RahulGandhi: ‘ରାଜନୀତି କୌଣସି ପାର୍ଟ-ଟାଇମ୍ ଜବ୍ ନୁହେଁ’, ରାହୁଲ ଗାନ୍ଧୀଙ୍କୁ ଶର୍ମିଷ୍ଠା ମୁଖାର୍ଜୀଙ୍କ କଡ଼ା ସମାଲୋଚନା
"ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି।
ସେ କହିଛନ୍ତି ଯେ, ରାହୁଲ ତୃଣମୂଳସ୍ତରରେ ମାତ୍ର କିଛି ଦିନ ସକ୍ରିୟ ରହିବା ପରେ ହଠାତ୍ ଗାୟବ ହୋଇଯାଉଛନ୍ତି, ଯେତେବେଳେ କି ରାଜନୀତି ଏକ ୨୪ ଘଣ୍ଟିଆ ଓ ବର୍ଷର ୩୬୫ ଦିନର "ଫୁଲ୍-ଟାଇମ୍ ଜବ୍" ଅଟେ।
ଆଇଏଏନ୍ଏସ୍ କୁ ଦେଇଥିବା ଏକ ସାକ୍ଷାତକାରରେ ଶର୍ମିଷ୍ଠା ସ୍ପଷ୍ଟ କରିଛନ୍ତି ଯେ, ୨୦୧୪ ମସିହାରେ ଯେତେବେଳଠାରୁ ରାହୁଲ ଗାନ୍ଧୀ କଂଗ୍ରେସର ମୁଖ୍ୟ ଚେହେରା ଭାବେ ଉଭା ହୋଇଛନ୍ତି, ସେବେଠାରୁ ଦଳ କ୍ରମାଗତ ଭାବେ ନିର୍ବାଚନ ହାରି ଚାଲିଛି।
Advertisment ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ଜନନେତା ଭାବେ ବର୍ଣ୍ଣନା କରିବା ସହ ରାହୁଲ ଜନମତକୁ କଂଗ୍ରେସ ସପକ୍ଷକୁ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦର୍ଶାଇଛନ୍ତି।
ଶର୍ମିଷ୍ଠା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଓ ୨୦୨୪ ଲୋକସଭା ନିର୍ବାଚନରେ ମିଳିଥିବା ୯୯ଟି ଆସନର ସଫଳତାକୁ ସ୍ୱୀକାର କରିଛନ୍ତି, ମାତ୍ର ଏହାପରେ ମଧ୍ୟ ସଂଗଠନରେ ସ୍ଥାୟୀ ସକ୍ରିୟତାର ଅଭାବ ରହିଥିବା କହିଛନ୍ତି।
ସେ ପ୍ରଶ୍ନ କରିଛନ୍ତି ଯେ, ଭାରତ ଯୋଡ଼ୋ ଯାତ୍ରାର ପ୍ରଥମ ବାର୍ଷିକୀ ସମୟରେ ରାହୁଲ ଗାନ୍ଧୀ କେଉଁଠି ଥିଲେ?
କେବଳ କିଛି ଇଭେଣ୍ଟ, ରାଲି କିମ୍ବା ଲୋକଙ୍କୁ ଭେଟି ଦୁଇ ଦିନ ପରେ ଗାୟବ ହୋଇଗଲେ ରାଜନୀତି ଚାଲେ ନାହିଁ।
ଆହୁରି ପଢନ୍ତୁ: Plane Crash: ଫ୍ରାନ୍ସରେ ବେସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ: ୧୧ ମୃତକଂଗ୍ରେସର ଆଭ୍ୟନ୍ତରୀଣ ରଣନୀତି ଉପରେ ଆଙ୍ଗୁଠି ଉଠାଇ ସେ କହିଛନ୍ତି ଯେ, ଦଳ କେବଳ ମେଣ୍ଟ ଗଠନ କରି ନିର୍ବାଚନ ଜିତିବା ଉପରେ ଧ୍ୟାନ ଦେଉଛି, ମାତ୍ର ନିଜର ସାଂଗଠନିକ ଶକ୍ତି ବଢ଼ାଇବାକୁ କୌଣସି ଚେଷ୍ଟା କରୁନାହିଁ।
ଦଳ ନିଜ ବଳରେ ନିର୍ବାଚନ ଜିତିବା ପାଇଁ ଉତ୍ସାହ ହରାଇ ବସିଛି।
ତେବେ ସେ କଂଗ୍ରେସରେ ଜଣେ ଜୁନିଅର ସଦସ୍ୟ ଭାବେ କାର୍ଯ୍ୟ କରିଥିବାରୁ ଏବଂ ଉଭୟଙ୍କ ସହ ସୀମିତ ଯୋଗାଯୋଗ ଥିବାରୁ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ କୌଣସି ତୁଳନାତ୍ମକ ମତ ରଖିବାକୁ ମନା କରିଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।