Brazil: ବିଲୁପ୍ତି ମୁହଁରେ ବିରଳ ବାନର, ୟେଲୋ ଫିଭରରୁ ରକ୍ଷା ପାଇଁ ଜଙ୍ଗଲରେ ପ୍ରଥମ ଟିକା
"ପାରାନା (ବ୍ରାଜିଲ): ବ୍ରାଜିଲର ଜଙ୍ଗଲରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର ବାନରକୁ ମାରାତ୍ମକ ରୋଗରୁ ରକ୍ଷା କରିବା ପାଇଁ ବୈଜ୍ଞାନିକମାନେ ଏକ ନୂଆ ପଦକ୍ଷେପ ନେଇଛନ୍ତି।
ବ୍ଲାକ୍-ଫେସ୍ଡ ଲାୟନ୍ ଟାମାରିନ୍ ନାମକ ଏହି ବାନରକୁ ପ୍ରଥମଥର ପାଇଁ ଜଙ୍ଗଲରେ ହଳଦିଆ ଜ୍ୱର ବା ୟେଲୋ ଫିଭରର ଟିକା ଦିଆଯାଇଛି।
ଏହି ପଦକ୍ଷେପ ବିରଳ ବନ୍ୟପ୍ରାଣୀଙ୍କ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ।
Advertisment ଏହି ପ୍ରଜାତିର ବାନରଙ୍କ ସଂଖ୍ୟା ଜଙ୍ଗଲରେ ୪୦୦ରୁ କମ୍ ଥିବା ଆକଳନ କରାଯାଇଛି।
ଏମାନେ କେବଳ ବ୍ରାଜିଲର ଆଟଲାଣ୍ଟିକ୍ ଫରେଷ୍ଟ ଅଞ୍ଚଳରେ ଦେଖାଯାଆନ୍ତି।
ଏହି ବାନରର ମୁହଁ କଳା ଏବଂ ଶରୀରରେ ସୁନେଲି-କମଳା ରଙ୍ଗର ଲୋମ ରହିଥାଏ।
ଏହାର ବୈଜ୍ଞାନିକ ନାମ ଲିଓଣ୍ଟୋପିଥେକସ୍ କାଇସାରା।
ଅଳ୍ପ ସଂଖ୍ୟା ଏବଂ ସୀମିତ ବାସସ୍ଥାନ ଯୋଗୁଁ ଏହି ପ୍ରଜାତି ବିଲୁପ୍ତିର ଗୁରୁତର ବିପଦରେ ରହିଛନ୍ତି।
ରକ୍ତ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ ଚଳିତ ୨୦୨୬ ମସିହା ଜୁଲାଇରେ ବ୍ରାଜିଲର ପାରାନା ରାଜ୍ୟର ସୁପେରାଗୁଇ ଜାତୀୟ ଉଦ୍ୟାନ ଅଞ୍ଚଳରେ ଏହି ଟିକାକରଣ କରାଯାଇଥିଲା।
ଏଥିରେ ଦୁଇଟି ଅଣ୍ଡିରା ଓ ଗୋଟିଏ ମାଈ ବାନରଙ୍କୁ ଟିକା ଦିଆଯାଇଥିଲା।
ବୈଜ୍ଞାନିକମାନେ ସେମାନଙ୍କର ରକ୍ତ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିବା ସହିତ ଭବିଷ୍ୟତରେ ନିରୀକ୍ଷଣ ପାଇଁ ମାଇକ୍ରୋଚିପ୍ ଓ ରେଡିଓ କଲାର ଲଗାଇଥିଲେ।
ପରେ ସେମାନଙ୍କୁ ପୁଣି ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।
Blue Zone: "ବ୍ଲୁ ଜୋନ୍"ରେ ଦୀର୍ଘ ଜୀବନର ରହସ୍ୟ ୟେଲୋ ଫିଭର ଏକ ଭୂତାଣୁଜନିତ ରୋଗ, ଯାହା ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ।
ବ୍ରାଜିଲର ଜଙ୍ଗଲରେ ଏହି ରୋଗ ଯୋଗୁଁ ଅନେକ ବନ୍ୟ ପ୍ରାଇମେଟ୍ଙ୍କ ମୃତ୍ୟୁ ହୋଇଛି।
ଏହି ପ୍ରାଇମେଟ୍ ବର୍ଗରେ ମଣିଷ, ମାଙ୍କଡ଼, ବାନର, ଗୋରିଲା ଓ ଲେମୁର ଭଳି ପ୍ରାଣୀ ଅନ୍ତର୍ଭୁକ୍ତ।
ବିଶେଷକରି ଅଳ୍ପ ସଂଖ୍ୟାରେ ରହୁଥିବା ପ୍ରଜାତି ପାଇଁ ଏଭଳି ରୋଗର ସଂକ୍ରମଣ ଅତ୍ୟନ୍ତ ବିପଦ ଜନକ।
ଏକ ଅଞ୍ଚଳରେ ଅନେକ ବାନର ସଂକ୍ରମିତ ହେଲେ ସେଠାକାର ସମଗ୍ର ଜନସଂଖ୍ୟା ପ୍ରଭାବିତ ହୋଇପାରେ।
ଅଧିକ ବାନରଙ୍କୁ ଟିକା ଦେବା ନେଇ ବିଚାର ଏହି ବାନରଙ୍କ ପାଇଁ କେବଳ ରୋଗ ନୁହେଁ, ଜଙ୍ଗଲ ନଷ୍ଟ ହେବା ଓ ବାସସ୍ଥାନ ଖଣ୍ଡଖଣ୍ଡ ହୋଇଯିବା ମଧ୍ୟ ଏକ ବଡ଼ ସମସ୍ୟା।
ଏହା ଫଳରେ ଭିନ୍ନ ଭିନ୍ନ ଅଞ୍ଚଳରେ ରହୁଥିବା ବାନରଙ୍କ ମଧ୍ୟରେ ସମ୍ପର୍କ ଓ ପ୍ରଜନନର ସୁଯୋଗ କମିଯାଏ।
ତେଣୁ ଏହି ପ୍ରଜାତିକୁ ବଞ୍ଚାଇବା ପାଇଁ ଜଙ୍ଗଲ ସୁରକ୍ଷା ସହିତ ବିଭିନ୍ନ ଅଞ୍ଚଳର ବାସସ୍ଥାନକୁ ସଂଯୋଗ କରିବା ଆବଶ୍ୟକ।
ଟିକା ଦିଆଯାଇଥିବା ତିନୋଟି ବାନରଙ୍କ ସ୍ୱାସ୍ଥ୍ୟ ଉପରେ ବୈଜ୍ଞାନିକମାନେ ନିୟମିତ ନଜର ରଖିଛନ୍ତି।
ପ୍ରାରମ୍ଭିକ ନିରୀକ୍ଷଣରେ କୌଣସି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇନାହିଁ।
ଏହି ପରୀକ୍ଷାର ଫଳାଫଳ ଆଧାରରେ ଆଗକୁ ଅଧିକ ବାନରଙ୍କୁ ଟିକା ଦେବା ନେଇ ବିଚାର କରାଯାଇପାରେ।
ତେବେ ଏହି ବିରଳ ପ୍ରଜାତିକୁ ସୁରକ୍ଷିତ ରଖିବା ପାଇଁ ଟିକାକରଣ ସହିତ ପ୍ରାକୃତିକ ବାସସ୍ଥାନର ସଂରକ୍ଷଣ ମଧ୍ୟ ଅତ୍ୟନ୍ତ ଜରୁରୀ।
ପୁଣି ଫେରିବ କି ଓର୍କୁଟ୍?
ପ୍ରତିଷ୍ଠାତାଙ୍କ ନୂଆ ପଦକ୍ଷେପକୁ ନେଇ ଚର୍ଚ୍ଚା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।