Puri’s Historic Atharnala Set for Major Development: ପୁରୀର ଐତିହାସିକ ଅଠରନଳାର ହେବ ବିକାଶ, ପର୍ଯ୍ୟଟକଙ୍କ ପାଇଁ ନୂଆ ଆକର୍ଷଣ
ପୁରୀର ଐତିହ୍ୟସମ୍ପନ୍ନ ଅଠରନଳାର ହେବ ବିକାଶ ଓ ସୌନ୍ଦର୍ଯ୍ୟକରଣ।
ଏହାକୁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଓ ଉପଯୋଗୀ କରିବାକୁ ଯୋଜନା କରାଯାଇଛି।
ପୁରୀ ଜିଲ୍ଲାପାଳ ଅଠରନଳା, ହୁଳହୁଳିଆ ପୋଲ ଓ ଖଣ୍ଡିଆବନ୍ଧସ୍ଥିତ ପୁରୀ ଲେକ୍ ପ୍ରକଳ୍ପ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଅଠରନଳାର ଜଳ ଉତ୍ସକୁ ସଫା ରଖିବା, ଦଳ ସଫେଇ, ଡ୍ରେଜିଂ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି କରାଯିବ।
ଏହି ପ୍ରକଳ୍ପର କାର୍ଯ୍ୟ ଓବିସିସି ପକ୍ଷରୁ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।
Advertisment ସେହିପରି ପୁରୀରେ ପ୍ରତିଷ୍ଠା ହେବ ଏକ ବାଲୁକା କଳା ସଂଗ୍ରହାଳୟ ବା ସ୍ୟାଣ୍ଡ ଆର୍ଟ ମ୍ୟୁଜିୟମ।
ଏଠାରେ ପର୍ଯ୍ୟଟକ ବାଲୁକା କଳା ଦେଖିବା ସହ ଆଗ୍ରହୀ ବ୍ୟକ୍ତିମାନେ ପ୍ରଶିକ୍ଷଣ ମଧ୍ୟ ନେଇପାରିବେ।
ଅନ୍ୟପଟେ ପୁରୀ ଲେକ୍ ପ୍ରକଳ୍ପରେ ସାଇକ୍ଲିଂ, ୱାକିଂ, ବୋଟିଂ ଓ ଜିମ୍ ଭଳି ସୁବିଧା ରହିବ।
ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯିବ।
ସହରକୁ ସ୍ୱଚ୍ଛ ରଖିବା, ଡ୍ରେନ୍ ସଫେଇ ଓ ଅଠରନଳାର ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ଏହି ପଦକ୍ଷେପ ପୁରୀବାସୀଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ନୂଆ ଆକର୍ଷଣ ସୃଷ୍ଟି କରିବ ବୋଲି ଆଶା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।