05 OCTOBER 2026

Welcome!

Unlock your personalized experience.
Sign Up

Tiger enters house: ଖାଦ୍ୟ ପାଇଁ ଘରେ ପଶିଲା ବାଘ: ୬ ଗୁରୁତର, ୩ ସଙ୍କଟାପନ୍ନ

Oct 05, 2026 - 02:52
Tiger enters house: ଖାଦ୍ୟ ପାଇଁ ଘରେ ପଶିଲା ବାଘ: ୬ ଗୁରୁତର, ୩ ସଙ୍କଟାପନ୍ନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବାଗବହାରା ରେଞ୍ଜ ଝିଟିକି ଗାଁରେ ବାଘ ଉପଦ୍ରବ କୋକୁଆଭୟ ସୃଷ୍ଟି କରିଛି। ବାଘ ଆକ୍ରମଣରେ ଗାଁର ୬ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସରଜୁ ଯାଦବ, ତାଙ୍କ ପତ୍ନୀ ଉତ୍ତରୀବାଇ ଯାଦବ, ଜନକରାମ ଯାଦବ, ପତ୍ନୀ ସୁନୀତା ଯାଦବ, ମନୀଷ ଯାଦବ ଓ ତୁଷାର ଯାଦବ।

Anniversary: ସର୍ବୋଦୟ ନେତା ଶ୍ୟାମସୁନ୍ଦର ଦାସଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ

Everest cumin powder: ଏଭରେଷ୍ଟର ଜିରା ପାଉଡର୍‌ ପ୍ୟାକେଟ୍‌ ଅସୁରକ୍ଷିତ: ଏଫ୍‌ଏସ୍‌ଏସ୍‌ଏଆଇ

ଗତକାଲି ବିଳମ୍ବିତ ରାତିରେ ନର୍‌ରା ନିକଟ ଝିଟିକି ଗାଁକୁ ସୁନାବେଡ଼ା ଅଭୟାରଣ୍ୟରୁ ଏକ କଲରାପତରିଆ ବାଘ ପଶି ଆସିଥିଲା। ଏହି ସମୟରେ ଏକ ଘରେ ଗୋଟିଏ ପରିବାରର ୬ ଜଣ ଶୋଇଥିଲେ। ଖାଦ୍ୟ ଅନ୍ବେଷଣରେ ବାଘ ଘରକୁ ପଶି ଯାଇଥିଲା। ପରିବାର ଲୋକେ ଭୟଭୀତ ହୋଇ ଚିତ୍କାର କରିଥିଲେ। ବାଘ ସେମାନଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲା। ଗାଁ ଲୋକେ ଠେଙ୍ଗାବାଡ଼ି ଧରି ବହୁ କଷ୍ଟରେ ବାଘକୁ ଘଉଡ଼ାଇଥିଲେ। ରକ୍ତମୁଖା ବାଘ ଅନ୍ୟ ଏକ ଘରକୁ ପଶି ଯାଇଥିଲା। ଘର କବାଟ ବନ୍ଦ କରି ପରିବାର ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ଆହତ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ମହାସମୁନ୍ଦ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ପୂର୍ବାହ୍ଣରେ ରାୟପୁରରୁ ବାଘଧରାଳି ଦଳ ଗାଁରେ ପହଞ୍ଚିବା ପରେ କଲରାପତରିଆକୁ କାବୁ କରି ରାୟପୁର ନିଆଯାଇଛି। ଭୟଭୀତ ନ ହେବାକୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ସଦ୍ୟ ସୂଚନା ଅନୁସାରେ, ଆହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।

Cncroachment: ସରକାରୀ ଜମି ଜବରଦଖଲ, ଷ୍ଟଲ-ଘର ଭାଙ୍ଗିଲା ପ୍ରଶାସନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।