Poppy Seed-Based Cancer Treatment Research Advances: କ୍ୟାନ୍ସର ବିରୋଧରେ ଅଫିମ ମଞ୍ଜି, NIT ଓ IISERର ନୂଆ ଗବେଷଣା
କ୍ୟାନ୍ସର ଦୂର କରିବ ଅଫିମ ମଞ୍ଜି। ଅଫିମ ମଞ୍ଜିରୁ ତିଆରି ହେବ ନୂଆ କ୍ୟାନ୍ସର ଔଷଧ। କ୍ୟାନ୍ସର ବିରୋଧରେ ଲଢ଼େଇକୁ ନେଇ ଏଭଳି ନୂଆ ଆଶା ଦେଖାଇଛି NIT ରାଉରକେଲା ଓ ବ୍ରହ୍ମପୁର ଆଇଜରର ମିଳିତ ଗବେଷଣା। କ୍ୟାନ୍ସର କୋଷକୁ ଲକ୍ଷ୍ୟ କରି ନୂଆ ଔଷଧ ବିକାଶ ଦିଗରେ ଗବେଷଣା କରୁଛନ୍ତି ଗବେଷକ। ବିଶେଷ କଥା ହେଉଛି, ଅଫିମ ଗଛର ମଞ୍ଜି ଓ ଏହାର କିଛି ଉପାଦାନକୁ ଆଧାର କରି ଏହି ଗବେଷଣା ଆଗକୁ ବଢ଼ୁଛି।...
ତେବେ ଅଫିମ...ଯାହାର ନାଁ ଶୁଣିଲେ ମନକୁ ଆସେ ନିଶାଦ୍ରବ୍ୟ। କିନ୍ତୁ ଏହି ଗଛ ଏବେ କ୍ୟାନ୍ସର ବିରୋଧୀ ଗବେଷଣାରେ ନୂଆ ଦିଗ ଦେଖାଇପାରେ। ଏବେ ଦିନ ରାତି ମିଶି ଦୁଇ ଅନୁଷ୍ଠାନରେ ଏନେଇ ଅଧିକ ଗବେଷଣା ଜାରି ରହିଛି । ସବୁଠାରୁ ବଡ କଥା ହେଉଛି, ଭଲ ସେଲ୍ ନଷ୍ଟ ନ ହୋଇ କେବଳ କ୍ୟାନ୍ସର ସେଲ୍ ହିଁ ନଷ୍ଟ ହେବ, ସେ ଦିଗରେ ଗୁରୁତ୍ୱ ଦିଆଯାଉଛି। ରାଉରକେଲା ଏନଆଇଟି ର ଲାଇଫ ସାଇନ୍ସ ବିଭାଗ ଓ କେମିଷ୍ଟ୍ରୀ ବିଭାଗ ମିଳିତ ଭାବେ ଏହି ଗବେଷଣା ଆରମ୍ଭ କରିଛନ୍ତି ।
ଦୁଇ ବିଭାଗ ସହ ଆଇଜର ମଧ୍ୟ ମିଶି କାମ କରୁଛି । ଗତ କିଛି ମାସ ହେଲା ଏହି ନୂଆ ଉଦ୍ଭାବନ ମିଳିଛି । ଏବେ ଏହି ପେଟେଣ୍ଟ ସରକାରଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ହୋଇଛି। ଆଗକୁ ଖୁବ୍ ଶୀଘ୍ର ଏହି ଗବେଷଣା ସଫଳ ହେବ। ଆଗାମୀ ପରୀକ୍ଷଣରେ ପ୍ରଥମେ ପଶୁ ମଡେଲ୍ ରେ ଏହାର ସୁରକ୍ଷା ଓ କାର୍ଯ୍ୟକାରିତା ଯାଞ୍ଚ ହେବ, ପରେ ମାନବ ଚିକିତ୍ସା ଦିଗରେ ଆଗକୁ ବଢ଼ିବ ଗବେଷଣା ।
‘ଅଫିମ ମଞ୍ଜିରୁ କ୍ୟାନ୍ସର ଔଷଧ’
କ୍ୟାନ୍ସର ବିରୋଧରେ ଲଢିବ ଅଫିମ ମଞ୍ଜି
ଅଫିମ ମଞ୍ଜିରୁ ତିଆରି ହେବ ନୂଆ କ୍ୟାନ୍ସର ଔଷଧ!
NIT ରାଉରକେଲା ଓ IISER ବ୍ରହ୍ମପୁରର ମିଳିତ ଗବେଷଣା
କ୍ୟାନ୍ସର ସେଲ୍ ନଷ୍ଟ, ସୁସ୍ଥ ସେଲ୍ ସୁରକ୍ଷିତ ରଖିବା ଲକ୍ଷ୍ୟ
ନୂଆ ଗବେଷଣାକୁ ମିଳିଛି ପେଟେଣ୍ଟ ସ୍ୱୀକୃତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।