Modi-Trump Phone Call: ମୋଦି-ଟ୍ରମ୍ପଙ୍କ ୩୫ ମିନିଟ୍ ଫୋନ୍ ଆଲୋଚନା, ଚର୍ଚ୍ଚାରେ ଟ୍ରେଡ୍ ଡିଲ୍
ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଆଲୋଚନା। ସୋସିଆଲ୍ ମିଡ଼ିଆ ‘ଏକ୍ସ’ରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତି କ୍ଷେତ୍ରକୁ ନେଇ ଆଲୋଚନା ହୋଇଛି। ଘନିଷ୍ଠ ସମ୍ପର୍କ ବଜାୟ ରଖିବାକୁ ସହମତ ନେଇ ସୂଚନା ଦେବା ସହ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିଷୟରେ ମଧ୍ୟ ମତ ବିନିମୟ ହୋଇଥିବା କହିଛନ୍ତି ମୋଦି। ବିଶ୍ୱ ଶାନ୍ତି ଓ ସୁରକ୍ଷାକୁ ଆଗକୁ ନେବା ପାଇଁ ପ୍ରୟାସ ନେଇ ସହମତି ବି ହୋଇଛି।
ପ୍ରାୟ ୩୫ ମିନିଟ ଧରି ହୋଇଥିବା ଏକ ଟେଲିଫୋନିକ ଆଲୋଚନାକୁ ମୋଦି କହିଛନ୍ତି ‘ପ୍ରଡକ୍ଟିଭ୍ କନଭର୍ସେସନ୍’। ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଏହି ସମୟରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍ ମଧ୍ୟ ଆମେରିକା ଗସ୍ତରେ ଅଛନ୍ତି। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ତାଙ୍କର ଏହି ଗସ୍ତ ଭିତରେ ଆମେରିକାରେ ସେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଅନ୍ତରୀଣ ବୁଝାମଣା ଆଗକୁ ବଢ଼ାଇବା ନେଇ ଆଲୋଚନା କରୁଛନ୍ତି।
ଏହାବ୍ୟତୀତ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ମଧ୍ୟରେ ଆମେରିକାର ନୂଆ ଟାରିଫ୍ ନୀତି ଏବଂ ରୁଷିଆରୁ ଭାରତର ତୈଳ ଆମଦାନୀ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଛି। ଏହି ପ୍ରସଙ୍ଗ ୨ ଦେଶର ବାଣିଜ୍ୟ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ ବୋଲି ଭାରତ ପୂର୍ବରୁ ଆମେରିକାକୁ ଜଣାଇଥିବା କୁହାଯାଉଛି। ତେବେ ଆଜିର ଆଲୋଚନାରେ କୌଣସି ନୂଆ ଟ୍ରେଡ୍ ଡିଲ୍ ଚୂଡ଼ାନ୍ତ ହୋଇଛି କି ନାହିଁ, ମୋଦି ଏବଂ ଟ୍ରଂପଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ।...
ମୋଦି-ଟ୍ରମ୍ପ୍ ଦ୍ବିପାକ୍ଷିକ ଆଲୋଚନା
ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଆଲୋଚନା
‘ଏକ୍ସ’ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି
ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତି କ୍ଷେତ୍ରକୁ ନେଇ ଆଲୋଚନା
ଘନିଷ୍ଠ ସମ୍ପର୍କ ବଜାୟ ରଖିବାକୁ ସହମତ ନେଇ ସୂଚନା
ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିଷୟରେ ମଧ୍ୟ ମତ ବିନିମୟ
ବିଶ୍ୱ ଶାନ୍ତି ଓ ସୁରକ୍ଷାକୁ ଆଗକୁ ନେବା ପାଇଁ ପ୍ରୟାସ ନେଇ ସହମତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।