Premanandji disciple dies by suicide: ଆଶ୍ରମର ଚତୁର୍ଥ ମହଲାରୁ ଡେଇଁ ଜୀବନ ହାରିଲେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ
"ଲକ୍ଷ୍ନୌ: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ଦୀପକ ରସିକ ଦୁଲାରୀଙ୍କ ମୃତ୍ୟୁ ହୋଇଛି।
ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏହି ଘଟଣା ବୃନ୍ଦାବନ ଅଞ୍ଚଳର ଗୁରୁ କୃପା କୁଞ୍ଜରେ ଘଟିଛି।Advertisment ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ରେ ଦୀପକ ରସିକ ଦୁଲାରୀ ଚତୁର୍ଥ ମହଲାରୁ ଡେଇଁ ପଡ଼ିଥିଲେ।
ତାଙ୍କ ମୁଣ୍ଡ ଓ ଶରୀରରେ ଗୁରୁତର ଭାବେ ଆଘାତ ଲାଗିଥିଲା।।
ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସାଧୀନ ସମୟରେ ଦୀପକଙ୍କ ମୃତ୍ୟୁ ହୋଇଥିଲା।
ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସମ୍ପର୍କରେ ପୁଲିସକୁ ବହୁ ସମୟ ପରେ ସୂଚନା ମିଳିଥିଲା।
ଆଶ୍ରମ ସହ ଜଡ଼ିତ ଲୋକମାନେ ହିଁ ରସିକଙ୍କୁ ହସ୍ପିଟାଲକୁ ନେଇଥିଲେ।
ରସିକ ଦୁଲାରୀଙ୍କ ପ୍ରକୃତ ନାମ ଦୀପକ ଲୋଧୀ।
ସେ ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ଥିଲେ।
ପୁଲିସ କହିଛି ଯେ ପ୍ରାଥମିକ ତଦନ୍ତରୁ ଏହା ଜୀବନ ହାରିଥିବା ମାମଲା ଭଳି ଲାଗୁଛି।
ଦୀପକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।
ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛନ୍ତି।
ପୁଲିସ ହତ୍ୟା ଓ ଆତ୍ମହତ୍ୟା ଉଭୟ ଦିଗରୁ ମାମଲାର ତଦନ୍ତ କରୁଛି।
ରସିକ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ଥିଲେ।
ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି।
ମଧ୍ୟପ୍ରଦେଶରୁ ତାଙ୍କ ପରିବାର ମଥୁରାରେ ପହଞ୍ଚିବା ପରେ ମୃତଦେହର ବ୍ୟବଚ୍ଛେଦ କରାଯିବ।
କବାଡ଼ିରେ ମହିଳାଙ୍କ ପରେ ଭାରତୀୟ ପୁରୁଷ ଟିମ୍ ଆଣିଲେ ସ୍ବର୍ଣ୍ଣ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।