାଷ ପାଇଁ ମାର୍ଗଦର୍ଶନର ଆବଶ୍ୟକତାକୁ ଉପଲବ୍ଧି କରାଇଛି।"" Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍ମ୍ୟାନ୍ ମାସ୍କ ପ୍ରଫେସର ସାହୁ ଓ ତାଙ୍କ ସହଯୋଗୀମାନେ ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ସ୍ୱତନ୍ତ୍ର ଆକଳନକୁ ଆଧାର କରି ବିଭିନ୍ନ ପନିପରିବାରେ ଉପରୋକ୍ତ ପ୍ରତ୍ୟେକ ଧାତୁ ସଂସ୍ପର୍ଶରେ ଆସିବା ଯୋଗୁଁ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ବିପଦ ସମ୍ପର୍କିତ ତଥ୍ୟ ଅନ୍ତର୍ଭୁକ୍ତ କରିଥିଲେ।
ଏହି ଆଧାରରେ ସେମାନେ କ୍ୟାନ୍ସର ଏବଂ ଅନ୍ୟାନ୍ୟ ରୋଗ ଓ ସ୍ୱାସ୍ଥ୍ୟ ସମସ୍ୟାର ସମ୍ଭାବ୍ୟ ବିପଦକୁ ଦର୍ଶାଇଛନ୍ତି।
ଗବେଷଣାରୁ ଜଣାପଡ଼ିଛି ଯେ, ଅଧିକାଂଶ ପନିପରିବା କ୍ଷେତ୍ରରେ କର୍କଟ ବ୍ୟତୀତ ଅନ୍ୟ ସ୍ୱାସ୍ଥ୍ୟଜନିତ ରୋଗ ସୃଷ୍ଟି କରିବାରେ ସୀସା କିମ୍ବା କ୍ୟାଡମିୟମ୍ ଭଳି ଧାତୁ ତୁଳନାରେ ମଲିବ୍ଡେନମ୍ର ଅବଦାନ ସର୍ବାଧିକ।
ନାଲି ମୂଳାରେ ରହିଥିବା ମଲିବ୍ଡେନମ୍ ଭାରୀଧାତୁ କର୍କଟ ରୋଗର ବଡ଼ କାରଣ।
ଅଧିକାଂଶ ପନିପରିବାରେ ରହିଥିବା ମାତ୍ରାଧିକ ନିକେଲ୍ ଓ କ୍ରୋମିୟମ୍କୁ କର୍କଟ ରୋଗର ସମ୍ଭାବ୍ୟ ବିପଦର ପ୍ରମୁଖ କାରଣ ଭାବେ ଚିହ୍ନଟ କରାଯାଇଛି।
ଓଡ଼ିଶାର ବ୍ରାହ୍ମଣୀ ଓ ବୈତରଣୀ ସମେତ ରାଜ୍ୟର ପ୍ରାୟ ନଦୀ ଜଳ ପ୍ରଦୂଷିତ ବୋଲି ଜଣାପଡ଼ିଛି।
ଏ ପରିପ୍ରେକ୍ଷୀରେ ଯମୁନା ଜଳରେ ଚାଷ ହେଉଥିବା ପନିପରିବା ଭଳି ଓଡ଼ିଶାର ନଦୀ ଜଳରେ ଚାଷ ହେଉଥିବା ପନିପରିବାର ଅନୁଧ୍ୟାନ କରିବା ଜରୁରି ବୋଲି ପରିବେଶବିତ୍ମାନେ ମତ ଦେଲେଣି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।