production: ଡାଲି ଉତ୍ପାଦନରେ ଆଗକୁ ବଢ଼ୁଛି ଭାରତ

Oct 11, 2026 - 20:20
production: ଡାଲି ଉତ୍ପାଦନରେ ଆଗକୁ ବଢ଼ୁଛି ଭାରତ

"ନୂଆଦିଲ୍ଲୀ: ଡାଲି ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗତବର୍ଷ ଅକ୍ଟୋବର ୧୧ ତାରିଖରେ ଆତ୍ମନିର୍ଭର ମିସନ୍‌ ଆରମ୍ଭ କରିଥିଲେ।

ଏଥିପାଇଁ ସରକାର ୬ ବର୍ଷରେ ଅର୍ଥାତ୍‌ ୨୦୨୫-୨୬ରୁ ୨୦୩୦-୩୧ ମଧ୍ୟରେ ଭାରତରେ ଡାଲି ଉତ୍ପାଦନକୁ ପ୍ରାୟ ୩.୫ କୋଟି ଟନ୍‌ରେ ପହଞ୍ଚାଇବାକୁ ଯୋଜନା ରଖିଛନ୍ତି।

ଏଥିପାଇଁ ୧୧,୪୪୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ଆଜି ଏହି ମିସନ୍‌କୁ ୧ ବର୍ଷ ପୂରଣ ହୋଇଛି।

ଡାଲି ଆମଦାନି ଉପରେ ନିର୍ଭରତା କମାଇବା ସହ ଚାଷୀଙ୍କ ଆୟ ବଢ଼ାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।Advertisment ଆହୁରି ପଢନ୍ତୁ :Supremecourt: ମେଟ୍ରୋ ଚଳାଚଳ ସ୍ୱାଭାବିକ କର, ଇଣ୍ଟରନେଟ୍‌ ବନ୍ଦ କରନାହିଁ: ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ "ଡାଲି ଉତ୍ପାଦନରେ ଆତ୍ମନିର୍ଭରତା ମିସନ" ଅଧୀନରେ ହରଡ଼, ବିରି ଓ ମସୁର ଡାଲି ଉତ୍ପାଦନ ବୃଦ୍ଧିକୁ ପ୍ରାଥମିକତା ଦିଆଯାଇଛି।

ଏହି ଯୋଜନାରେ ଡାଲି ଚାଷ ଅଞ୍ଚଳକୁ ୩୫ ଲକ୍ଷ ହେକ୍ଟର ବଢ଼ାଇ ମୋଟ ୩୧୦ ଲକ୍ଷ ହେକ୍ଟର କରିବା ଲକ୍ଷ୍ୟ ରହିଛି।

ଏଥିସହ ୮୭.୫ ଲକ୍ଷ ମାଗଣା ବିହନ କିଟ୍ ବଣ୍ଟନ ଓ ୧,୦୦୦ ଡାଲି ମିଲ୍‌ ସ୍ଥାପନ କରାଯିବ।କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୫-୨୬ରେ ଦେଶର ଡାଲି ଉତ୍ପାଦନ ୨.୭୪ କୋଟି ଟନ୍‌ରେ ପହଞ୍ଚିଛି।

୨୦୨୪-୨୫ରେ ଏହା ୨.୫୭ କୋଟି ଟନ୍ ଥିଲା।

ଏହି ସମୟରେ ଡାଲି ଚାଷ ଅଞ୍ଚଳ ୨୭୭.୨ ଲକ୍ଷ ହେକ୍ଟରରୁ ବଢ଼ି ୨୮୬.୪୬ ଲକ୍ଷ ହେକ୍ଟର ହୋଇଛି।

ଦେଶରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସହ ଓଡ଼ିଶାକୁ ଡାଲି ଚାଷର ପ୍ରମୁଖ ରାଜ୍ୟ ଭାବେ ବିବେଚନା କରାଯାଉଛି।

ଆହୁରି ପଢନ୍ତୁ :Suspected food poisoning ମୟୂରଭଞ୍ଜରେ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ: ଭୋଜି ଖାଇବା ପରେ ଅସୁସ୍ଥ, ବିଷାକ୍ତ ଖାଦ୍ୟ ଆଶଙ୍କା ଦେଶରେ ଡାଲି ଉତ୍ପାଦନହେକ୍ଟର ପିଛା ୯୨୬ କିଗ୍ରା ଥିବାବେଳେ ୨୦୨୫-୨୬ରେ ଏହା ୯୫୭ କିଗ୍ରାରେ ପହଞ୍ଚିଛି।

ଅନ୍ୟ ଏକ ବିଷୟ ହେଲା ଭାରତ ୨୦୨୪-୨୫ରେ ୪୬,୪୨୭.୬୦ କୋଟି ଟଙ୍କା ମୂଲ୍ୟର ଡାଲି ଆମଦାନି କରିଥିଲା।

୨୦୨୫-୨୬ରେ ଏଥିରେ ୩୧.୫୨ ପ୍ରତିଶତ ହ୍ରାସ ଘଟି ୩୧,୭୯୩.୫୯ କୋଟି ରହିଛି।

ଅନ୍ୟପକ୍ଷରେ ଭାରତର ଡାଲି ରପ୍ତାନି ବଢ଼ିଛି।

୨୦୨୪-୨୫ରେ ଭାରତ ୮୫୫ କୋଟି ଟଙ୍କା ମୂଲ୍ୟର ଡାଲି ରପ୍ତାନି କରିଥିଲା।

୨୦୨୫-୨୬ରେ ଡାଲି ରପ୍ତାନି ୧୩.୪୦ ପ୍ରତିଶତ ବୃଦ୍ଧି ଘଟି ୯୬୯.୫୩ କୋଟି ଟଙ୍କାରେ ପହଞ୍ଚିଛି।

ଭାରତ ମୁଖ୍ୟତଃ ଚୀନ, ସଂଯୁକ୍ତ ଆରବ ଏମିରେଟ୍‌ସ, ବାଂଲାଦେଶ, ଆମେରିକା ଓ ଶ୍ରୀଲଙ୍କାକୁ ଡାଲି ରପ୍ତାନି କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।