Pollution: କୁର୍ମିତାର ଲୁହାପଥର ଖଣିକୁ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର

Sep 18, 2026 - 21:49
Pollution: କୁର୍ମିତାର ଲୁହାପଥର ଖଣିକୁ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର

"ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର କୁର୍ମିତାର ଲୁହାପଥର ଖଣିକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ "ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୬" ପ୍ରଦାନ କରାଯାଇଛି।

ଖଣି କାର୍ଯ୍ୟକଳାପ ସହିତ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଓଏମ୍‌ସି ଏହାର ଖଣି ଅଞ୍ଚଳଗୁଡ଼ିକରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛି।

ଧୂଳି ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସମ୍ପଦର ସୁରକ୍ଷା, ବନୀକରଣ ଏବଂ ଖଣି ଅଞ୍ଚଳରେ ପରିବେଶୀୟ ସନ୍ତୁଳନ ବଜାୟ ରଖିବା ଦିଗରେ ନିରନ୍ତର ପ୍ରୟାସ କରୁଛି।Advertisment ଆହୁରି ପଢନ୍ତୁ :DUSU: ଡିୟୁଏସ୍‌ୟୁ ନିର୍ବାଚନରେ ନିୟମ ଉଲ୍ଲଂଘନ: ଛାତ୍ର ସଂଗଠନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା, ୧୪୦ ପ୍ରାର୍ଥୀଙ୍କୁ ନୋଟିସ୍‌  କୁର୍ମିତାର ଲୁହାପଥର ଖଣିକୁ ମିଳିଥିବା "ପ୍ରଦୂଷଣନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୬" ଓଏମ୍‌ସିର ପରିବେଶ ପ୍ରତି ଦାୟିତ୍ୱବୋଧ ଏବଂ ସ୍ଥାୟୀ ଖଣି ପରିଚାଳନା ପ୍ରତି ପ୍ରତିବଦ୍ଧତାର ଏକ ଉଲ୍ଲେଖନୀୟ ସ୍ୱୀକୃତି।

ଖଣିଜ ସମ୍ପଦର ସୁପରିଚାଳନା, ପରିବେଶ ସୁରକ୍ଷା ଓ ବିକାଶକୁ ସମାନ ଗୁରୁତ୍ୱ ଦେଇ ଓଏମ୍‌ସି ଆଗାମୀ ଦିନରେ ମଧ୍ୟ ଏହାର ପରିବେଶ ଅନୁକୂଳ ପଦକ୍ଷେପଗୁଡ଼ିକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।