Police Detain Groom From Wedding Venue: ହାତଗଣ୍ଠି ପଡିବା ପୂର୍ବରୁ ଭାଙ୍ଗିଗଲା ବାହାଘର, ପହଞ୍ଚିଗଲା ପ୍ରଥମ ସ୍ତ୍ରୀ

Oct 23, 2026 - 20:03
Police Detain Groom From Wedding Venue: ହାତଗଣ୍ଠି ପଡିବା ପୂର୍ବରୁ ଭାଙ୍ଗିଗଲା ବାହାଘର, ପହଞ୍ଚିଗଲା ପ୍ରଥମ ସ୍ତ୍ରୀ

ହାତଗଣ୍ଠି ପଡିବା ପୂର୍ବରୁ ଭାଙ୍ଗିଗଲା ବାହାଘର।

ବିବାହ ବେଦୀରୁ ଯାଇ ଥାନାରେ ପହଞ୍ଚିଲା ବର।

ହାଇଡ୍ରାମା ପରେ ବିବାହ ବାଦୀରୁ ଉଠାଇନେଲା ପୋଲିସ।

ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରେ ଥିବା ତ୍ରିନାଥ ମନ୍ଦିରରେ।

ଥାନାରେ ଅଭିଯୋଗ ପରେ ଏହି ବିବାହ ପଛରେ ଲୁଚି ରହିଥିବା ଘଟଣା ଏବେ ସାମ୍ନାକୁ ଆସିଛି।

ଅଭିଯୋଗ ଅନୁସାରେ, ଭୁବନେଶ୍ୱର ସୁନ୍ଦରପଦା ମାଧିପୁର ଅଞ୍ଚଳର ଚକ୍ରଧର ପଣ୍ଡାଙ୍କ ଝିଅ ସୁଚିସ୍ମିତା ପଣ୍ଡାଙ୍କ ବିବାହ ୨୦୧୭ ନଭେମ୍ବର ୨୪ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୋଲକ ପାଢ଼ୀଙ୍କ ପୁଅ ବିଭୁଦେନ୍ଦୁ ପାଢ଼ୀଙ୍କ ସହ ହୋଇଥିଲା।

ଏହି ଦମ୍ପତିଙ୍କର ଏକ ଆଠ ବର୍ଷର ଝିଅ ମଧ୍ୟ ଅଛି।

Advertisment ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି।

ଏଭଳି ସ୍ଥିତିରେ ବିଭୁଦେନ୍ଦୁ ଅନ୍ୟ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଜାରକା ତ୍ରିନାଥ ମନ୍ଦିରକୁ ଆସିଥିବା ଅଭିଯୋଗ ହୋଇଛି।

ଯାହାକୁ ନେଇ ମନ୍ଦିର ରେ ଦେଖାଦେଇଥିଲା ହାଇଡ୍ରମା ।

ଏହି ସମୟରେ ଘଟଣାସ୍ଥଳରେ ଲୋକେ ତାଙ୍କୁ ଅଟକାଇଥିବା ବେଳେ ପୋଲିସ ପହଞ୍ଚି ବର କୁ ଥାନାକୁ ନେଇଥିବା ସୂଚନା ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, ଛାଡ଼ପତ୍ର ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଦ୍ୱିତୀୟ ବିବାହ ପାଇଁ କିଭଳି ଉଦ୍ୟମ କରୁଥିଲେ ବରପକ୍ଷ।

ପୋଲିସର ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ପୂରା ସତ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।