protest: ଦିଲ୍ଲୀ ଆନ୍ଦୋଳନକୁ ସମର୍ଥନ କଲେ ସୋନମ୍ ୱାଙ୍ଗଚୁକ୍
"ଚଣ୍ଡୀଗଡ଼: ଲଦାଖର ପରିବେଶ କର୍ମୀ ସୋନମ୍ ୱାଙ୍ଗଚୁକ୍ ଦିଲ୍ଲୀର ଯନ୍ତରମନ୍ତରଠାରେ ଶନିବାର ଆୟୋଜିତ "କକ୍ରୋଚ୍ ଜନତା ପାର୍ଟି" (ସିଜେପି)ର ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି।
ତେବେ ଶୀତଋତୁ ପୂର୍ବରୁ ଲଦାଖରେ ଜଳ ସୁରକ୍ଷା ଓ ହିମବାହ ହ୍ରଦରୁ ବନ୍ୟା ଆଶଙ୍କା ରୋକିବା ପାଇଁ ଜରୁରୀ କାମ ଚାଲିଥିବାରୁ ସେ ଆନ୍ଦୋଳନରେ ଯୋଗଦେଇ ପାରିବେ ନାହିଁ ବୋଲି କହିଛନ୍ତି।
ଶୁକ୍ରବାର ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ଏକ ଭିଡିଓ ବାର୍ତ୍ତା ଦେଇ ସେ ଏହି ସୂଚନା ଦେଇଥିଲେ।Advertisment ଆହୁରି ପଢନ୍ତୁ : Scientific: ରାତିରେ କାହିଁକି ଅଶ୍ୱତ୍ଥ ଗଛମୂଳେ ଶୋଇବା ଉଚିତ୍ ନୁହେଁ ?
ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ ୱାଙ୍ଗଚୁକ୍ କହିଛନ୍ତି ଯେ, ଲଦାଖରେ ଶୀତ ପ୍ରସ୍ତୁତି ସହିତ ଜଳ ସୁରକ୍ଷା ପାଇଁ କୃତ୍ରିମ ହିମବାହ ନିର୍ମାଣ କରାଯାଉଛି।
ଏହା ସହିତ ହିମବାହ ହ୍ରଦ ଫାଟି ଜଳପ୍ରଳୟ ସୃଷ୍ଟି ହେବାର ଆଶଙ୍କା ହ୍ରାସ କରିବା ପାଇଁ ପରୀକ୍ଷାନିରୀକ୍ଷା ଚାଲିଛି।
ଉଚ୍ଚ ହିମାଳୟ ଅଞ୍ଚଳରେ ଏପରି ୨୦୦ରୁ ଅଧିକ ବିପଜ୍ଜନକ ହିମବାହ ହ୍ରଦ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ସେଗୁଡ଼ିକୁ ସେ "ଟିକ୍ଟିକ୍ କରୁଥିବା ଜଳ ବୋମା" ବୋଲି କହିଛନ୍ତି।
ଆହୁରି ପଢନ୍ତୁ : Dead: ୪ବର୍ଷରେ ୬୪୭୮ଟି ବୁଡ଼ି ଦୁର୍ଘଟଣା: ଅଗ୍ନିଶମ ବାହିନୀ ଦ୍ବାରା ୨୭୨୯ ଜଣ ଉଦ୍ଧାର ୱାଙ୍ଗଚୁକ୍ ଉର୍ଦ୍ଦୁ କବି ଫୈଜ୍ ଅହମଦ୍ ଫୈଜ୍ଙ୍କ କବିତାର ଧାଡ଼ି ଉଦ୍ଧୃତ କରି କହିଛନ୍ତି ଯେ, ରାଜନୀତି ବ୍ୟତୀତ ଦୁନିଆରେ ଆହୁରି ଅନେକ ସମସ୍ୟା ରହିଛି।
ସେ ଆନ୍ଦୋଳନକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ସଂଗଠନର ନେତାମାନଙ୍କୁ ଏକଜୁଟ୍ ହୋଇ ଦାୟିତ୍ୱବାନ ଆଚରଣ ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି।
ବିଶେଷ କରି ଯୁବବର୍ଗଙ୍କୁ ସବୁ ପରିସ୍ଥିତିରେ ଶାନ୍ତି ବଜାୟ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।
ମହାତ୍ମା ଗାନ୍ଧୀଙ୍କ ଅହିଂସା ଆଦର୍ଶକୁ ଭୁଲି ନ ଯିବାକୁ ମଧ୍ୟ ସେ କହିଛନ୍ତି।
ଏହା ପୂର୍ବରୁ ଜୁଲାଇରେ ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ୱାଙ୍ଗଚୁକ୍ ସମର୍ଥନ କରିଥିଲେ।
ସେ ଯନ୍ତରମନ୍ତରଠାରେ ୨୬ ଦିନ ଧରି ଅନଶନ କରିବା ପରେ ଜୁଲାଇ ୨୩ ତାରିଖରେ ଅନଶନ ଭାଙ୍ଗିଥିଲେ।
ଏବେ ଲଦାଖର ପରିବେଶ ଓ ଜଳ ସୁରକ୍ଷା କାମକୁ ପ୍ରାଥମିକତା ଦେଇ ସେ ଦିଲ୍ଲୀ ଆନ୍ଦୋଳନରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।