R Praggnanandhaa: ପ୍ରଜ୍ଞାନନ୍ଦଙ୍କୁ ଜିସଟି ସେଣ୍ଟ୍ଲୁଇସ୍ ରାପିଡ୍ ଓ ବ୍ଲିଜ୍ ମୁକୁଟ...
"ସେଣ୍ଟ୍ଲୁଇସ, ୭/୮: ଭାରତୀୟ ଗ୍ରାଣ୍ଡ ମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଏଠାରେ ଚାଲିଥିବା ଗ୍ରାଣ୍ଡ ଚେସ୍ ଟୁର୍ (ଜିସିଟି) ସେଣ୍ଟ୍ଲୁଇସ୍ ରାପିଡ୍ ଓ ବ୍ଲିଜ୍ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି।
୨୦ ବର୍ଷୀୟ ପ୍ରଜ୍ଞାନନ୍ଦ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଉଜବେକିସ୍ତାନ ଜିଏମ୍ ଜାଭୋଖିର ସିନ୍ଦାରୋଭ ବିପକ୍ଷରେ ଡ୍ର ସହ ବିଜୟ ପାଇ ଟ୍ରଫି ହାତେଇଥିଲେ।Advertisment ଆହୁରି ପଢ଼ନ୍ତୁ- National Handloom Day: ସାଂସ୍କୃତିକ ପରିଚୟ ସଂରକ୍ଷଣରେ ଓଡ଼ିଶାର ବୁଣାକାରମାନଙ୍କ ଅବଦାନ ପ୍ରଶଂସନୀୟ: ରାଜ୍ୟପାଳ ୫ ଦିନିଆ ଏହି ପ୍ରତିଯୋଗିତାରେ ଆଧିପତ୍ୟ ବିସ୍ତାର କରିଥିବା ପ୍ରଜ୍ଞାନନ୍ଦଙ୍କଠୁ ସିନ୍ଦାରୋଭ ୧.୫ ପଏଣ୍ଟ୍ ପଛରେ ପଡ଼ିଥିଲେ।
ଏହି ମୁକୁଟ ସହ ଭାରତୀୟ ଜିଏମ୍ ୫୦,୦୦୦ ଡଲାର (ପ୍ରାୟ ୪୮ଲକ୍ଷ ଟଙ୍କା)ର ପୁରସ୍କାର ରାଶି ଓ ୧୩ ଜିସିଟି ପଏଣ୍ଟ୍ କରାୟତ୍ତ କରିଛନ୍ତି।
ଏଥିସହ ସେ ୨୦୨୬ ଋତୁ ଟେବୁଲରେ ଆମେରିକାର ଫାବିଆନୋ କାରୁଆନାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।