Protest: ଅଟକ ପ୍ରତିବାଦକାରୀଙ୍କ ସହାୟତା ପାଇଁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ

Oct 11, 2026 - 22:28
Protest: ଅଟକ ପ୍ରତିବାଦକାରୀଙ୍କ ସହାୟତା ପାଇଁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ

"ନୂଆଦିଲ୍ଲୀ: ଦିଲ୍ଲୀରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ସମୟରେ ହଜାର ହଜାର ପ୍ରତିବାଦକାରୀଙ୍କୁ ପୁଲିସ ଅଟକ ରଖିଥିବା ବେଳେ ସେମାନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ସ୍ୱେଚ୍ଛାସେବୀ, ଡାକ୍ତର ଓ ଆଇନଜୀବୀ।

ପ୍ରାଥମିକ ଚିକିତ୍ସା, ମାନସିକ ସ୍ୱାସ୍ଥ୍ୟ ସହାୟତା, ଆଇନଗତ ପରାମର୍ଶ ଏବଂ ମୁକ୍ତ ହେବା ପରେ ଘରକୁ ଫେରିବା ବ୍ୟବସ୍ଥା ପାଇଁ ୧୩୦ରୁ ଅଧିକ ସ୍ୱେଚ୍ଛାସେବୀ ଏକାଠି ହୋଇଛନ୍ତି।Advertisment ସ୍ୱେଚ୍ଛାସେବୀଙ୍କ ପକ୍ଷରୁ "ଡିଟେନି ଘର ୱାପସି ଯୋଜନା" ଆରମ୍ଭ କରାଯାଇଛି।

ଏହା ମାଧ୍ୟମରେ ପୁଲିସ ହେପାଜତରୁ ମୁକ୍ତ ହେଉଥିବା ପ୍ରତିବାଦକାରୀଙ୍କ ପାଇଁ ଯାତାୟାତ ଓ ଆବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରାଯିବ।

ସେହିପରି "ଇମିଡିଏଟ୍‌ ରେସ୍‌ପନ୍ସ ଫାଷ୍ଟ ଏଡ୍‌ ନେଟ୍‌ୱର୍କ" ଜରିଆରେ ଆହତଙ୍କୁ ଚିକିତ୍ସା ସହାୟତା ଦେବା ପାଇଁ ଡାକ୍ତର ଓ ସ୍ୱେଚ୍ଛାସେବୀମାନେ କାମ କରୁଛନ୍ତି।

ଆନ୍ଦୋଳନ ସମୟରେ ମାନସିକ ଚାପ ଓ ଆଘାତର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ଥେରାପିଷ୍ଟଙ୍କ ସହ ଯୋଡ଼ିବା ପାଇଁ "ପଜ୍‌" (ପିପୁଲ୍‌ ଆର୍‌ ଅଣ୍ଡର୍‌ ସିଷ୍ଟମିକ୍‌ ଏକ୍‌ଜଷ୍ଟନ୍‌) ନାମକ ପଦକ୍ଷେପ ନିଆଯାଇଛି।

ଅଟକ ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ଆଇନଜୀବୀଙ୍କ ସହ ଯୋଡ଼ିବା ପାଇଁ ଆଇନଗତ ସହାୟତା ନେଟ୍‌ୱର୍କ ମଧ୍ୟ ଗଠନ କରାଯାଉଛି।

କେନ୍ଦ୍ରୀୟ ସମନ୍ୱୟ ବ୍ୟବସ୍ଥାସହାୟତା କାର୍ଯ୍ୟକୁ ସମନ୍ୱିତ କରିବା ପାଇଁ ସ୍ୱେଚ୍ଛାସେବୀମାନେ ଏକ କେନ୍ଦ୍ରୀୟ ସମନ୍ୱୟ ବ୍ୟବସ୍ଥା, ସୂଚନା ସଂଗ୍ରହକାରୀ ଦଳ ଓ ସାମାଜିକ ଗଣମାଧ୍ୟମରେ ତଥ୍ୟ ପହଞ୍ଚାଇବା ପାଇଁ ନେଟ୍‌ୱର୍କ ଗଠନ ଯୋଜନା କରିଛନ୍ତି।

ଦିଲ୍ଲୀ ଓ ଏନ୍‌ସିଆର୍‌ର ବିଭିନ୍ନ ସ୍ଥାନରେ ଅଟକ ବ୍ୟକ୍ତିଙ୍କୁ ରଖାଯାଉଥିବାରୁ ସେମାନଙ୍କ ପାଖରେ ସହାୟତା ପହଞ୍ଚାଇବା ଏହି ଉଦ୍ୟମର ଲକ୍ଷ୍ୟ।

ଶନିବାର ଯନ୍ତରମନ୍ତରରେ ପ୍ରସ୍ତାବିତ ସମାବେଶକୁ ଅନୁମତି ନ ମିଳିବା ପରେ ପୁଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ପ୍ରତିବାଦକାରୀଙ୍କୁ ଅଟକ ରଖିଥିଲା।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଏହି ଆନ୍ଦୋଳନ ଚାଲିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।