Rahul Gandhi Challenges Prime Minister Modi: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ଖୋଲା ଚ୍ୟାଲେଞ୍ଜ, ସାମ୍ନାସାମ୍ନି ବିତର୍କକୁ ଆହ୍ୱାନ

Nov 03, 2026 - 22:07
Rahul Gandhi Challenges Prime Minister Modi: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ଖୋଲା ଚ୍ୟାଲେଞ୍ଜ, ସାମ୍ନାସାମ୍ନି ବିତର୍କକୁ ଆହ୍ୱାନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲ ଗାନ୍ଧୀଙ୍କ ଖୋଲା ଚ୍ୟାଲେଂଜ।

ସାମ୍ନାସାମ୍ନି ବିତର୍କକୁ ଆସନ୍ତୁ ପ୍ରଧାନମନ୍ତ୍ରୀ।

ବିରୋଧୀଙ୍କୁ ମୋଦି 'ଅବଷ୍ଟ୍ରକସନିଷ୍ଟ ଫୋର୍ସ' ବା 'ଅବରୋଧ ପକ୍ଷ' କହିବା ପରେ ରାହୁଲ ଆଣିଛନ୍ତି ପାଲଟା ଅଭିଯୋଗ।

କହିଛନ୍ତି, ବିଦେଶୀ ସହାୟତାରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ମୋଦୀ, ସେହି ସହାୟତାରେ କ୍ଷମତାରେ ବି ରହିଛନ୍ତି।

ଏହାର ଜବାବ ରଖିଛି ବିଜେପି।

ସାଂସଦ ସୁଧାଂଶୁ ତ୍ରିବେଦୀ ବର୍ଷିଛନ୍ତି ରାହୁଲଙ୍କ ଉପରେ।

Advertisment ଅକ୍ଟୋବର ୩୧ ଗୁଜରାଟର ଏକତା ନଗରରେ ରାଷ୍ଟ୍ରୀୟ ଏକତା ଦିବସ ଭାଷଣରେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ।

କହିଥିଲେ, ବିରୋଧୀ ବିକାଶମୂଳକ କାର୍ଯ୍ୟରେ ଅବରୋଧ ସୃଷ୍ଟି କରୁଛନ୍ତି।

ଏହା ତାଙ୍କ ହତାଶା ଓ ନିରାଶା ଭାବ।

ଏପରିକି ଦେଶକୁ ବିଭାଜିତ କରିବା ପାଇଁ କିଛି ଶକ୍ତି ଲଗାତାର ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଥିଲେ।

ଏହା ଉପରେ ଆଜି ପକ୍ଷ ରଖି ମୋଦିଙ୍କୁ ଆଲୋଚନା ପାଇଁ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ।

ଯାହାର ଜବାବ ରଖିଛି ବିଜେପି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।