Political: ଗଡ଼ମଧୁପୁରରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ: ପୂର୍ବତନ ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା
"ଚଢ଼େଇଧରା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ମଧୁପୁରଗଡ଼ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟି ଏକାଧିକ ଲୋକ ଆହତ ହୋଇଛନ୍ତି।
ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଟେକାପଥର, ଗୋବର ମାଡ଼ କରାଯିବା ସହିତ ତାଙ୍କ ଗାଡ଼ି କାଚ ଭଙ୍ଗାଯାଇଛି।
ଏହି ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ଓ ବିଜେଡି ସମର୍ଥକ ଏସ୍ପିଙ୍କ ଅଫିସରେ ଧାରଣାରେ ବସିଥିଲେ।
ସମସ୍ତ ଅଭିଯୁକ୍ତଙ୍କୁ ଧରାଯିବ ଏବଂ ଶ୍ରୀ ବଳବନ୍ତରାୟଙ୍କୁ ପୁଲିସ ସୁରକ୍ଷା ଦିଆଯିବ ବୋଲି ଏସପି ୟଶପ୍ରତାପ ଶ୍ରୀମାଲ ପ୍ରତିଶ୍ରୁତି ଦେବା ପରେ ବିଜେଡିର ଧାରଣା ପ୍ରତ୍ୟାହୃତ ହୋଇଛି।
ଅନ୍ୟପଟେ ବିଜେପି ପକ୍ଷରୁ ଜେନାପୁର ଥାନାରେ ପୂର୍ବତନ ବିଧାୟକଙ୍କ ବିରୋଧରେ ନାରାବାଜି ସହିତ ସେମାନଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରି ଧାରଣା ଦିଆଯାଇଛି।
ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।
ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
Advertisment India Canada trade: ଆଜିଠୁ ୫ଦିନିଆ ବୈଠକ-ଡିସେମ୍ବର ସୁଦ୍ଧା ଚୂଡ଼ାନ୍ତ ହେବା ଆଶା ପୂର୍ବତନ ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା/ଉତ୍ତେଜନା ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ୍ ଫୋର୍ସ ମୁତୟନ ସୂଚନା ଅନୁସାରେ, ଗଡ଼ମଧୁପୁର ବିଜେଡି ପଞ୍ଚାୟତ ସଭାପତି ଜଗଦୀଶ ଜେନାମଣିଙ୍କ ଘରେ ଦଳୀୟ ବୈଠକ ଅନୁଷ୍ଠିତ ହେଉଥିଲା ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସେଥିରେ ଯୋଗ ଦେଇଥିଲେ।
ଜଗଦୀଶଙ୍କ ଘର ବିପରୀତ ପାର୍ଶ୍ବରେ ପୂର୍ବତନ ସରପଞ୍ଚ ତଥା ବିଜେପି ନେତା ଚନ୍ଦ୍ରଶେଖର ଜେନାମଣିଙ୍କ ଘରେ ବିଜେପିର ଏକ ଜୋନ୍ସ୍ତରୀୟ ସମାବେଶ ଆୟୋଜିତ ହୋଇଥିଲା।
ଉଭୟ ନେତାଙ୍କ ଘର ମଝିରେ ଥିବା ରାସ୍ତା ଉପରେ ଗହଳି ସହ ଗାଡ଼ିମୋଟର ଭିଡ଼ ରହିଥିଲା।
ଉଭୟ ବୈଠକରେ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟରେ ବହୁ ଲୋକ ଏକତ୍ରିତ ହୋଇଥିଲେ।
କୌଣସି କାରଣ ନେଇ ହଠାତ ୨ ଦଳ ସମର୍ଥକଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ଗାଳିଗୁଲଜ ହୋଇଥିଲା।
Mayurbhanj: ସ୍ବଚ୍ଛ ଆଦିବାସୀ ଗାଁ ବୋବେଇଯୋଡ଼ାକୁ ହର୍ଷ ଗୋଏଙ୍କା ପ୍ରଶଂସା ଜେନାପୁର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ କରିବା ସେମାନଙ୍କ ପକ୍ଷରେ ସହଜ ହୋଇ ନଥିଲା।
ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର ମାଡ଼ ଯୋଗୁଁ ଦୁଇଦଳର ଅନେକ ସମର୍ଥକ ଆହତ ହୋଇଛନ୍ତି।
ଅକ୍ଟୋବର ୨ ତାରିଖରୁ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି।
ପ୍ରଣବ ବଳବନ୍ତରାୟ ମଧ୍ୟ ଧର୍ମଶାଳା ଅଞ୍ଚଳରେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।
ଆଜି ଗଡ଼ମଧୁପୁର ବିଜେଡି ପଞ୍ଚାୟତ ସଭାପତି ଜଗଦୀଶ ଜେନାମଣିଙ୍କ ଘରେ ଜନସମ୍ପର୍କ ପଦଯାତ୍ରା ପୂର୍ବରୁ ଏକ କର୍ମୀ ସମାବେଶ ଚାଲିଥିବାବେଳେ ସେଠାରେ ପ୍ରଣବଙ୍କ ଗାଡ଼ି ଉପରକୁ ପାନଛେପ ଓ ଟେକାପଥର ଫିଙ୍ଗାଯାଇଥିଲା।
ଘଟଣା ସମୟରେ ପୁଲିସ ଉପସ୍ଥିତ ଥାଇ ଆକ୍ରମଣ ହୋଇଥିବା ପ୍ରଣବଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।