Puri Habisyali Scheme: ହବିଷ୍ୟାଳୀ ଯୋଜନା ପାଇଁ ଅକ୍ଟୋବର ୬ରୁ ଅନଲାଇନ୍ ଆବେଦନ, ଜାଣନ୍ତୁ କିଏ କରିପାରିବେ ଆବେଦନ

Oct 02, 2026 - 15:22
Puri Habisyali Scheme: ହବିଷ୍ୟାଳୀ ଯୋଜନା ପାଇଁ ଅକ୍ଟୋବର ୬ରୁ ଅନଲାଇନ୍ ଆବେଦନ, ଜାଣନ୍ତୁ କିଏ କରିପାରିବେ ଆବେଦନ

କାର୍ତ୍ତିକ ବ୍ରତ ଧାରି ହବିଷ୍ୟାଳୀଙ୍କ ପାଇଁ ବଡ଼ ଖବର। ଅକ୍ଟୋବର ୬ରୁ ଆରମ୍ଭ ହେବ ହବିଷ୍ୟାଳୀ ଯୋଜନାର ଅନଲାଇନ୍ ଆବେଦନ। ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ହେବ କାର୍ତ୍ତିକ ବ୍ରତ। ଏଣୁ ଆଗାମୀ ୬ ତାରିଖ ସକାଳ ୧୦ଟାରୁ ଧାର୍ଯ୍ୟ ୨୫୦୦ ଆସନ ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ଆବେଦନ। ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ।

ଏହି ୩ଟି ସ୍ଥାନରେ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ରହଣୀ, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ ଓ ମାଗଣା ମହାପ୍ରସାଦର ବ୍ୟବସ୍ଥା ରହିବ। ୩୦ଟି ଜିଲ୍ଲାରୁ ଆବେଦନ କରିପାରିବେ ଯୋଗ୍ୟ ମହିଳା। ୭୦ ବର୍ଷ ପର୍ଯ୍ୟନ୍ତ ବିଧବା ଏବଂ ୫୦ରୁ ୭୦ ବର୍ଷର ବିବାହିତ ମହିଳା ଆବେଦନ କରିପାରିବେ। ଯୋଗ୍ୟ ମହିଳାମାନେ edistrict.odisha.gov.in ମାଧ୍ୟମରେ ଆବେଦନ କରିପାରିବେ। ଏଥର ନୂଆ ଆବେଦନକାରୀଙ୍କୁ ମିଳିବ ପ୍ରାଧାନ୍ୟ। ...

କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ବଡ଼ ଖବର
ଅକ୍ଟୋବର ୬ରୁ ଆରମ୍ଭ ହବିଷ୍ୟାଳୀ ଆବେଦନ
୨୫୦୦ ହବିଷ୍ୟାଳୀଙ୍କ ପାଇଁ ନିଶୁଳ୍କ ବ୍ୟବସ୍ଥା
ମିଳିବ ମାଗଣା ରହଣୀ ଓ ମହାପ୍ରସାଦ
୨୫୦୦ ଆସନ ପୂରଣ ହେଲେ ବନ୍ଦ ହେବ ରେଜିଷ୍ଟ୍ରେସନ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।