Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍‌ମ୍ୟାନ୍‌ ମାସ୍କ

Oct 13, 2026 - 00:42
Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍‌ମ୍ୟାନ୍‌ ମାସ୍କ

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସୁପ୍ରିମକୋର୍ଟ ଅଭିମୁଖେ ଇଣ୍ଡି ମେଣ୍ଟର "ଚଲୋ ଦିଲ୍ଲୀ" ଶୋଭାଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବ୍ୟାଟମ୍ୟାନ ମୁଖା ପିନ୍ଧାଯିବାର ଦେଖାଯାଇଥିଲା।

ବିରୋଧୀ ସାଂସଦମାନେ ସୁପ୍ରିମକୋର୍ଟ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବା ବେଳେ ଯୁବ କଂଗ୍ରେସ କର୍ମୀମାନେ ବ୍ୟାଟ୍‌ମ୍ୟାନ୍ ମାସ୍କ ବଣ୍ଟନ କରିଥିଲେ।

ରାହୁଲ ଗାନ୍ଧୀ ଏକ ବ୍ୟାଟମ୍ୟାନ୍‌ ମାସ୍କ ଧରିଥିବାର ଫଟୋ କଂଗ୍ରେସ ଛାତ୍ର ସଙ୍ଗଠନ ଏନ୍‌ଏସ୍‌ୟୁଆଇ (ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ ଅଫ୍‌ ଇଣ୍ଡିଆ ) ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି।Advertisment କଂଗ୍ରେସ ସାମାଜିକ ଗଣମାଧ୍ୟମ ଟିମ୍‌ ସର୍ବଦା ରାହୁଲଙ୍କୁ ଅନ୍ୟାୟ ବିରୋଧରେ ଲଢ଼ୁଥିବା ଓ କାଳ୍ପନିକ ବ୍ୟାଟ୍‌ମ୍ୟାନ୍‌ ଚରିତ୍ର ସହିତ ତୁଳନାତ୍ମକ ଭାବେ ପ୍ରଦର୍ଶନ କରିଥାନ୍ତି।

ପାର୍ଟି ପକ୍ଷରୁ ସେୟାର କରାଯାଇଥିବା ଏକ ୧୩ ସେକେଣ୍ଡର ଇନଷ୍ଟାଗ୍ରାମ ରିଲରେ ବ୍ୟାଟମ୍ୟାନଙ୍କ ଦୃଶ୍ୟ ସହିତ ସଂସଦରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟ ଶୋଭାଯାତ୍ରାରେ ରାହୁଲଙ୍କ ଫୁଟେଜ୍ ଯୋଡ଼ି ହୋଇଛି।

JNU Professor: ଜେଏନ୍‌ୟୁରୁ ବହିଷ୍କାର ପ୍ରଫେସର ତଥା କଂଗ୍ରେସ ସାଂସଦଙ୍କ ନାଁରେ ଏତଲା ରୁଜୁ ଦିଲ୍ଲୀର ରାସ୍ତାରେ ବ୍ୟାଟମ୍ୟାନ୍ ଚିତ୍ର ରିଲ୍‌ରେ ରାହୁଲ ତାଙ୍କ ପରିଚିତ ଧଳା ପୋଲୋ ସାର୍ଟ ଓ ଖାକି ଟ୍ରାଉଜର ପିନ୍ଧି ହଳଦିଆ ରଙ୍ଗର ପୁଲିସ୍ ବ୍ୟାରିକେଡ୍ ଉପରେ ଠିଆ ହୋଇଥିବା ଦେଖାଯାଇଥିଲା।

ବ୍ୟାଟମ୍ୟାନ୍ ଚିତ୍ର ମଧ୍ୟ ଦିଲ୍ଲୀର ରାସ୍ତାରେ ଦେଖାଯାଇଥିଲା।

ଅଗଷ୍ଟ ମାସରେ ଇନ୍ଦିରା ଭବନସ୍ଥିତ କଂଗ୍ରେସ ମୁଖ୍ୟାଳୟ ନିକଟରେ ଓ କେନ୍ଦ୍ରୀୟ ଦିଲ୍ଲୀର କିଛି ଅଂଶରେ ଗାନ୍ଧୀଙ୍କୁ ବାସ୍ତବ ଜୀବନର ବ୍ୟାଟମ୍ୟାନ ବୋଲି ବର୍ଣ୍ଣନା କରୁଥିବା ପୋଷ୍ଟର ଲଗାଯାଇଥିଲା।

ଶୋଭାଯାତ୍ରାବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ନିଜେ ବ୍ୟାଟମ୍ୟାନ୍‌ ମାସ୍କ ଲଗାଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।